ମା’ ମହୁରୀ କାଳୁଆ ମନ୍ଦିର ପରିଚାଳନା କମିଟିର ବୈଠକ
ବ୍ରହ୍ମପୁର, (ଅନିଲ କୁମାର) : ମା’ ମହୁରୀକାଳୁଆ ମନ୍ଦିର ପରିଚାଳନା କମିଟି ର ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି| ଆଗକୁ ଦଶହରା ପାର୍ବଣ ରହିଥିବା ବେଳେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମା’ ମହୁରୀ କାଳୁଆଙ୍କ ପୀଠରେ ଶାନ୍ତି ଶୁଙ୍ଖଳାର ସହ ସରକାରୀ କୋଭିଡ ନିୟମ ମାନି ନବରାତ୍ର ପୂଜା ନୀତିନିୟମ ଅନୁଯାଇ ପାଳନ କରିବା ପାଇଁ ପରିଚାଳନା କମିଟି ତଫରୁ ଆଜି ଏଇ ବୈଠକ ମନ୍ଦିର କାର୍ଯ୍ୟାଳୟ ପ୍ରାଙ୍ଗଣରେ ସଭାପତି ଜଗନ୍ନାଥ ରାଉତଙ୍କ ସଭାପତିତ୍ୱରେ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି | ଏଥିରେ ପୂର୍ବତନ ସଭାପତି ତଥା ପୂର୍ବତନ ଅନନ୍ତାଇ ସରପଞ୍ଚ ପ୍ରଦୀପ ବିଷୋୟୀ, ସମ୍ପାଦକ ଆନନ୍ଦ ପଟ୍ଟନାୟକ, ଉପସଭାପତି ତଥା ପୂର୍ବତନ କୁକୁଡାଖଣ୍ଡି ପଞ୍ଚାୟତର ଅଧକ୍ଷକ କାଶୀନାଥ ବିଷୋୟୀ, ଆଇନ ଉପଦେଷ୍ଟା ବଂଶୀଧର ପାଳ, କୃଷ୍ଣ କେଶବ ପ୍ରଧାନ, ଇଶ୍ୱର ସେଠି, ରାଜୀବ ପାତ୍ର, ବନମାଳୀ ବିଶ୍ୱାଳ, ରମେଶ ସେଠି, ଶିଶିର କୁମାର ପାତ୍ର, ନାରାୟଣ ବିଷୋୟୀ, ଉଲା ଗୌଡ଼, ହରିଚନ୍ଦ୍ର କୋଠିଆ, ଭିକାରି ସାହୁ, ପ୍ରଭାକର ବିଷୋୟୀ, ସୁବାଷ ଚନ୍ଦ୍ର ପାତ୍ର, ଦେବରାଜ ସାମଲ ଙ୍କ ସମେତ ମନ୍ଦିର ମୁଖ୍ୟ ପୂଜକ ସନ୍ତୋଷ କୁମାର ତ୍ରିପାଠୀଙ୍କ ସମେତ ଅନ୍ୟ ସମସ୍ତ ପରିଚାଳନା କମିଟି ସଦସ୍ୟ ଓ ମା’ଙ୍କ ସେବକ ମାନେ ଉପସ୍ଥିତ ଥିଲେ |ଏଠାରେ ଆସନ୍ତା ମାସରେ ହେବାକୁ ଥିବା ନବରାତ୍ର ପୂଜା କିପରି ସୁରୁଖୁରୁରେ କୋଭିଡ ନିୟମ ମଧ୍ୟରେ ପାଳନ ହେବ ସେଥିପାଇଁ ଆଲୋଚନା କରିଥିଲେ | ଅନଲକ ପାଞ୍ଚ ରେ କ’ଣ ନିୟମ ରହିବ ସେଥିପାଇଁ ଆସନ୍ତା ମାସ ଚାରି ତାରିଖରେ ପୂର୍ଣ୍ଣରବାର ବୈଠକ ହେବା ପାଇଁ ସ୍ଥିର ହୋଇଥିଲା |