ଗଞ୍ଜେଇ ସହ ବାଇକ ଜବତ; ଦୁଇ ଗିରଫ

ସୋରଡ଼ା,(ରଜନୀକାନ୍ତ ମହାପାତ୍ର): ଗଞ୍ଜାମ ଅବକାରୀ ବିଭାଗ ଉପଅଧିକ୍ଷକ ଅଭିରାମ ବେହେରାଙ୍କ ନିର୍ଦ୍ଦେଶ କ୍ରମେ ଛତ୍ରପୁର ଏମ୍ ଡ଼ି ଏସ ଟିମ ନେତୃତ୍ୱରେ ସୋରଡ଼ା ଥାନା ଇଲାକାରେ ୪.୧୩୪ କିଲୋ ଗଞ୍ଜେଇ ଓ ଏକ ପଲସର ବାଇକ ଜବତ ହେବାସହ ୨ ଜଣ ଗିରଫ ହୋଇଛନ୍ତି। ଘଟଣାରୁ ଜଣା ପଡିଛି ଯେ ଦୁଇ ଜଣ ଯୁବକ ଏକ ବଜାଜ ପଲସର ବାଇକରେ ଏକ ବ୍ୟାକ ପେକ ବ୍ୟାଗରେ ୪.୧୩୪ କିଲୋ ଗଞ୍ଜେଇ ଭର୍ତ୍ତି କରି ଚୋରା ଚାଲାଣ କରୁଥିବା ସମୟରେ ଅବକାରୀ ବିଭାଗ ଓ ପୋଲିସ ବିଭାଗର ମିଳିତ ଚଢ଼ାଉରେ ଧରାପଡିଛନ୍ତି। ସୋରଡ଼ା ତହସିଲଦାର ତଥା ମାଜିଷ୍ଟ୍ରେଟ ରବିନ୍ଦ୍ର କୁମାର ମିଶ୍ରଙ୍କ ଉପସ୍ଥିତରେ ଗଞ୍ଜେଇ ଓ ବାଇକ ଜବତ ହେବା ସହ ଦୁଇ ଜଣ ଆସାମୀଙ୍କୁ ଗିରଫ କରାଯାଇଛି। ଏହି ଚଢ଼ାଉ କାର୍ଯ୍ୟକ୍ରମରେ ଏମ୍ ଡ଼ି ଏସ ଟିମ, ସୋରଡ଼ା ଥାନା ପୋଲିସ ଫୋର୍ସ ଏବଂ ସୋରଡ଼ା ଅବକାରୀ ଓଆଇସି ମୋହନ ପ୍ରଧାନ ଓ ଅବକାରୀ କର୍ମଚାରୀ ବୃନ୍ଦ ଅଂଶ ଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ