ବାତ୍ୟା ପରେ ବାତ୍ୟାଗଲାଣି ପୋଲ ନିର୍ମାଣ ହୋଇ ପାରୁନି
ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନା ବ୍ଲକ ଏଭଳି କିଛି ସମସ୍ୟା ଲାଗି ରହିଛି କେଉଁଠି ଲୋକଙ୍କ ଭରଷାରେ ବାଉଁଶ ପୋଲତ କେଉଁଠି ଟାଇର ମାଧ୍ୟମରେ ନଦୀପାର କରୁଛନ୍ତି | ଖବର ପ୍ରସାରଣ ପରେଭି କୌଣସି ସନ୍ତୋଷ ଜନକ ଉତ୍ତର ମିଳୁନି | ଯାହାଫଳରେ ଆନ୍ଦୋଳନ ପାଇଁ ଅଣ୍ଟା ଭିଡ଼ିଲେଣି ଲୋକେ | ଏଭଳି ଘଟଣା ଦେଖିବାକୁ ମିଳିଛି ମୋହନା ବ୍ଲକଠାରୁ ତିନି କିମି ଦୂରରେ ରହିଛି ପାଞ୍ଚଖଣ୍ଡ ଗାଁ ଏହି ଗାଁ କୁ ଯିବାକୁ ହେଲେ ଏକ ବଡନଦୀ ଦେଇ ଯିବାକୁ ପଡୁଛି | ପାଞ୍ଚଖଣ୍ଡ ଗାଁରେ ବସବାସ କରୁଛନ୍ତି ଏକ ହଜାରରୁ ଉର୍ଦ୍ଧ ଲୋକ | ଏହି ଗାଁକୁ ଯିବା ପାଇଁ ପୂର୍ବତନ ଗୋପାଳପୁର ବିଧାୟକ ପ୍ରଦିପପାଣିଗ୍ରାହୀ ମନ୍ତ୍ରୀ ପଦବୀରେ ଥିବା ସମୟରେ ଏବଂ ବ୍ରହ୍ମପୁର ସାଂସଦ ସିଦ୍ଧାନ୍ତ ମହାପାତ୍ର, ଜିଲ୍ଲାପାଳ ମାନସୀ ନିମ୍ବାଲ ଉପସ୍ଥିତରେ ପ୍ରଧାନମନ୍ତ୍ରୀ ରାସ୍ତାର ଶୁଭଦେଇଥିଲେ ରାସ୍ତାନିର୍ମାଣ ଅତି ଧୀରେ ଚାଲିଥିଲା ତାହାଭି ନିମ୍ନ ମାନର ନଦୀର ଦୁଇ ପାର୍ଶ୍ୱ ରାସ୍ତା ନିର୍ମାଣ ହେବାକୁ ଲାଗିଲା ଦୁଇ ବର୍ଷ କିନ୍ତୁ ଆଜି ପର୍ଯନ୍ତ ସମାପ୍ତ ହୋଇନାହିଁ କି ନଦୀ ଉପରେ ପୋଲ ନିର୍ମାଣ ହୋଇପାରିଲା ନାହିଁ | ବହୁଥର ମନ୍ତ୍ରୀ ନେତା ଓ ଅଧିକାରୀ ମାନଙ୍କ ଲିଖିତ ଅଭିଯୋଗ କରିଥିଲେଭି କୌଣସି ଉତ୍ତର ମିଳିନି ଯାହା ଫଳରେ ଲୋକେ ଏକତ୍ରିତ ହୋଇ ଅଣ୍ଟା ଭିଡ଼ିଛନ୍ତି ଆନ୍ଦୋଳନକୁ |ବହୁତ ବଡ଼ ଦୁଃଖର କଥା ହେଲା ଗ୍ରାମରେ ଥିବା ବିଦ୍ୟାଳୟ ବର୍ତ୍ତମାନ ବନ୍ଦ ହୋଇଗୋଲାଣି ବର୍ତ୍ତମାନ ପିଲାମାନେ ମୋହନା ଆସିବାକୁ ପଡୁଛି ପାଠ ପଡ଼ିବାକୁ ହେଲେ ମନରେ ଭୟ ନଦୀ ପାଣିକୁ କାଳେ ଅଦିନୟ ବର୍ଷାରେ ପାଣି ଆସି ପିଲାଙ୍କୁ ଭସାଇ ନେଇଯିବ | ଅନ୍ୟ ପଟେ ବର୍ଷା ହେଲେ ତିନିରୁ ଚାରି ଦିନ ପର୍ଯ୍ୟନ୍ତ ଗାଁରୁ ମୋହନା ଆସି ହେଉନାହିଁ ଆବଶ୍ୟକ ସାମଗ୍ରୀ ନେବା ପାଇଁ ରୋଗରେ ଆକ୍ରାନ୍ତ ବ୍ୟକ୍ତି ହେଉ କିମ୍ବା ଗର୍ଭବତୀ ମାକୁ ମେଡିକାଲ ଆଣିବାକୁ ହେଲେ ଭାର କରି ବହୁ କଷ୍ଟରେ ଆଣିବାକୁ ପଡ଼ିଥାୟ | ଏହି ପାଞ୍ଚ ଗ୍ରାମ ବାସୀଙ୍କୁ ଗୁଡ଼ରିଗୁଡା, ଧନୁପଙ୍କା, ବାଡେଇପୁରୁ,ମର୍ଚ୍ଚିମା, କାମିଲିଗୁଡ଼ା ଗ୍ରାମର ଲୋକେ ତିତିଲିରେ ନିର୍ମାଣ ହୋଇଥିବା ଅସ୍ଥାୟୀ ପୋଲ ଧୋଇହେବା ପରେ ଗ୍ରାମ ବାସୀ ଆଦାୟ କରି ୫୦ହଜାର ଟଙ୍କାରେ ପୁଣି ଅସ୍ଥାୟୀ ପୋଲ ନିର୍ମାଣ କରିଥିଲେ ତାହାଭି ଅଦିନୟା ବର୍ଷାରେ ଧୋଇଗଲା ଏହି ବିଷୟରେ ନିର୍ବାହୀ ଅଧିକାରୀ ରବିନ୍ଦ୍ରବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି ଏହା ବିଷୟରେ କାଗଜ ପଠା ଯାଇଛି ଅଳ୍ପଦିନ ଭିତରେ ଟେଣ୍ଡର ହେବା ସହ କାମ କରାଯିବ ତେବେ କେବେକାମ ହେବ ଆଉ ପାଞ୍ଚ ଖଣ୍ଡ ଗ୍ରାମବାସୀ ଏହାର ସାହାର୍ଯ୍ୟ କେବେ ପାଇବେ ତାହା ସମସ୍ତଙ୍କୁ ଅପେକ୍ଷା ରହିଲା |