ଟିକରା ଗ୍ରାମବାସୀଙ୍କୁ ମିଳୁନି ପ୍ରଧାନମନ୍ତ୍ରୀ ଆବାସ; ବ୍ଲକ ଘେରିଲେ ମହିଳା 

ହାଟଡ଼ିହି, (ବିକାଶ ବିଶ୍ୱାଳ): କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ପଞ୍ଚୁଗୋଛିଆ ପଞ୍ଚାୟତର ଟିକରା ଗ୍ରାମବାସୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ମିଳୁନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ଆଜି ୨୦ରୁ ଉର୍ଦ୍ଧ ମହିଳା ବ୍ଲକକୁ ଅଭିଯୋଗ କରିବାକୁ ଆସି ବ୍ଲକ କାର୍ଯ୍ୟାଳୟ ଘେରାଉ କରିଥିଲେ । ମହିଳାଙ୍କ ଅଭିଯୋଗ ଅନୁଯାଇ ଟିକରା ଏକ ରାଜସ୍ୱ ଗ୍ରାମ ହୋଇଥିବାବେଳେ ଏଠାରେ ୬୦ଭାଗ ଲୋକ ଗରିବ ସଂପ୍ରଦାୟର । ୨୦୧୨ ମସିହାରେ ପ୍ରତ୍ୟେକ ରାଜସ୍ୱ ଗ୍ରାମରେ ଏସ.ଇ.ସି.ସି ତାଲିକା ପ୍ରସ୍ତୁତ କରାଯାଇ ପ୍ରତ୍ୟେକ ପରିବାରକୁ ଚିଠା ତାଲିକା ପ୍ରଦାନ କରାଯାଇଥିଲା । କିନ୍ତୁ ଆଜକୁ ୮ବର୍ଷ ହେଲା କୌଣସି ପରିବାରକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ନାହିଁ । ଫଳରେ ଗ୍ରାମର ଅଧିକାଶଂ ଲୋକ ଭଙ୍ଗା ଜାଳଛପର ଘରେ ବାସ କରୁଛନ୍ତି । ପରବର୍ତ୍ତୀ ସମୟରେ ସେମାନଙ୍କୁ ଖଣିକ୍ଷତିଗ୍ରସ୍ତ ବାସଗୃହ ଯୋଜନାରେ ସାମିଲ କରାଯିବା ପାଇଁ ଆବେଦନ କରିବାପରେ ସରକାରୀ କର୍ମଚାରୀଙ୍କ ଦ୍ୱାରା ତଦନ୍ତ କରାଯାଇଥିଲା । ପରେ ଏ.ବି,ସି, ଫର୍ମରେ ମଧ୍ୟ ଆବେଦନ କରାଯାଇଥିଲା । କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ମିଳିଲାନି ବୋଲି ସରପଞ୍ଚ ଜାନକୀ ଓଝା, ସମିତିସଭ୍ୟା ବିଜୟଲକ୍ଷ୍ମୀ ସାହୁ, ଗେଡି ପ୍ରଧାନ, ରମା ପ୍ରଧାନ, ଭାମା ପ୍ରଧାନ, ପୁର୍ଣ୍ଣିମା ପ୍ରଧାନ, ସୁଲୋଚନା ସାହୁ, ଚଗଲି ସାହୁ, ବାସନ୍ତୀ ଦେହୁରୀ, ଗୋଲାପ ରାଉତ, ଗୋଲାପ ବାରିକ, ସର ବାରିକ, ସୁବାସିନି ଓଝା, ଯଶୋଦା ବାରିକ ପ୍ରମୁଖ ଅଭିଯୋଗ କରିଛନ୍ତି । ସେମାନେ ସକାଳୂ ସନ୍ଧ୍ୟା ପର୍ଯ୍ୟନ୍ତ ଅପେକ୍ଷା କରିôତଲେ ମଧ୍ୟ ସେମାନଙ୍କ ଅଭିଯୋଗ କେହି ନଶୁଣିବାରୁ ମହିଳାମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ସେମାନେ ବ୍ଲକ କାର୍ଯ୍ୟାଳୟକୁ ଘେରାଉ କରିବା ସହିତ ସୁରକ୍ଷା କର୍ମୀଙ୍କ ସହିତ ପାଟି୍‌ୁଣ୍ଡ କରିଥିଲେ । ଏ ସମ୍ପର୍କରେ ବିଡିଓ ଜୟଦେବ ଦାସଙ୍କୁ ପଚାରିବାରୁ ବ୍ଲକର କେବଳ ଏହି ଗୋଟିଏ ଗାଁ ନୁହଁ ଏହିପରି ୫ଟି ଗ୍ରାମ ରହିଛି । ଏ ସମ୍ପର୍କରେ ଜିଲ୍ଲା ପ୍ରଶାସନକୁ ଜଣାଯାଇଛି । ପରବର୍ତ୍ତି ନିର୍ଦ୍ଦେଶ ଆସିଲେ ଯାଇ କିଛି କରାଯାଇପାରିବ ବୋଲି ସେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ