ବାଳିକା ବିଦ୍ୟାଳୟର ପରିଚାଳନା ପାଇଁ ୨ଦିନିଆ କର୍ମଶାଳା
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍) : ସମଗ୍ର ଶିକ୍ଷା ଅଭିଯାନ ପକ୍ଷରୁ ସ୍ଥାନୀୟ ଡିପିସି କନଫେରନସ ହଲଠାରେ ୧୧ଟି ଜିଲ୍ଲାର କସ୍ତୁରବା ଗାନ୍ଧୀ ଆବାସିକ ବାଳିକା ବିଦ୍ୟାଳୟର ୱାର୍ଡନ ଓ ଜିଲ୍ଲା ବାଳିକା ଶିକ୍ଷା ସଂଯୋଜକ ମାନଙ୍କୁ ନେଇ ଏକ ଦୁଇ ଦିନିଆ କର୍ମଶାଳା ଉଦଘାଟିତ ହୋଇଯାଇଛି । ଏହି କର୍ମଶାଳାକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲଙ୍ଗେ ଉଦଘାଟନ କରି କହିଥିଲେ ଯେ କସ୍ତୁରବା ଗାନ୍ଧୀ ଆବାସିକ ବାଳିକା ବିଦ୍ୟାଳୟରେ ଓାର୍ଡନ ମାନଙ୍କର ମୁଖ୍ୟ ଭୂମିକା ରହିଛି । ଏହା ବିଦ୍ୟାଳୟ ନୂହେ । ବରଂ ଏକ ହୋଷ୍ଟେଲ । ଘର ଓ ହୋଷ୍ଟେଲ ମଧ୍ୟରେ ପ୍ରଭେଦ ରହିଛି । ଘରେ ପିଲାର ବାପା ମା ପରିବାର ବର୍ଗ ଥାଆନ୍ତି । ସେମାନେ ପିଲାର ପାଠପଢା ଦେଖିବା ସଙ୍ଗେସଙ୍ଗେ ତାର ଖାଇବା ପିଇବା,ସ୍ୱାସ୍ଥ୍ୟ ସମସ୍ୟା ବୁଝିଥାନ୍ତି । ତେବେ ପିଲାଟିଏ ହୋଷ୍ଟେଲକୁ ଆସିଲେ ୱାର୍ଡନ ହେଉଛନ୍ତି ସବୁକିଛି ବୋଲି ଜିଲ୍ଲାପାଳ କହିଥିଲେ । ବିଶେଷ କରି କସ୍ତୁରବା ଗାନ୍ଧୀ ଆବାସିକ ବାଳିକା ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରୁ ଆରମ୍ଭ କରି ନବମ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ଝିଅମାନେ ରହୁଥିବାରୁ ୱାର୍ଡନ ମାନେ ସେହି ଝିଅ ମାନଙ୍କର ବିଭିନ୍ନ ସମସ୍ୟା ବୁଝି ତାର ସମାଧାନ କରିବା ସହ ସେମାନେ ଯେପରି ମୁକ୍ତ ଭାବରେ ସେମାନେ କାର୍ଯ୍ୟ କରିବେ ସେଥିପ୍ରତି ଦୃଷ୍ଟି ଦେବାକୁ ଜିଲ୍ଲାପାଳ କହିଥିଲେ । ଏହି ସମୟରେ ଝିଅ ମାନଙ୍କର ଦ୍ରୁତ ଗତିରେ ଶାରିରୀକ ବିକାଶ ଘଟିଥାଏ । ଏଣୁ ୱାର୍ଡନ ମାନେ ସେଥିପ୍ରତି ଦୃଷ୍ଟି ଦେଇ ସେମାନଙ୍କର ଖାଦ୍ୟ,ପାନୀୟ ଓ ଖେଳ ପ୍ରତି ଗୁରୁତ୍ୱ ଦେବାକୁୁ ଜିଲ୍ଲାପାଳ କହିଥିଲେ । ଏହି ସମୟରେ ଝିଅମାନଙ୍କର ଶାରୀରିକ ବିକାଶ ଘଟିଥାଏ । ଏହାକୁ ଦୃଷ୍ଟିରେ ରଖି ୱାର୍ଡନ ମାନେ ସେମାନଙ୍କୁ ମୁକ୍ତ ଭାବରେ ରହିବା ପାଇଁ ସୁଯୋଗ ଦେବା ସହ ସେମାନଙ୍କର ସାମଗ୍ରିକ ବିକାଶ ନିମନ୍ତେ ଦୃଷ୍ଟି ଦେବାକୁ ଜିଲ୍ଲାପାଳ କହିଥିଲେ । ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ ଡଃ ସନାତନ ପଣ୍ଡା ସମସ୍ତଙ୍କୁ ସ୍ୱାଗତ କରିବା ସହ ଜିଲ୍ଲ୍ାରେ ଚାଲିଥିବା ଶୈ÷କ୍ଷିକ ବିକାଶ ପ୍ରକ୍ରିୟାର ବିସ୍ତୃତି ବିବରଣି ପ୍ରଦାନ କରିଥିଲେ । ସେ କହିଥିଲେ ଯେ,ପିଲାଟିଏ ଗଛଟିଏ କାର୍ଯ୍ୟରେ ପ୍ରତିପିଲା ଗୋଟିଏ ଗୋଟିଏ ଗଛ ଲଗାଇବେ । ପ୍ରତି ବିଦ୍ୟାଳୟରେ ଲାଇବ୍ରେରି ରହିଛି । ତା ସହିତ ପ୍ରତି ଶ୍ରେଣୀରେ ମଧୁଆପ୍ କାର୍ଯ୍ୟକାରୀ କରାଯାଉଛି ସେହିପରି ଶିକ୍ଷାର ବିକାଶ ପାଇଁ ପ୍ରତି ସ୍କୁଲରେ ଜିରୋ ପିରିଅଡ୍,ପରିମଳ ବିଦ୍ୟାଳୟ,ତଳେ ବସିବାକୁ ନା ଇତ୍ୟାଦି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ବାଳିକା ଶିକ୍ଷାର ବିକାଶ ପାଇଁ ଗଞ୍ଜାମ ଜିଲ୍ଲାରେ ୧୭ ଟି କସ୍ତୁରବା ଗାନ୍ଧୀ ଆବାସିକ ବାଳିକା ବିଦ୍ୟାଳୟ ଖୋଲିଛି । ଏହି ବିଦ୍ୟାଳୟ ମାନଙ୍କରେ ଥିବା ବାଳିକା ମାନଙ୍କର ସାମଗ୍ରିକ ବିକାଶ ପାଇଁ ୱାର୍ଡନେ ମାନେ କାମ କରିବାକୁ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ପଣ୍ଡା କହିଥିଲେ । ଓସେପା ଡେପୁଟି ଡାଇରେକ୍ଟର ହୃଦାନନ୍ଦ ମାଝି ଏହି ଦୁଇଦିନିଆ କର୍ମଶାଳାରେ ନିଆଯିବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ । ରାଜ୍ୟ ବାଳିକା ସଂଯୋଜିକା ଲହରୀ ମହାନ୍ତି ବର୍ତ୍ତମାନ କସ୍ତୁରବା ଗାନ୍ଧୀ ବାଳିକା ଆବାସିକ ବିଦ୍ୟାଳୟରେ ନବମ ଓ ଦଶମ ଶ୍ରେଣୀ ଖୋଲାଯାଇଛି ବୋଲି କହିଥିଲେ । ଜିଲ୍ଲା ବାଳିକା ସଂଯୋଜକ ଜୋତି ପ୍ରକାଶ ରଥ ସମସ୍ତ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ଏହି କର୍ମଶାଳାରେ ଗଞ୍ଜାମ,ଗଜପତି,ରାୟଗଡା,ବୌଦ୍ଧ,ମାଲକାନଗିରି,ସୋନପୁର,ନୂଆପଡା,କଳାହାଣ୍ଡି,ଢେଙ୍କାନାଳ ଓ କନ୍ଧମାଳ ଜିଲ୍ଲାର ଜିଲ୍ଲା ବାଳିକା ସଂଯୋଜକ ଏବଂ ୱାର୍ଡନେ ମାନେ ଯୋଗ ଦେଇଥିଲେ । ଏଥିରେ ପ୍ରତ୍ୟକ ଜିଲ୍ଲାର ଦୁଇ ଜଣ ଲେର୍ଖାଏ ୱାର୍ଡନେ ଯୋଗ ଦେଇଥିବା ବେଳେ ଗଞ୍ଜାମ ଜିଲ୍ଲାର ୧୭ଟି ଯାକ କେଜିବିଭି ୱାର୍ଡନେ ମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ଦୁଇ ଦିନ ଧରି ଚାଲିବାକୁ ଥିବା ବେଳେ ଦ୍ୱିତୀୟ ଦିନରେ ସେମାନେ କୁକୁଡାଖଣ୍ଡି ଓ ଅନ୍ୟ ଏକ କସ୍ତୁରବା ଗାନ୍ଧି ଆବାସିକ ବାଳିକା ବିଦ୍ୟାଳୟ ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଛି । ଏହି ସମସ୍ଥ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ସମଗ୍ର ଶିକ୍ଷା ଅଭିଯାନ କାର୍ଯ୍ୟାଳୟର ଅର୍ଥ ପରାମର୍ଶ ଦାତା ମଧୁସୁଦନ ପରିଡା , ଜିଲ୍ଲା ଭିନ୍ନକ୍ଷମ ସଂଯୋଜକ ତପନ କୁମାର ସାହୁ,ବୈଷୟିକ ପରାମର୍ଶ ଦାତା ନୀଳକଣ୍ଠ ସୁନ୍ଦର ରାଓ ଓ ମନୋଜ କୁମାର ବେହେରାଙ୍କ ସମେତ ସମସ୍ତ କର୍ମଚାରୀ ସହ ଯୋଗ କରିଥିଲେ ।


