ନାବାଳିକାକୁ ଉଦ୍ଧାର କଲା ଦିଲ୍ଲୀ ମହିଳା କମିଶନ

ଭୁବନେଶ୍ୱର : ରାଜସ୍ଥାନରୁ ଉଦ୍ଧାର ହେଲା ସୁନ୍ଦରଗଡର ନାବାଳିକା  । 2017 ମସିହାରେ ରାଉରକେଲାରୁ ଚାଲାଣ ହୋଇଥିବା ଜଣେ ନାବାଳିକାକୁ  ଉଦ୍ଧାର କରିଛି ଦିଲ୍ଲୀର ମହିଳା କମିଶନ । ରାଜସ୍ଥାନର ଝୁନଝୁନରୁ ଯୁବତୀଙ୍କୁ ଉଦ୍ଧାର କରିଛି କମିଶନ । ଏବେ ଯୁବତୀ ଜଣଙ୍କ ଗର୍ଭବତୀ ଥିବା ଖବର ମିଳିଛି  । ସୁନ୍ଦରଗଡ ଲାଠୀକଟା ଥାନା ଅଞ୍ଚଳରେ ରହୁଥିବା ଏହି ଯୁବତୀଙ୍କୁ ତାଙ୍କ ବାପାଙ୍କ ବିନା ଅନୁମତିରେ ତାଙ୍କର କିଛି ସମ୍ପର୍କୀୟ ରାଜସ୍ଥାନର ମୁକେଶ ଅଗ୍ରୱାଲ ଓ କିଷାନ ଅଗ୍ରୱାଲଙ୍କୁ ବିକ୍ରି କରିଦେଇଥିଲେ ।

ଘଟଣା ସମ୍ପର୍କରେ କମିଶନର ଅଧ୍ୟକ୍ଷା ଓଡିଶା ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । 40 ବର୍ଷିୟ ବଳାତ୍କାରୀକୁ ଗରିଫ କରିବା ସହ ଯେଉଁ ପୋଲିସ ଅଧିକାରୀ ମାନେ ଏହି ମାନବ ଚାଳଣରେ ଜଡିତ ଅଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଚିଠିରେ ଉଲ୍ଲେଖ କରିଛନ୍ତି । ଏହାସହ ନାବାଳିକାର ସୁରକ୍ଷା ନେଇ  ପାଇଁ ମଧ୍ୟ ସେ ମୁଖ୍ୟମନ୍ତ୍ରୀଙ୍କୁ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ