ଶିଶୁ ଆଶ୍ରମ ପରିସରରେ କୃତି କ୍ରୀଡ଼ା ବିତ୍ ଚୟନ ଓ ପ୍ରୋତ୍ସାହନ କାର୍ଯ୍ୟକ୍ରମ

ଜଗତସିଂହପୁର, (ଅନସୂୟା ରାଉତ): ଜଗତସିଂହପୁର ଶିଶୁ ଆଶ୍ରମ ପରିସରରେ ରହୁଥିବା ଛାତ୍ର ଛାତ୍ରୀ ମାନଙ୍କୁ ପାଠ ସହିତ କ୍ରୀଡ଼ା କୌଶଳ ପ୍ରଦର୍ଶନ ବିଷୟରେ ଗିରିରାଜ ଫାଉଣ୍ଡେସନ ତରଫରୁ ଶିକ୍ଷା ପ୍ରଦାନ କରାଯାଇଥିଲା। ଏହି ଶୈକ୍ଷିକ କାର୍ଯ୍ୟ କ୍ରମରେ ମୁଖ୍ୟ ଅତିଥିଭାବେ ଗୋପାଳ କୃଷ୍ଣ ମିଶ୍ର ଯୋଗ ଦେଇଥିଲେ। ଫାଉଣ୍ଡେସନ ତରଫରୁ ପର୍ବତାରୋହି ଓ ସାରା ଦେଶରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଓଡିଶାର ଝିଅ ବିଭାବସୁ ପାତ୍ର ଯୋଗଦେଇ ଖେଳର ଉପକାରିତା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଅନୁଷ୍ଠାନର ପ୍ରତିଷ୍ଠାତା ସଭ୍ୟ ଓ ଓଡ଼ିଶା ଆଥ୍ ଲେଟ୍ ସଦସ୍ୟ ସୌଭାଗ୍ୟ ରଞ୍ଜନ ପାତ୍ର ଭଲ ଭାବରେ ଖେଳି ସଫଳତା ହାସଲ କରିବା ପାଇଁ ପିଲାମାନଙ୍କୁ ବୁଝାଇ ଥିଲେ। ଅନୁଷ୍ଠାନର ଉପଦେଷ୍ଟା ବିଭୁତି ଭୂଷଣ ପରିଡା ସମାଜର ଉନ୍ନତି ନିମନ୍ତେ ଖେଳର ଆବଶ୍ୟକ ରହିଛି ବୋଲି ସୂଚନା ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ