ତିର୍ତ୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀର କର୍ମି ବୈଠକ
ଜଗତସିଂହପୁର,(ଅନସୂୟା ରାଉତ): ତିର୍ତ୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀର ରଘୁନାଥପୁର ବ୍ଲକର ୧୯ ଗୋଟି ପଞ୍ଚାୟତ ର କର୍ମି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ବିଧାନସଭା ଉପନିର୍ବାଚନରେ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବିଜୁ ଜନତା ଦଳର ପ୍ରାର୍ଥୀ ବିଜୟ ଶଙ୍କର ଦାସ ଙ୍କୁ ଶଙ୍ଖ ଚିହ୍ନ ରେ ବିପୁଳ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ନିବେଦନ କରିଛନ୍ତିି ଆଇନ୍ ଓ ପଞ୍ଚାୟତ ରାଜ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନା, ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାଶ, ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା, କଟକର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ, ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ, ଜଗତସିଂହପୁର ଜିଲ୍ଲାର ସାଂସଦ ରାଜଶ୍ରୀ ମଲ୍ଲିକ, ସାଲେପୁର ବିଧାୟକ ପ୍ରସାନ୍ତ ବେହେରା , ଜଗତସିଂହପୁର ଜିଲ୍ଲା ସଭାପତି ପ୍ରଶାନ୍ତ ମୁଦୁଲି ଓ ବ୍ଲକ ସଭାପତି ଦେବାଶିଷ ତ୍ରିପାଠୀ ।


