ଜବକାର୍ଡରେ କାମ କରି ଅର୍ଥ ପାଇବାରେ ବିଳମ୍ବ;ପଂଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜବକାର୍ଡ ଧାରୀଙ୍କ ପ୍ରତିବାଦ

ନାଉଗାଁ,(ଓ୍ବାଇଏନ୍ଏସ୍):ନାଉଗାଁ ବ୍ଳକ ଅନ୍ତର୍ଗତ ଡେରିକି ପଂଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜବକାର୍ଡରେ କାର୍ଯ୍ୟ କରି ପ୍ରାପ୍ୟ ପାଇ ନଥିବାରୁ କିଛି ଜବକାର୍ଡଧାରୀ ବୁଧବାର ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବିକ୍ଷୋଭ ପ୍ରଦର୍ଶନ କରିବା ସମୟରେ ପଂଚାୟତର ଜିଆରଏସ ତୁଷାର ରଂଜନ ସ୍ୱାଇଁ ପହଂଚି ସମସ୍ତଙ୍କୁ ପ୍ରାପ୍ୟ ପ୍ରଦାନ କରାଯାଇଛି । କିନ୍ତୁ କିଛି ଜବକାର୍ଡଧାରୀଙ୍କ ବ୍ୟାଙ୍କ ଆକାଂଉଟକୁ ଟଙ୍କା ଯାଇଥିବା ଯେଉଁମାନଙ୍କର ଆଧାର ସଂଯୋଗ ହୋଇ ନାହିଁ ସେମାନଙ୍କ ବ୍ୟାଙ୍କ ଆକାଂଉଟକୁ ଟଙ୍କା ଯାଇ ପାରିନାହିଁ ବୋଲି କହିଥିଲେ । ସେମାନଙ୍କୁ ଖୁବ ଶିଘ୍ର ଆଧାର ସଂଯୋଗ କରାଯାଇ ପ୍ରାପ୍ୟ ପ୍ରଦାନ କରାଯିବ ବୋଲି କହିବା ପରେ ପ୍ରତିବାଦରୁ ଓହରିଥିଲେ । ଜବକାର୍ଡ ଧାରୀଙ୍କ ସୁଚନା ମୁତାବକ ମନରେଗା ଯୋଜନାରେ ଡେରିକି ଗ୍ରାମର ହୁଙ୍କା ପୋଖରୀ ଠାରୁ ବାଲିକଣ ରାସ୍ତାର ଉଭୟ ପାର୍ଶ୍ୱରେ ମାଟି ପୋତା ଯିବା ପାଇଁ ୮୮ ଜଣ ଜବକାର୍ଡଧାରୀ କାର୍ଯ୍ୟ କରିଥିଲେ । ଏହି କାର୍ଯ୍ୟରେ ୧୭ ସେପ୍ଟମ୍ବରରୁ ୨୩ ସେପ୍ଟମ୍ବର ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ହେଲେ ସେଥିମଧ୍ୟରୁ କିଛି ଜବକାର୍ଡଧାରୀଙ୍କୁ ପ୍ରାପ୍ୟ ମିଳିଥିବା ବେଳେ ୫୦ରୁ ଉର୍ଦ୍ଧ ଜବକାର୍ଡଧାରୀଙ୍କୁ ପ୍ରାପ୍ୟ ମିଳି ନାହିଁ । ବିକ୍ଷୋଭ ପ୍ରଦର୍ଶନ କରିଥିବା ଜବକାର୍ଡଧାରୀଙ୍କ ମଧ୍ୟରେ ଅର୍ଜିତ ଜେନା, ପିକନ ଜେନା, କଣ୍ଡୁରୀ ସେଠୀ, ସନ୍ତୋଷ ସ୍ୱାଇଁ, ଆଲୋକ ଜେନା, ରଶ୍ମିତ ଜେନା, କୈାଳାସ ସେଠୀ, ସୂର୍ଯ୍ୟକାନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ । ଏସଂପର୍କରେ ଜିଆରଏସ ତୁଷାର ରଂଜନ ସ୍ୱାଇଁ ଙ୍କୁ ପଚାରିବାରୁ କିଛି ଜବକାର୍ଡଧାରୀଙ୍କୁ ଅର୍ଥ ପ୍ରଦାନ କରାଯାଇଛି । ବୈଷୟୀକ ତୃଟି ଯୋଗୁ ଆଉ କିଛି ଜବକାର୍ଡଧାରୀ ଅର୍ଥ ପାଇ ପାରିନାହାନ୍ତି ଖୁବ ଶୀଘ୍ର ଅର୍ଥ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯିବ ବୋଲି କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ