ଅର୍ଥ ସାଜିଲା ବାଧକ; ଆଖି ବୁଜିଲେ କର୍କଟ ପୀଡ଼ିତ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ ): ଶେଷରେ ଆଖି ବୁଜିଲେ କର୍କଟ ପିଡ଼ିତ ଭାଗିରଥି ବେହେରା। କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଳକ ଅନ୍ତର୍ଗତ ସୁଡ଼ୁରୁକୁମ୍ପା ପଂଚାୟତରେ ନେଡ଼ିଗୁଡ଼ା ଗ୍ରାମର କର୍କଟ ରୋଗୀ ଥିଲେ ଭାଗିରଥି। ଯେଉଁ ବୟସରେ ରୋଜଗାର କରିବା କଥା ସେହି ବୟସରେ କର୍କଟ ରୋଗ ଯୋଗୁଁ ସେ ଘରେ ପଡ଼ିରହିଥିଲେ। ଚିକିତ୍ସା ପାଇଁ ଅର୍ଥ ସାଜିଥିଲା ବାଧକ। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ବାପା କୁଞ୍ଜ ବିହାରୀ ବେହେରା ପକ୍ଷାଘାତ ରୋଗରେ ପୀଡ଼ିତ। ଦୀର୍ଘଦିନ ହେଲା ବାପା-ପୁଅ ରୋଗାଗ୍ରସ୍ତ ହୋଇ ଘରେ ପଡ଼ିରହିଥିବା ବେଳେ ପରିବାର ଚଳାଇବା ମଧ୍ୟ କଷ୍ଟଦାୟକ ହୋଇପଡିଛି। ଗୋଟିଏ ପଟେ ରୋଜଗାର ବନ୍ଦ  ଅନ୍ୟପଟେ ଚିକିତ୍ସା ପାଇଁ ଅର୍ଥର ଆବଶ୍ୟକ।  ଉଭୟ ବାପା-ପୁଅ ସମେତ ପରିବାର ସମେସ୍ତ ଚିନ୍ତାରେ ପଡ଼ିଥିବା ବେଳେ ଏହି ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ପ୍ରଥମେ ଡ଼ାକ୍ତରୀଦଳ ଉକ୍ତ ପରିବାର ନିକଟରେ କେବଳ ପହଞ୍ଚି ଥିଲେ। କିନ୍ତୁ ଏନେଇ କୌଣସି ପ୍ରକାର ଚିକିତ୍ସା ବ୍ୟବସ୍ଥା କରିନଥିଲେ। ପରବର୍ତ୍ତୀ ସମୟରେ ଉକ୍ତ ପରିବାର ପାଖରେ ପହଞ୍ଚିଥିଲେ କିଛି ସ୍ୱେଚ୍ଛାସେବୀ। କିଛି କିଛି ସହତାୟତା ମଧ୍ୟ ପ୍ରଦାନ କରିବା ସହିତ ପ୍ରଶାସନକୁ ଚିକିତ୍ସା ପାଇଁ ମଧ୍ୟ ଅବଗତ କରିବା ପରେ କର୍କଟ ରୋଗରେ ପୀଡ଼ିତ ଥିବା ପୁଅ ଭାଗିରଥିକୁ ପ୍ରଥମେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତ କରାଯାଇଥିଲା। ସେଠାରୁ କଟକ କ୍ୟାନସର ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲେ ମଧ୍ୟ କୋଭିଡ଼୍ ପରୀକ୍ଷାରେ ବିଳମ୍ବ ଯୋଗୁଁ ତାଙ୍କୁ କ୍ୟାନସର ୱାର୍ଡ଼ରେ ଭର୍ତ୍ତି କରିବାରେ ମଧ୍ୟ ବିଳମ୍ବ ଘଟିଥିଲା। ସେଠାରେ ଚିକିତ୍ସା ପାଇଁ  ଅପେକ୍ଷା କରି ଜୀବନ ଚାଲିଯାଇଥିଲା। ପରିବାର ଲୋକେ ବହୁ କଷ୍ଟରେ ନିଜ ଖର୍ଚ୍ଚରେ ଭାଗିରଥିଙ୍କ ମୃତହେହ ଆଣିଥିଲେ ନିଜ ଗ୍ରାମକୁ। ପ୍ରଶାସନର ଅବହେଳା ଅଭିଯୋଗ କରି ଭାଗିରଥିଙ୍କ ମୃତ୍ୟୁ ପରେ ଗ୍ରାମରେ ମଧ୍ୟ ଅସେନ୍ତାଷ ଦେଖାଯାଇଥିଲା। ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣହେବା ଯୋଗୁଁ ଖବର ପାଇଁ ଖଜୁରିପଡ଼ା ବି.ଡି.ଓ ରବିନ୍ଦ୍ରନାଥ କହଁର , ବ୍ଳକ ଅଧ୍ୟକ୍ଷ ବିରେନ୍ଦ୍ର କହଁର ଓ ଅନ୍ୟମାନେ ପହଞ୍ଚି ବୁଝାସୁଝା କରିବା ସହିତ ରେଡ଼କ୍ରସ୍ ପାଣ୍ଠିରୁ ପରିବାରକୁ ତୁରନ୍ତ ୧୦ ହଜାର ଟଙ୍କା ସହିତ ହରିଶ୍ଚନ୍ଦ୍ର ଯୋଜନାରେ ମଧ୍ୟ ୨ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ତୁରନ୍ତ ଭାଗିରଥିଙ୍କ୍ ସ୍ତ୍ରୀକୁ ବିଧବା ଭତ୍ତା ସହିତ ଝିଅକୁ ପାଠ ପଢାରେ ସହଯୋଗ ପାଇଁ ମଧ୍ୟ ଗ୍ରାମବାସୀମାନେ ଦାବି କରିବା ସହିତ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ପାଣ୍ଠିରୁ ତୁରନ୍ତ ୨୦ ହଜାର ଟଙ୍କା ସରକାରୀ ସହାୟତା ପ୍ରଦାନ ପାଇଁ ମଧ୍ୟ ଦାବି କରାଯାଇଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ