ମଧ୍ୟାହ୍ନ ଭୋଜନ ପାଚିକା ସହାୟିକାଙ୍କ ବିକ୍ଷୋଭ

ବାଲେଶ୍ୱର, ,(ଯୁଗାବ୍ଦ ନ୍ୟୁଜ୍): ସିଆଇଟିୟୁ ନେତୃତ୍ୱ ଓଡିଶା ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା ସଂଘର ଏକ ଜିଲ୍ଲାସ୍ତରୀୟ ପଟୁଆର ବାଲେଶ୍ୱର ରେଳ ଷ୍ଟେସନରୁ ବାହାରି ଶତାଧିକ ମହିଳା ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ମଧ୍ୟାହ୍ନ ଭୋଜନକର୍ମୀଙ୍କୁ ଘରୋଇକରଣ ବନ୍ଦ, ଅବସରପ୍ରାପ୍ତ ବୟସ ୬୦ ବର୍ଷରୁ ୬୨ ବର୍ଷକୁ ବୃଦ୍ଧି କରାଯିବା, ସମାନ କାମକୁ ସମାନ ମଜୁରୀ ଏବଂ ଶ୍ରମିକର ମାନ୍ୟତା ପ୍ରଦାନ କରାଯିବା,୨୦୧୮ ଜାନୁୟାରୀଠାରୁ ୨ ହଜାର ଟଙ୍କା ଭତ୍ତା ଦେବା, ଛଟେଇ ପାଚିକାଙ୍କୁ ପୁନଃ ନିଯୁକ୍ତି, ୨୮ ମାସର ବାକିୟା ଭତ୍ତା, ବର୍ଷକୁ ୨ ଖଣ୍ଡ ଶାଢୀ, ଇ.ପି.ଏଫ୍, ଇ.ଏସ.ଆଇ, ପେନସନ୍ ଓ ମାସକୁ ୧୦୦ ଟଙ୍କା ଧୁଲାଇ ଭତ୍ତା ପ୍ରମୁଖ ଦାବିଗୁଡିକ ନେଇ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ଉକ୍ତ ବିକ୍ଷୋଭରେ ସଂଘର ରାଜ୍ୟ ସଭାପତି ରାଧାରମଣ ଷଡଙ୍ଗୀ, ସଂପାଦିକା ଇଷାନୀ ଷଡଙ୍ଗୀ, କାର୍ଯ୍ୟକାରୀ ସଭାପତି ମୃତ୍ୟୁଞ୍ଜୟ ରାଉତ, ପୂର୍ଣ୍ଣିମା ବେହେରା, କନକଲତା ଦାସ, ସୁଶୀଳା ପାଣିଗ୍ରାହୀ, ମନ୍ମଥ ଦାସ, ବିନୋଦିନୀ ପଣ୍ଡା, ମନ୍ମଥ ବେହେରା, ରମାକାନ୍ତ ଋଣା, ମଞ୍ଜୁଲତା ଦାସ, ବସନ୍ତ ପ୍ରଧାନ, ନିକୁଞ୍ଜ ବସନ୍ତ ରାୟ, ପୁତ୍ତୁଲ ଦାସ, ରାମଶଙ୍କର ଜେନା ପ୍ରମୁଖ ବକ୍ତବ୍ୟ ରଖିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ