ଆର.ଡି ବିଭାଗ ଗାଡିରେ ପେଟି ପେଟି ମଦ
ହାଟଡିହି, (ଓ୍ବାଇଏନ୍ଏସ୍): ଆର.ଡି ବିଭାଗ ଗାଡିରେ ପେଟି ପେଟି ମଦ । ଏପରି ଘଟଣା ଦେଖିବାକୁ ମିଳିଛି ଶାଳଣିଆଁ ହାବଳେଶ୍ୱର ରାସ୍ତାରେ । ଆର.ଡି ବିଭାଗ ଲେଖା ଥିବା ଏକ ବୋଲେରୋ ଗାଡିରେ ୩ଜଣ ବ୍ୟକ୍ତି ବସିଥିବାବେଳେ ଗାଡିରେ ପେଟି ପେଟି ବିଦେଶୀ ମଦ ଥିବା ଦେଖିବାକୁ ମିଳିଥିଲା । ଜାବିନିପୁର ନିକଟରେ ଏକ ଜେସିପି ମେସିନି ଖରାପ ହୋଇଥିବାବେଳେ ଏହି ଗାଡିରେ କିଛି ମେକାନିକ ଆସି ଜେସିପି ମେସିନି ମରାମତି କରିବାକୁ ଆସିଥିଲେ । କିଛି ଲୋକଙ୍କର ସନ୍ଦେହ ହେବାରୁ ସେମାନେ ସେମାନେ ଗାଡି ଭିତରେ ପେଟି ପେଟି ମଦଦେଖି କିଛି ଗଣମାଧ୍ୟମ ପ୍ରତିନିଧିଙ୍କୁ ଖବର ଦେଇଥିଲେ । ଗଣମାଧ୍ୟମ ପ୍ରତିନିଧି ପହଞ୍ଚି ଯିବାରୁ ଗାଡିରେ ବସିଥିବା ଲୋକମାନେ କିଛି ମଦକୁ ବାହାରକୁ ଫୋପାଡି ଦେଇଥିଲେ । ସେମାନେ ଏହା ଭଦ୍ରକ ଆର.ଡି ବିଭାଗରେ ଗାଡି ଲାଗିଥିବା କହିଥିଲେ ।


