ଅକାଳ ବାର୍ଦ୍ଧକ୍ୟର ସଙ୍କେତ
ବୟସ ବଢ଼ିବା ସହ ତା’ର ପ୍ରଭାବ ତ୍ୱଚା ଏବଂ ସ୍ୱାସ୍ଥ୍ୟ ଉପରେ ପଡ଼ିଥାଏ । ବୟସ ବଢ଼ିବା ସଙ୍ଗେ ସଙ୍ଗେ ଶରୀରରେ ଅନେକ ସମସ୍ୟା ଦେଖା ଦେଇଥାଏ । କିନ୍ତୁ ଆଜିକାଲି ଖାଦ୍ୟ ଖାଇବାରେ କିଛି ଠିକ୍ ଠିକଣା ନଥିବାରୁ ଯୁବାବସ୍ଥାରେ ହିଁ ବୃଦ୍ଧା ଅବସ୍ଥାରେ ହେଉଥିବା ରୋଗଗୁଡ଼ିକ ଦେଖା ଦେଇଥାଏ । ଆଜି ଆମେ ଆପଣଙ୍କ ଶରୀରରେ ଦେଖା ଦେଉଥିବା ଛୋଟ ଛୋଟ ସଙ୍କେତ ବିଷୟରେ ଜଣାଇବୁ, ଯାହା ଆପଣ ଯୁବାବସ୍ଥାରେ ବୁଢ଼ା ହେଉଛନ୍ତି ବୋଲି ସୂଚାଇଥାଏ ।୧.ଆଣ୍ଠୁ ଗଣ୍ଠିର ସମସ୍ୟା ସାଧାରଣତଃ ବୟସ୍କ ଲୋକମାନଙ୍କ ପାଖରେ ଦେଖା ଦେଇଥାଏ । କିନ୍ତୁ ଆଜିକାଲି ଠିକ୍ ସମୟରେ ଠିକ୍ ଖାଦ୍ୟ ନ ଖାଇ ପାରୁଥିବାରୁ କମ୍ ବୟସ୍କ ଲୋକମାନଙ୍କ ପାଖରେ ଏହି ସମସ୍ୟା ଦେଖା ଦେଉଛି । ୩୦-୩୫ବର୍ଷ ବୟସ ମଧ୍ୟରେ ଯଦି ଆପଣଙ୍କ ଆଣ୍ଠୁ ଗଣ୍ଠିର ସମସ୍ୟା ଦେଖାଦେଉଛି ତେବେ ଆପଣ ଯୁବାବସ୍ଥାରେ ବୁଢ଼ା ହେବାକୁ ଯାଉଛନ୍ତି ବୋଲି ଜାଣି ରଖନ୍ତୁ ।୨. ଆଜିକାଲି ବ୍ୟସ୍ତବହୁଳ ଜୀବନରେ ଲୋକମାନଙ୍କୁ ଠିକ୍ ଭାବରେ ନିଦ ଆସି ନଥାଏ । କିନ୍ତୁ ଦିନ ସାରା କାମ କରିବା କରି ଥକିଯିବା ପରେ ମଧ୍ୟ ଯଦି ଆପଣଙ୍କୁ ନିଦ ଆସୁ ନାହିଁ ତେବେ ଏହାକୁ ଅଣଦେଖା କରନ୍ତୁ ନାହିଁ । କାରଣ ଠିକ୍ ଭାବରେ ନିଦ ନହେଲେ ଏହାର ପ୍ରଭାବ ଶରୀର ଉପରେ ପଡ଼ିବା ସହ ଆପଣଙ୍କ ତ୍ୱଚା ଉପରେ ମଧ୍ୟ ପଡ଼ିଥାଏ । ସାଧାରଣତଃ ବୃଦ୍ଧ ଲୋକମାନଙ୍କ ପାଖରେ ଏଭଳି ସମସ୍ୟା ଦେଖାଦେଇଥାଏ । କିନ୍ତୁ ବୟସ ଥାଇ ଏ ସମସ୍ୟା ଦେଖାଗଲେ ତୁରନ୍ତ ଡ଼ାକ୍ତରଙ୍କୁ ପରାମର୍ଶ କରାନ୍ତୁ ।୩.ଆଖିକୁ ନଦେଖାଯିବା ଆଜିକାଲିର ଏକ ସାଧାରଣ ସମସ୍ୟା । ଆଗରୁ ଏଭଳି ସମସ୍ୟା ବୟସ୍କ ଲୋକମାନଙ୍କ ପାଖରେ ଦେଖା ଦେଉଥିବା ବେଳେ ଏବେ ଏହା କମ୍ ବୟସ୍କ ଲୋକମାନଙ୍କ ପାଖରେ ଦେଖା ଦେଉଛି । ଏହା ସହ ସ୍କୁଲ ଯାଉଥିବା ପିଲାମାନେ ମଧ୍ୟ ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଦିନ ସାରା ମୋବାଇଲ, କମ୍ପ୍ୟୁଟର ଏବଂ ଲାପ୍ଟପ୍ ଆଗରେ ବସି ରହୁଥିବାରୁ ଯୁବପିିଢ଼ିଙ୍କ ମଧ୍ୟରେ ଏହି ସମସ୍ୟା ଦେଖା ଦେଉଥିବା ଜଣାପଡ଼ିଛି ।୪. ଯଦି କମ ବୟସରୁ ଆପଣଙ୍କ କେଶ ଧଳା ହେବାକୁ ଲାଗୁଛି ତେବେ ସାବଧାନ ହୋଇଯାଆନ୍ତୁ । ବୟସ୍କ ଲୋକମାନଙ୍କ ପାଖରେ ଏହି ସମସ୍ୟା ଅତି ସାଧାରଣ । କିନ୍ତୁ କମ ବୟସରୁ ଯଦି ଏହି ସମସ୍ୟା ଦେଖାଦେଉଛି ତେବେ ସାବଧାନ ହୋଇ ନିଜ ଜୀବନଶୈଳୀରେ ପରିବର୍ତ୍ତନ ଆଣନ୍ତୁ ।


