ବର୍ଷାରେ କପଡ଼ା ଦୁର୍ଗନ୍ଧ ଦୂର କରିବାର ସହଜ ଉପାୟ

ବର୍ଷାଦିନେ କପଡ଼ା ଶୁଖିବା ଲାଗି ସୂର୍ଯ୍ୟକିରଣ ପାଇ ନ ଥାଏ । ବାହାରେ ବର୍ଷା ହେଉଥିବାରୁ ସାଧାରଣତଃ କପଡ଼ାକୁ ଘର ଭିତରେ ଶୁଖାଇବାକୁ ପଡ଼ିଥାଏ । ଯାହାଫଳରେ କପଡ଼ା ଓଦା ରହିବା କାରଣରୁ ଏଥିରୁ ଗନ୍ଧ ବାହାରିଥାଏ । ଏଭଳି ଦୁର୍ଗନ୍ଧ ବାହାରୁଥିବା କପଡ଼ା ପିନ୍ଧିବାକୁ ଇଚ୍ଛା ହୋଇ ନ ଥାଏ । ଏହି କପଡ଼ାକୁ ବାରମ୍ବାର ଧୋଇବା ପାଇଁ ମଧ୍ୟ ସମୟ ମିଳି ନ ଥାଏ । ଏପରିସ୍ଥଳେ ତିନୋଟି ଜିନିଷ ଆପଣଙ୍କୁ ସାହାଯ୍ୟ କରିପାରେ । ଚାଲନ୍ତୁ କେମିତି ଜାଣିବା ବର୍ଷାଦିନେ କପଡ଼ାରୁ ବାହାରୁଥିବା ଦୁର୍ଗନ୍ଧ କିଭଳି ଭାବେ ଦୂର କରାଯାଇପାରିବ । ଭିନେଗାର ବର୍ଷାଦିନେ କପଡ଼ାରୁ ବାହାରୁଥିବା ଦୁର୍ଗନ୍ଧ ଦୂର କରିବାରେ ଭିନେଗାର ସାହାଯ୍ୟ କରିପାରେ । ଏଥିପାଇଁ ଆପଣଙ୍କୁ କପଡ଼ା ଧୋଇବା ପରେ ଅଧ ବାଲ୍ଟି ପାଣିରେ ଦୁଇ ବଡ଼ ଚାମଚ ଭିନେଗାର ପକାନ୍ତୁ । ଏହି ଭିନେଗାର ପାଣିରେ ୧୦ ମିନିଟ୍ ପାଇଁ କପଡ଼ା ଭିଜାଇ ରଖନ୍ତୁ । ଏହା ପରେ କପଡ଼ାରୁ ପାଣି ବାହାର କରି ଶୁଖାଇ ଦିଅନ୍ତୁ । ଦେଖିବେ କପଡ଼ା ଦୁର୍ଗନ୍ଧ ଦୂର ହୋଇଯିବ ।ଡେଟଲ ବର୍ଷାଦିନେ କପଡ଼ାରୁ ବାହାରୁଥିବା ଦୁର୍ଗନ୍ଧ ଦୂର କରିବାରେ ଡେଟଲ ମଧ୍ୟ ସାହାଯ୍ୟ କରିପାରେ । ତେଣୁ କପଡ଼ା ଧୋଇବା ପରେ ୧୦ ମିନିଟ୍ ଯାଏ ଡେଟଲ ପାଣିରେ ଏହାକୁ ଭିଜାଇ ରଖନ୍ତୁ । ପରେ ଭଲ ଭାବେ ଚିପୁଡ଼ି ଶୁଖିବା ପାଇଁ ଛାଡ଼ିଦିଅନ୍ତୁ । ଏପରି କରିବା ଦ୍ୱାରା କପଡ଼ାର ଦୁର୍ଗନ୍ଧ ଦୂର ହେବା ସହିତ ପିନ୍ଧିବାକୁ ଆରାମ ଲାଗିବ ।ଧୂପବତୀପୂଜା କରିବା ସମୟରେ ଆପଣ ଧୂପବତୀ ବ୍ୟବହାର କରିଥାନ୍ତି । ଘରେ ବାସ୍ନା ବ୍ୟାପିବା ପାଇଁ ସକାଳ ସନ୍ଧ୍ୟାରେ ଧୂପବତୀ ଲଗାଯାଏ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ କପଡ଼ାରୁ ଦୁର୍ଗନ୍ଧ ଦୂର କରିବାରେ ମଧ୍ୟ ଏହା ସାହାଯ୍ୟ କରିପାରେ । କପଡ଼ା ଧୋଇ ଶୁଖାଇବା ପରେ ଏହାର ଆଖପାଖରେ ଧୂପବତୀ ଲଗାନ୍ତୁ । ଏହାର ଧୂଆଁ ଓ ସୁଗନ୍ଧ କପଡ଼ାରେ ଦୁର୍ଗନ୍ଧ ହେବାକୁ ଦେବ ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ