ସିପିଆଇର ବରିଷ୍ଠ ସାଥୀ ଆନନ୍ଦ ଚନ୍ଦ୍ର ଜେନାଙ୍କ ବିୟୋଗରେ ବନ୍ତ ଜୋନ୍ କମିଟି ପକ୍ଷରୁ ଶୋକ

ବନ୍ତ,(ଚାନ୍ଦିନୀ ମହାନ୍ତି) : ଆଜି ଭଦ୍ରକ ଜିଲା ବନ୍ତ ବ୍ଲକ ଆଗରପଡା ଅଞ୍ଚଳର ବରିଷ୍ଠ କମ୍ୟୁନିଷ୍ଟ ନେତା ଆନନ୍ଦ ଚନ୍ଦ୍ର ଜେନା(୬୧)ଙ୍କର ଭୁବନେଶ୍ୱରସ୍ଥିତ ଏକ କୋଭିଡ୍ ହସପିଟାଲରେ ପରଲୋକ ଘଟିଛି । ଗତ ୬ ଦିନ ତଳେ ସେ କରୋନା ଆକ୍ରାନ୍ତ ହୋଇ ଭୁବନେଶ୍ୱରସ୍ଥିତ ନିଳାଞ୍ଚଳ କୋଭିଡ୍ ହସପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଆଜି ସକାଳ ୯ଟା ୩୦ ମିନିଟ୍ ସମୟରେ ତାଙ୍କର ବିୟୋଗ ଘଟିଛି । ଗତ ୧୯୭୫ ମସିହା ଛାତ୍ର ଜୀବନରୁ ସେ ସିପିଆଇର ଜଣେ ଦୃଢ ସମର୍ଥକ ଓ କର୍ମୀ ଭାବରେ କାର୍ଯ୍ୟ କରି ଆସୁଥିଲେ । ପୁରୁଷଣ୍ଢ ପଞ୍ଚାୟତ ତଥା ଆଗରପଡା ଅଞ୍ଚଳର ଜଣେ ପୁରୁଣା ତଥା ବରିଷ୍ଠ ସିପିଆଇ ନେତା ଥିଲେ । ସେ ସିପିଆଇ ଜିଲା କାର୍ଯ୍ୟକାରୀ କମିଟିର ସଭ୍ୟ ଥିଲେ । ୧୯୭୨ ମସିହା ଭାଗଚାଷ ଆନ୍ଦୋଳନ ପ୍ରଭାବରେ ସେ ପ୍ରଭାବିତ ହୋଇ କମ୍ୟୁନିଷ୍ଟ ପାର୍ଟିରେ ଯୋଗ ଦେଇଥିଲେ । ତାଙ୍କର ୪ ଝିଅ ଓ ପତ୍ନୀ ଥିବା ବେଳେ ସେ ସିପିଆଇର ପ୍ରାକ୍ତନ ରାଜ୍ୟ ସଂପାଦକ ଦିବାକର ନାୟକଙ୍କ ସମୁଦି ଅଟନ୍ତି । ତାଙ୍କ ବିୟୋଗରେ ନିର୍ମଳପୁର ଗ୍ରାମ ତଥା ଆଗରପଡା, ବନ୍ତ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ତାଙ୍କ ବିୟୋଗରେ ବନ୍ତ ଜୋନ୍ କମିଟି ପକ୍ଷରୁ ସାଥୀ ଗୋପବନ୍ଧୁ ସେଠୀ, ଜୋନ୍ ସଂପାଦକ ରମେଶ ଜେନା, ଜିଲା ସଂପାଦକ ଶୁଭେନ୍ଦ୍ର ପ୍ରତାପ ମହାନ୍ତି, ଆଇନଜୀବି ପରମେଶ୍ୱର ବାରିକ, ନିରଂଜନ ନାୟକ, ପିତବାସ ସେଠୀ, ଫକୀର ବିଶ୍ୱାଳ, ପଞ୍ଚାନନ ସେଠୀ, ପଦ୍ମନାଭ ସ୍ୱାଇଁ, ରବିନ୍ଦ୍ର ସେଠୀ, ରତିକାନ୍ତ ଜେନା, ବାବାଜି ଚରଣ ଜେନା, ଉମାକାନ୍ତ ମହାପାତ୍ର, ଉଷାରାଣୀ ବେହେରା ପ୍ରମୁଖ ସାଥୀ ଓ ସମର୍ଥକ ମାନେ ଶୋକ ବ୍ୟକ୍ତ କରିଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ