ଧୋନୀଙ୍କ ଉପସ୍ଥିତି ଭାରତୀୟ ଦଳ ପାଇଁ ମହତ୍ଵପୂର୍ଣ୍ଣ:ଯୁବରାଜ

ନୂଆଦିଲ୍ଲୀ: ଅନୁଭବୀ କ୍ରିକେଟର ଯୁବରାଜ ସିଂହ ଶୁକ୍ରବାର କହିଛନ୍ତି ଯେ ବିଶ୍ଵ କପରେ ଭାରତୀୟ ଦଳର ପ୍ରଦର୍ଶନରେ ମହେନ୍ଦ୍ର ସିଂହ ଧୋନୀଙ୍କ ଭୂମିକା ମହତ୍ଵପୂର୍ଣ୍ଣ ରହିଛି। କାରଣ ସେ ବର୍ତ୍ତମାନର ଅଧିନାୟକ ବିରାଟ କୋହଲିଙ୍କ ପାଇଁ ମାର୍ଗଦର୍ଶକ ରହିବା ସହିତ ନିଷ୍ପତ୍ତି ନେବାରେ ପ୍ରମୁଖ ଭୂମିକା ନିଭାଉଛନ୍ତି। ଫର୍ମକୁ ନେଇ ଧୋନୀଙ୍କୁ ବିଶ୍ଵ କପ ଦଳରେ ସାମିଲ କରିବା ଏକ ବିବାଦୀୟ ବିଷୟ ରହିଥିଲା। ମାତ୍ର ଧୋନୀ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ଦମଦାର ପ୍ରଦର୍ଶନ କରି ସମାଲୋଚକଙ୍କୁ ଜବାବ ଦେଇଛନ୍ତି।

୨୦୧୧ ବିଶ୍ଵ କପରେ ପ୍ଲେୟାର ଅଫ ଦ ଟୂର୍ଣ୍ଣାମେଣ୍ଟ ରହିଥିବା ଯୁବରାଜ ସିଂହଙ୍କୁ ଯେବେ ଧୋନୀଙ୍କ ବିଷୟରେ ପ୍ରଶ୍ନ କରାଗଲା,ସେ କହିଲେ ଯେ, ଧୋନୀଙ୍କ କ୍ରିକେଟ୍ ଜ୍ଞାନ ବହୁତ ପ୍ରଖର। ଓ୍ଵିକେଟ୍ ପଛରେ ହେଉ କି ବ୍ୟାଟରେ ସେ ଆଗକୁ ଆସି ଦଳକୁ ବିଜୟୀ କରାଇବାର କ୍ଷମତା ରଖିଛନ୍ତି। ଏହା ସହିତ ସେ ଜଣେ ଅନୁଭବୀ ସଫଳ ଅଧିନାୟକ। ସେ ଯୁବ ଖେଳାଳି ଓ ବିରାଟଙ୍କୁ ସର୍ବଦା  ମାର୍ଗଦର୍ଶନ ଦେଇ ଆସୁଛନ୍ତି।

୨୦୦୭ ଓ୍ଵାର୍ଲ୍ଡ ଟି-୨୦ରେ ଏକ ଓଭରରେ ୬ ଛକା ମାରିଥିବା ଯୁବରାଜ କହିଛନ୍ତି ଯେ,  ନିଷ୍ପତ୍ତି ନେବା ମାମଲାରେ ପଡିଆରେ ଧୋନୀଙ୍କ ଉପସ୍ଥିତି ବହୁତ ମହତ୍ଵପୁର୍ଣ୍ଣ।  ଅଷ୍ଟ୍ରେଲିଆ ଗସ୍ତରେ ସେ ଭଲ ପ୍ରଦର୍ଶନ କରିଛନ୍ତି ଏବଂ ସେହି ଭଲି ବଲକୁ ହିଟ୍ କରୁଛନ୍ତି ଯେମିତି ପୂର୍ବରୁ ସେ କରୁଥିଲେ। ବିଶ୍ଵ କପ ପାଇଁ ତାଙ୍କୁ ମୁଁ ଶୁଭକାମନା ଜଣାଉଛି।

ଧୋନୀଙ୍କୁ କେଉଁ ସ୍ଥାନରେ ବ୍ୟାଟିଂ କରିବା ଉଚିତ୍, ଏହି ପ୍ରଶ୍ନରେ ଯୁବରାଜ କହିଛନ୍ତି ଯେ, ଏହି ବିଷୟରେ ଆପଣ ଧୋନୀଙ୍କୁ ପଚାରିବା ଉଚିତ୍ ତାଙ୍କୁ କେଉଁ ସ୍ଥାନରେ ବ୍ୟାଟିଂ କରିବା ଉଚିତ୍। ଯୁବରାଜ ଚଳିତ ଆଇପିଏଲରେ ମୁମ୍ବାଇ  ଇଣ୍ଡିଆନ୍ସ ପକ୍ଷରୁ ଖେଳିବେ।  ସେ କହିଛନ୍ତି ଯେ ସେ ଅଧିନାୟକ ରୋହିତ ଶର୍ମାଙ୍କ ଉପରୁ ଚାପ କମ୍ କରିବାକୁ ଚେଷ୍ଟା କରିବେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ