ଡ୍ରେନ୍ କଡ଼ରୁ ମାନସିକ ବିକାର ଗ୍ରସ୍ତ ବ୍ୟକ୍ତିର ଶବ ଉଦ୍ଧାର
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ିର ଶିବମନ୍ଦିର ସାହି ନିକଟ ଜାତୀୟ ରାଜପଥ କଡ ଡ୍ରେନ୍ ନିକଟରୁ ବୁଧବାର ଜଣେ ବ୍ୟକ୍ତିର ଶବ ଉଦ୍ଧାର କରାଯାଇଛି। ଉଦ୍ଧାର ବ୍ୟକ୍ତି ଜଣେ ମାନସିକ ବିକାରଗ୍ରସ୍ତ ଓ ସେ ଆନ୍ଧ୍ରପ୍ରଦେଶ ସ୍ଥିତ ଶ୍ରୀକାକୁଲମ୍ ଅଞ୍ଚଳର ଏସ୍.ଶ୍ରୀନୁ ବୋଲି ଜଣାଯାଇଛି। ମୃତହେଦ ପଡ଼ିଥିବା ଦେଖି ସ୍ଥାନୀୟ ଅଞ୍ଚଳବାସୀ ପୁଲିସ୍ କୁ ଖବର ଦେଇଥିଲେ। ପୁଲିସ୍ ଘଟଣା ସ୍ଥଳରେ ପହଁଚି ଶବକୁ ଜବତ କରିବା ସହିତ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଥିବା ଥାନା ଅଧିକାରୀ କୌଶିକ ମାଝୀ ସୂଚନା ଦେଇଛନ୍ତି। ତେବେ ବୁଧବାର ରାତ୍ରରେ ପ୍ରବଳ ବର୍ଷା ହେଉଥିବା ଯୋଗୁଁ ପାଗଳ ଜଣକ କୌଣସି କାରଣ ବସତଃ ଡ୍ରେନରେ ପଡ଼ି ଯାଇ ପ୍ରାଣ ହରାଇ ଥିବା ସନ୍ଦେହ କରାଯାଇଛି।


