ସିବିଆଇ ତଦନ୍ତ ଦାବି
ବାଲେଶ୍ୱର,( ଯୁଗାବ୍ଦ ନୁ୍ୟଜ୍): ବାଲେଶ୍ୱର ଜିଲ୍ଲାର ଏକଦା ସର୍ବବୃହତ କାରଖାନା ଭାବେ ଖ୍ୟାତି ଲାଭ କରିଥିବା ବିର୍ଲା ଟାୟାର୍ସ କାରଖାନା କରତ୍ତୃପକ୍ଷଙ୍କ ମନମୁଖୀ ପରିଚାଳନା ପାଇଁ ଧରାଶୀୟୀ ହେବାକୁ ବସିଛି । ୧୯୯୧ରୁ ଆରମ୍ଭ ହୋଇଥିବା କାରଖାନା ଆଜି ଏପରି ଅବସ୍ଥାରେ ପହଞ୍ଚିବା ଶ୍ରମିକଙ୍କ ଭବିଷ୍ୟତ ପାଇଁ ବିପଦ ସୃଷ୍ଟି କରିଛି । କାରଖାନା କର୍ତ୍ତୃପକ୍ଷଙ୍କ ମନମୁଖୀ କାମ, ଶ୍ରମିକଙ୍କ ପ୍ରତି ବେଆଇନ କାର୍ଯ୍ୟାନୁÂାନ, କୋର୍ଟ ନିଦେ୍ର୍ଧଶକୁ ମାନୁନଥିବା ଓ ଅନିୟମିତତାରେ ଲିପ୍ତ କର୍ତ୍ତୃପକ୍ଷଙ୍କ ବିରୋଧରେ ସିବିଆଇ ତଦନ୍ତ ଦାବିରେ ବିର୍ଲା ଟାୟାର୍ସ ୱାର୍କର୍ସ ୟୁନିୟନ ପକ୍ଷରୁ ସଭାପତି ରାଜେନ୍ଦ୍ର ବଳଙ୍କ ନେତୃତ୍ୱରେ ଶ୍ରମିକମାନେ ବୁଧବାର ସକାଳୁ କାରଖାନା ସମ୍ମୁଖରେ ଧାରଣା ଦେଇଥିଲେ । କର୍ତ୍ତୃପକ୍ଷ ନିଜର ମନ୍ଦ ଉଦେ୍ଧଶ୍ୟ ସାଧନ ପାଇଁ ସମସ୍ତ ସରକାରୀ କଳ ଓ ନ୍ୟାୟ ପାଳିକାକୁ ବିଥଗାମୀ କରି ଶ୍ରମିକଙ୍କ ବୁରୁଦ୍ଧରେ ବ୍ୟବହାର କରୁଥିବା ୟୁନିୟନ ପକ୍ଷରୁ ଅଭିଯୋଗ କରାଯାଇଥିଲା । ଶ୍ରମିକଙ୍କ ବିରୋଧରେ ତଞ୍ଚକତାପୂର୍ଣ୍ଣ ଷଡଯନ୍ତ୍ର କରାଯାଉଛି । ଉଚ୍ଚ ନ୍ୟାୟାଳୟ ଓ ଶିଳ୍ପ ଅଦାଲତଙ୍କ ନିଦେ୍ର୍ଧଶକୁ କାର୍ଯ୍ୟକାରୀ କରି ୟୁନିୟନର ଛଟେଇ ହୋଇଥିବା ୨୦୬ ଜଣ ଶ୍ରମିକଙ୍କ ନିଯୁକ୍ତି ପ୍ରଦାନ କରିବା, ଡିଗ୍ରେଡେସନ ୨୪ ଜଣ ପ୍ରୋବେଶନାରୀ ଶ୍ରମିକଙ୍କୁ ପିଛିଲା ତାରିଖରୁ କନଫର୍ମେସନ୍ ଓ ବକେୟା ପ୍ରଦାନ କରିବା, ୟୁନିୟନକୁ ସ୍ୱିକୃତୀ ନିୟମାନୁଯାୟୀ ସମସ୍ତ ସୁବିଧା ପ୍ରଦାନ କରିବା, ପକେଟ ୟୁନିୟନଙ୍କୁ ସହଯୋଗ ଦେଇ ଜାଲିଆତି କରି କ୍ଷତି ପହଞ୍ଚାଇବାକୁ ପ୍ରୟାସ ନକରିବା ଓ ପରୋକ୍ଷରେ ଶିଳ୍ପର ତଥା ଶ୍ରମିକଙ୍କ ଭବିଷ୍ୟତକୁ ଅନ୍ଧାର ଆଡକୁ ନେବାର ପ୍ରୟାନ ନକରିବା ଆଦି ଦାବି କରାଯାଇଥିଲା । ଅନ୍ୟଥା ୟୁନିୟନ ଲଗାତାର ଆନେ୍ଦାଳନକୁ ଓହ୍ଲାଇବ ଓ ଏଥିପାଇଁ କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେଲେ କାରଖାନା କର୍ତ୍ତୃପକ୍ଷ ଓ ତାଙ୍କର ସହଯୋଗୀ ଦାୟୀ ରହିବେ ବୋଲି ୟୁନିୟନ ପକ୍ଷରୁ ଚେତାବନି ଦିଆଯାଇଛି । ଏଥିସହିତ ବିର୍ଲା ଟାୟାର୍ସର ସମସ୍ତ କାର୍ଯ୍ୟର ସିବିଆଇ ତଦନ୍ତ ପାଇଁ ସଂଗଠନ ପକ୍ଷରୁ ଦାବି କରାଯାଇଛି ।