ଗୋପାଳପୁରରେ ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ

ବ୍ରହ୍ମପୁର,(ଅନିଲ କୁମାର ): ଆଜି ବିଶ୍ୱ ପର୍ଯ୍ୟଟନ ଦିବସ ଅବସରେ ଗଞ୍ଜାମ ଜିଲ୍ଲାର ମୁଖ୍ୟ ପର୍ଯ୍ୟଟନ ସ୍ତଳୀ ଭାବେ ପରିଚିତ ଗୋପାଳପୁର ଠାରେ ଏକ ସଭା ଆୟୋଜନ ହୋଇଥିଲା | ଏଠାରେ ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତ କୁଲାଙ୍ଗେ ଯୋଗ ଦେଇ ଗୋପାଳପୁର କୁ ଅଧିକ ସୌନ୍ଦର୍ଯ୍ୟ କରଣ କରିବା ସହ ସହରକୁ ପ୍ଲାଷ୍ଟିକ ମୁକ୍ତ କରିବା ଉପରେ ଗୁରୁତ୍ୱ ଦେଇଥିଲେ | ସେଇଭଳି କୋରନା ସହ ଲଢେ଼ଇଜାରି ରହି ଥିବା ବେଳେ ସାମାଜିକ ଦୂରତା ବଜାୟ ରଖିବା ସହ ମାସ୍କ ପିନ୍ଧିବା ପାଇଁ ଗୁରୁତ୍ୱ ଦେଇଥିଲେ | ଗୋପାଳପୁରକୁ ଅଧିକ ରୁ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଅନେକ କାର୍ଯ୍ୟକ୍ରମ ଜାରି ରହିଥିବା ଜିଲ୍ଲାପାଳ ସୂଚନା ଦେଇଥଲେ |ଏଇ ଉତ୍ସବରେ ବ୍ରହ୍ମପୁର ଉପଜିଲ୍ଲାପାଳ ଶ୍ରୀ କ୍ରିତି ଭାଶନ ଭି,ପିଡି.ଡି.ଆର. ଡିଏ ଶ୍ରୀ ସିନ୍ଧେଦତା ତ୍ରୟ ଭାଉ ସାହେବ ଙ୍କ ସହ କନିସି ତହସିଲଦାର,ଗୋପାଳପୁର ଏନ.ଏ ସି ର ଏକ.ଜି.କ୍ୱିଉଟିଭ ଉମା ଶଙ୍କର ସେଠି, ଆଶା,ଅଙ୍ଗନବାଡି ଓ କୋଭିଡ଼ ସାଥି ଯୋଗ ଦେଇଥିଲେ |ଏହି ଅବସରରେ ଗୋପାଳପୁର ବେଳାଭୂମି ରେ ସଫେଇ କାର୍ଯ୍ୟ କରାଯାଇଥିଲା |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ