ସମ୍ବାଦ ସାହିତ୍ୟ ଘର କେନ୍ଦ୍ରାପଡାର ଆଲୋଚନା ଚକ୍ର

କେନ୍ଦ୍ରାପଡା – ସାହିତ୍ୟ କେବଳ ସମାଜର ପ୍ରତିଛବି ନୁହେଁ, ସମାଜ ଏବଂ ରାଷ୍ଟ୍ର ବିକାଶର ଏକ ଅସ୍ତ୍ର ରୂପେ କାମ କରିଥାଏ । ସାହିତ୍ୟର ବିଭିନ୍ନ ବିଭାଗରେ ଲେଖନୀ ଚାଳନା କରୁଥିବା ସାରସ୍ୱତ ସାଧକମାନେ ସେମାନଙ୍କର ଲେଖନୀ ମୁନରେ ପ୍ରଚଳିତ ସମାଜ ବ୍ୟବସ୍ଥାର ଛବି ଆଙ୍କିବା ସହ ସେମାନଙ୍କର ସ୍ୱପ୍ନର ସମାଜକୁ ନିଖୁଣ ଭାବରେ ଉପସ୍ଥାପିତ କରିପାରିଥାନ୍ତି । ସେଥିପାଇଁ ଯେଉଁ ସମାଜର ସାହିତ୍ୟ ଯେତେ ଉନ୍ନତ ସେ ସମାଜ ସେତେ ସମୃଦ୍ଧ ବୋଲି କୁହାଯାଏ । ଜଣେ ସାହିତ୍ୟିକର ଚିନ୍ତାରାଜ୍ୟ ଅନ୍ତରରୁ ଅନ୍ତରୀକ୍ଷ ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇଥାଏ । ଶାସକ ଗୋଷ୍ଠୀର ପୃଷ୍ଠପୋଷକତା କରି ନୁହେଁ, ବରଂ ତାର ନାଲି ଆଖିର ସାମ୍ନା କରି ହିଁ ଉଚ୍ଚାଙ୍ଗ ସାହିିତ୍ୟ ସୃଷ୍ଟି କରାଯାଇପାରେ ବୋଲି କେନ୍ଦ୍ରାପଡା ସମ୍ବାଦ ସାହିତ୍ୟ ଘର ଆନୁକୁଲ୍ୟରେ “ସାହିତ୍ୟକର ଦୁନିଆଁ” ଶୀର୍ଷକ ଆଲୋଚନା ଚକ୍ରରେ ଅଂଶଗ୍ରହଣ କରି ଆଲୋଚକମାନେ ମତ ପ୍ରକାଶ କରିଛନ୍ତି । ସଂଗଠନର ସଭାନେତ୍ରୀ ଅବନ୍ତୀ ବେହେରାଙ୍କ ପରିଚାଳନାରେ ସହରସ୍ଥ ଜିଲ୍ଲା ବିକାଶ ସାମ୍ମୁଖ୍ୟ ସଭାଗୃହରେ ଆୟୋଜିତ ମାସିକ ସାହିତ୍ୟ ଆସରର ପ୍ରଥମ ଅଧିବେଶନରେ ହୋଇଥିବା ଆଲୋଚନା ଚକ୍ରରେ ଅଧ୍ୟାପକ ଅଜୟ ସାମଲ, ମେଜର ଭରତ ଚନ୍ଦ୍ର ଜେନା, ରାମକୃଷ୍ଣ ଦାଶ, ରଣଧୀର ଜେନା, ରମଣୀରଂଜନ ରାଉତରାୟ ପ୍ରମୁଖ ଆଲୋଚକ ମାନେ ନିଜ ନିଜର ଅଭିମତ ପ୍ରଦାନ କରିଥିଲେ । ଆସରର ଦ୍ୱିତୀୟ ଅଧିବେଶନରେ କବୀ ଶୈଳବାଳା ସାମଲ ଓ ସଞ୍ଜୟ କୁମାର ମଥାନଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ କବି ବିଜୟ କୁମାର ପରିଡା, ଶରତ କୁମାର ରାଉତ, ମଧୁସୁଦନ ଗେରୁ, ଅସୀତ କୁମାର ସାହୁ, ଭରତ ଚନ୍ଦ୍ର ଜେନା, ରାମକୃଷ୍ଣ ଦାଶ, ଟିଟିକାନ୍ତ ନାୟକ ପ୍ରମୁଖ ସ୍ୱରଚିତ କବିତାମାନ ପାଠ କରିଥିଲେ । ସଂଗଠନର ସଂପାଦକ ଆଦିକନ୍ଦ ରାଉଳ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିବାବେଳେ ପଣ୍ଡିତ ପ୍ରତାପ ପତି ଧନ୍ୟବାଦ ଅର୍ପଣ ଓ କଣ୍ଠଶିଳ୍ପୀ ଗୋଲେଖ ସେଠୀ ଉଦ୍ଘାଟନୀ ସଂଗୀତ ପରିବେଷଣ କରିଥିଲେ । ପ୍ରାରମ୍ଭରେ ପ୍ରୟାତ୍ ସାହିତ୍ୟିକ ଜନାର୍ଦ୍ଦନ ପରିଡା, କୁଳମଣୀ ରାଉତ, ରମେଶ ଅଲ୍ଲୀ ବେଶାନ୍ତ, ବାର୍ବରା ରାଓ ପ୍ରମୁଖଙ୍କ ଉଦ୍ଦେଶ୍ୟରେ ନୀରବ ଶ୍ରଦ୍ଧା ଅର୍ପର୍ଣ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ