କାଶୀନଗର ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ତରଫରୁ ହେଉନାହିଁ ମହିଳା ଓ ଶିଶୁ କାର୍ଯ୍ୟକ୍ରମ

କାଶୀନଗର,(ରାଜେଶ କୁମାର ପଟ୍ଟନାୟକ): ସମ୍ପ୍ରତି ଅନ୍ତର୍ଜାତୀୟ କନ୍ୟା ଦିବସ ବିଭିନ୍ନ ଜିଲ୍ଲା ଓ ସମାଜର ମଙ୍ଗଳ କାର୍ଯ୍ୟାଳୟ ମହିଳା ଓ ଶିଶୁ ପ୍ରକଳ୍ପ ବିଭାଗ ମାନ ପାଳିତ କରିଛନ୍ତି | କିନ୍ତୁ କାଶୀନଗର ଆଇ.ଇ.ସି.ଡି.ଏସ ର କୌଣସି ଅଙ୍ଗନ ବାଡ଼ି କେନ୍ଦ୍ର ମାନଙ୍କରେ କିମ୍ବା ବ୍ଲକ ସ୍ତରୀୟରେ ମୋ ଗେଲ୍ହା ଝିଅ କାର୍ଯ୍ୟକ୍ରମ କନ୍ୟା ଦିବସ ଆୟୋଜିତ ହୋଇନାହିଁ | ପୂର୍ବରୁ ମଧ୍ୟ ପୋଷଣ ଯୁକ୍ତ ଖାଦ୍ୟ ପୁଷ୍ଟିକର ଖାଦ୍ୟ ଶିଶୁ ମାନଙ୍କୁ କିପରି ଦିଆଯିବ ସେନେଇ କେନ୍ଦ୍ର ମାନଙ୍କରେ ମଧ୍ୟ ଆୟୋଜନ ହୋଇନଥିଲା | ଏହି ଶିଶୁ ବିକାଶ ପ୍ରକଳ୍ପ ଦ୍ୱାରା କୌଣସି କେନ୍ଦ୍ର କେନ୍ଦ୍ର ସରକାରଙ୍କ ଠାରେ ମହିଳା ଓ ଶିଶୁଙ୍କ ଉଦିଷ୍ଟ କାର୍ଯ୍ୟକ୍ରମ ମାନ ହେଉନାହିଁ | ଯେଉଁ ଅର୍ଥ ଆସୁଛି ତାହା ବାଟ ମାରନା ହେଉଥିବା ଅଭିଯୋଗ ହେଉଛି | କେନ୍ଦ୍ର ମାନଙ୍କ ପାଇଁ ଆସୁଥିବା ଅର୍ଥରେ ଯାହାକି ଶିଶୁ ମାନଙ୍କ ନିମନ୍ତେ ଖେଳନା ଉପକରଣ କେନ୍ଦ୍ର ଗୁଡିକ ପାଇଁ କିଣାଯାଉଥିବା ଟେବୁଲ ଚେୟାର ଥାଳି ଆଦି କ୍ରୟ ନିମନ୍ତେ କୋଟେସନ ନିଆଯାଉ | କିମ୍ବା ନୋଟିସ ଦିଆନଯାଇ ଜିନିଷ ଓ ଉପକରଣ କିଣା ଯାଉଛି | ଏହି ପ୍ରକଳ୍ପ କାର୍ଯ୍ୟାଳୟ ଠାରେ ଦୈନିକ କର୍ମଚାରୀମାନେ ପାରଳାଖେମୁଣ୍ଡିରୁ ଯିବା ଆସିବା କରନ୍ତି | ସରକାରୀ ନିୟମ ପ୍ରକାରେ ହେଡ଼ କ୍ୱାଟରରେ ରହିବ ନିୟମ, ପ୍ରକଳ୍ପ ପାଇଁ ଗାଡି ଦୈନିକ ପାରଳାଖେମୁଣ୍ଡି ଠାରୁ ଅଫିସ ଭଡା ଗାଡି ଆସୁଛି | ନିୟମିତ ଗାଡି ସି.ଡି.ପି.ଓ କାର୍ଯ୍ୟାଳୟ ପାଇଁ ନାହିଁ କିମ୍ବା ହେଡ଼ କ୍ୱାଟର ଠାରେ ଗାଡି ରହୁନାହିଁ | ଏହି ପ୍ରକଳ୍ପରେ କର୍ମଚାରୀ ସି.ଡି.ପି.ଓ ସୁପରଭାଇଜର ହେଡ଼ କ୍ୱାଟରରେ ରହନ୍ତି ନାହିଁ | ବିଭିନ୍ନ ଦୁର୍ନୀତି ନିୟମ କାର୍ଯ୍ୟ ହେଉଥିବା ଅଭିଯୋଗ ହେଉଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ