ଘର ପଟ୍ଟା ପ୍ରଦାନ ନିମନ୍ତେ ଜିଲ୍ଲପାଳଙ୍କ ଦ୍ୱାରସ୍ଥ ହେଲେ ମହିଳା
ଛତ୍ରପୁର, (ଦେବଦତ୍ତ ମହାରଣା): ବେଲଗୁଣ୍ଠା ଏନଏସିର ଭଗବତପାଟଣା(୧୨/୧୩ ) ୱାର୍ଡ ସାହିର ୩୦ରୁଉର୍ଦ୍ଧ୍ୱ ମହିଳା ମାନେ ସୋମବାର ଘର ପଟ୍ଟା ପ୍ରଦାନ ନିମନ୍ତେ ଗଂଜାମ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସେମାନେ କହିବା ଅନୁସାରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାପ୍ରଶାସନ ପକ୍ଷରୁ ଡ୍ରୋନ୍ ସର୍ଭେ କରାଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ସେମାନଙ୍କୁ ଘର ପଟ୍ଟା ପ୍ରଦାନ କରାଯାଇନାହିଁ । ଅନ୍ୟ ସାହି ବାସିନ୍ଦା ମାନଙ୍କୁ ମିଳିଗଲାଣି ଆମକୁ କାହିଁକି ମିଳୁନାହିଁ । ଆମେ ନିହାତି ଗରୀବ ଶ୍ରେଣୀ ପରିବାର ଅଟୁ । ତେଣୁ ଆମକୁ ତୁରନ୍ତ ଘର ପଟ୍ଟା ପ୍ରଦାନ କରିବା ନିମନ୍ତେ ମହିଳା ମାନେ ଜିଲ୍ଲପାଳଙ୍କୁ ଭେଟି ଏସଂପର୍କ ଏକ ଲିଖିତ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ଏହି ସ୍ମାରକ ପତ୍ର ଝୁନୁ ବେହେରା, ବିଷ୍ଣୁ ବେହେରା, ବାସନ୍ତି ପାତ୍ର, କସ୍ତୁର ସେଠୀ, ମାମି ସେଠୀ, ଭାଗ୍ୟ ସେଠୀଙ୍କ ସମେତ ବହୁ ମହିଳା ମାନେ ଉପସ୍ଥିତ ଥିଲେ ।


