ବାପା

ପ୍ରବଳ ଜ୍ୱର ଓ କମ୍ପ ସହିତ ଦେହ ହାତରେ ପ୍ରବଳ ଯନ୍ତ୍ରଣା । ରାତିରେ ଶୋଇପାରୁ ନଥାଏ । ଯଦିଓ ଉପଶମ ପାଇଁ କିଛି ଔଷଧ ଗ୍ରହଣ କରିଥାଏ, ତଥାପି ଯନ୍ତ୍ରଣାରେ ବିଳିବିଳେଇ ଉଠୁଥାଏ ମୁଁ ରାତିସରା । କିଛି ସମୟ ପରେ ମୋତେ ଲାଗିଲା କିଏ ଜଣେ ମୋ ଗୋଡ଼ ଓ ହାତ ସହ ସମଗ୍ର ଶରୀରକୁ ଉପଶମ ନିମନ୍ତେ ମାଲିସ୍ କରିଦେଉଛି । ଟିକିଏ ଆରାମ ଲାଗିବାରୁ ଆଖି ଖୋଲି ଦେଖିଲି ଯେ, ମୋର ଦୁଷ୍ଟାମୀ ଓ ପାଠପଢା ନିମନ୍ତେ ମୋତେ ସବୁବେଳେ ଆକଟ କରୁଥିବା ମୋର ବାପା ବସି ମୋତେ ମୋଡ଼ି ଦେଉଛନ୍ତି । ଆରାମ ଲାଗିବାରୁ ଶୋଇପଡ଼ିଲି । ଦୁଇଦିନ ପରେ ଶରୀର ସୁସ୍ଥ ହେବା ପରେ ଟିକିଏ ଭାବିଲି ବାପାଙ୍କ ବିଷୟରେ । ବୟସ ୧୪ ରୁ ୧୪ ହେବ ତେଣୁ ଭାବନାଟା ସେତେ ମଜଭୁତ ନଥିଲା । ତଥାପି ଦୁଷ୍ଟାମୀ, ପାଠପଢାରେ ଅବହେଳା ଓ ଖେଳ ପାଇଁ ବାପାଙ୍କଠୁ ଗାଳି ଓ ମାଡ଼ ଖାଉଥିବାରୁ ବାପାଙ୍କ ପ୍ରତି ମୋର ବିରକ୍ତିଭାବ ଥିଲା । ଭାବୁଥିଲି ସେ ମୋ ପାଇଁ ଜଣେ ଡ଼ରାଉଥିବା ବ୍ୟକ୍ତି । କିନ୍ତୁ ଏହି ଘଟଣା ଘଟିବା ପରେ ଭାବିଲି ମୁଁ ଯାହାକୁ ସବୁବେଳେ ଡ଼ରୁଥିଲି ସେ ବି ମୋର ଯନ୍ତ୍ରଣାରୁ ଉପଶମ ପାଇଁ ରାତି ଅଧରେ ମୋର ଗୋଡ଼ ହାତକୁ ମାଲିସ୍ କରିଦେଇ ପାରନ୍ତି । ଆଉ ଗୋଟିଏ ଘଟଣା କଲେଜ ବେଳର କଥା । ସାଙ୍ଗମାନଙ୍କ ସହ ମିଶି ନାଇଟ୍ ଶୋ ଚଳଚ୍ଚିତ୍ର ଦେଖିବାକୁ ଯାଇଥିବାରୁ ମୋତେ ସେହି ରାତିରେ ପ୍ରଚୁର ମାଡ଼ ହେଲା । ମାଡ଼ ଯୋଗୁଁ ମୋର ଡ଼ାହାଣ ହାତ ଭୀଷଣ ଫୁଲିଯାଇଥାଏ । ପରୀକ୍ଷା •ଲିଥିବାରୁ ଲେଖିପାରିବି କି ନାହିଁ ଭାବୁଥାଏ । ଅଫିସ୍ ଯିବା ପୂର୍ବରୁ ବାପାଙ୍କ ମନେ ପଡ଼ିଗଲା ମୋ କଥା । ହାତ ଫୁଲିବା କଥା ଶୁଣି ଅଫିସ୍ ନ ଯାଇ ମୋତେ ଆସି ବୁଝାଇଲେ ଓ କହିଲେ ମୁଁ ଜାଣିପାରିଲି ନାହିଁ, ରାଗରେ ବାଡ଼େଇ ଦେଇଛି । ପରେ ମେଡ଼ିକାଲ ନେଇ ଔଷଧ ଦେଇ କହିଲେ ପରୀକ୍ଷା ଦେଇପାରିବୁ ତ? ମାଡ଼ ପରେ ବାପାଙ୍କ ଏହି ଆଚରଣ ମୋତେ ପରୀକ୍ଷା ଦେବାକୁ ବଳ ଯୋଗାଇଥିଲା । ସମୟାନୁସାରେ କାଉଁରିଆ କାଠି, ବରଗଛ ଓହଳ ଭଳି ମଧ୍ୟ ହୋଇପାରେ । ବାପା ଥିଲେ ଉପରେ ନଡ଼ିଆ ଖୋଳ, ଶକ୍ତ ଥାଇ ମଧ୍ୟ ଭିତରେ ନରମ । ବାପା ଥିଲେ ଜଣେ ସରକାରୀ କର୍ମ•ରୀ ଓ ଆମର ଥିଲା ବଡ଼ ପରିବାର । ସରକାରୀ ଦରମାରେ ଆମେ ବଡ଼ବଡ଼ିଆଙ୍କ ଭଳି ଚଳିପାରୁନଥିଲେ ମଧ୍ୟ ଖାଇବା, ପିଇବାରେ ଓ ପଢିବାରେ ବାପା କେବେ ଆମକୁ ହେଳା କରିନାହାଁନ୍ତି । ଶୁଦ୍ଧ ଶାକାହାରୀ ବାପା ଆମ ଘରେ ବେଳେବେଳେ ଆମକୁ ପିଆଜ, ରସୁଣ ଓ ଆମିଷ ଖାଇବାକୁ ବନ୍ଦ କରୁନଥିଲେ । ସବୁବେଳେ ଧର୍ମର ପକ୍ଷ ନେବା ପାଇଁ ପୁରାଣ ଗୀତାର ବିଭିନ୍ନ ଉଦାହରଣ ଦେଉଥିଲେ । ଗଣ୍ଡଗୋଳକୁ ସବୁବେଳେ ଡ଼ରୁଥିଲେ ଓ ଖଳ ଲୋକଙ୍କ ଠାରୁ ଦୂରେଇ ରହିବା ପାଇଁ ତାଗିଦ୍ କରୁଥିବା ବାପା ବେଳେବେଳେ ମୋ ପାଇଁ ନିଜ ଭାଇମାନଙ୍କ ସହ ଯୁକ୍ତି ମଧ୍ୟ କରୁଥିଲେ । ମୋ ପାଇଁ ମୂଳରୁ ସେ ଯେପରି ଜଣେ କଡ଼ା ଶିକ୍ଷକ ଭଳି ଥିଲେ ତାଙ୍କ ଜୀବନର ଅଧାରୁ ଶେଷ ଆଡ଼କୁ ଜଣେ ସ୍ନେହିଁ ଓ ଆଦର୍ଶ ବାପା ଥିଲେ । ଗାଁକୁ ଯାଉନଥିବା ମୋ ଭଳି କଲେଜ ଟୋକାକୁ ପ୍ରଭାବିତ କରି ଲୁନାଗାଡ଼ିରେ ନେଇ ଯାଉଥିଲେ ଗାଁକୁ । ଦୋଳ ଦଶହରାରେ ମିଶାଉଥିଲେ ଗାଁରେ ତାଙ୍କର ସାଙ୍ଗାସାଥୀଙ୍କୁ ଓ କହୁଥିଲେ ମୁଣ୍ଡ ନୁଆଇଁ ମୁଣ୍ଡିଆ ମାରିବାକୁ । ଗାଁ ଠାକୁରଙ୍କ ପାଖରେ ସଂକୀର୍ତ୍ତନ ଦଳ ପାଖରେ ବସାଇ ବାଧ୍ୟ କରୁଥିଲେ ସଂକୀର୍ତ୍ତନ ଗାଇବାକୁ । ବାଧ୍ୟ ହୋଇ ଗାଉଥିଲି ବି ମୁଁ । ଏହି ଅଭ୍ୟାସ ହିଁ ମୋତେ ଆଗକୁ, କେହି ପ•ରୁନଥିବା ଗାଁକୁ ଯିବା ପାଇଁ ପ୍ରୋତ୍ସାହନ ଯୋଗାଉଥିଲା । ବୟସ ବୃଦ୍ଧି ଓ ଅବସର ଜନିତ ପ୍ରତିକ୍ରିୟା ହେତୁ ବାପାଙ୍କ ସ୍ୱାସ୍ଥ୍ୟ କ୍ରମଶଃ ହାନି ହେଉଥିବା ବେଳେ ମାନସିକସ୍ତରରେ କିନ୍ତୁ ସେ ଥିଲେ ମଜଭୁତ । ନିଜର ସାମାନ୍ୟ ଖର୍ଚ୍ଚ ଓ ଔଷଧ ନିଜେ ବହନ କରୁଥିଲେ, ଅନ୍ୟ କାହା ଉପରେ ନିର୍ଭର ନ କରି । ତାଙ୍କ ପାଇଁ ବେଳେ ବେଳେ ମୁଁ କିଛି ଖର୍ଚ୍ଚ କରୁଥିଲେ ମଧ୍ୟ ସେ ତାଙ୍କ ପାଇଁ ଟିକିଏ ସ୍ନେହଁ, ଶ୍ରଦ୍ଧା ଓ ସମୟ •ହୁଁଥିଲେ । ତାଙ୍କ ଭାବନାକୁ ମୁଁ ବୋଧହୁଏ ବୁଝିପାରୁ ନଥିଲି । ଭାବୁଥିଲି ନିଜ ରୋଜଗାରରୁ ତାଙ୍କ ପାଇଁ କିଞ୍ôଚତ ଖର୍ଚ୍ଚ କରିଦେଲେ ମୋର ପୁଅ ହେବାର ସାର୍ଥକତା ବୋଧହୁଏ ସାବ୍ୟସ୍ତ ହୋଇଯିବ ଓ ବାପାଙ୍କ ପ୍ରତି ମୋର କର୍ତ୍ତବ୍ୟ ଟିକେ ଟିକେ ପୂରଣ ହୋଇଯିବ । କେତେ ସ୍ୱାର୍ଥବାଦୀ ଆମେ ସନ୍ତାନମାନେ! ଆମକୁ ସଂସାରକୁ ଆଣି ନିଜ ଉଦ୍ୟମରେ ଆମକୁ ଖୁଆଇ ପିଆଇ ଓ ପାଠ ପଢାଇ ସମାଜରେ ଚଳିବାକୁ ସାହସ ଦେଇଥିବା ଆମ ବାପାମାନେ ଆମ ପାଇଁ କେତେ ଯେ କଷ୍ଟ ସ୍ୱୀକାର କରିଥିବେ ତାର ହିସାବ ଆମେମାନେ ଦେଇପାରିବା ନାହିଁ । ଜୀବନର ଶେଷ ଦିନ ଆସିଯାଉଛି ବୋଲି ବାପା ଜାଣିପାରି ଘରଦ୍ୱାର ଭୁଲିଯାଇ କେବଳ ମୋର ବିବାହ ନିମନ୍ତେ ବିଶେଷ ଚିନ୍ତିତ ରହୁଥିଲେ । ଏହା ସହ ତାଙ୍କ ଅନ୍ତେ ମୁଁ କେମିତି ଚଳିବି, ତାହା ତାଙ୍କୁ ବିବ୍ରତ କରୁଥିଲା । ପୁଅ ଯେତେ ବଡ଼ ହେଲେ ବି ବାପାଙ୍କ ଚିନ୍ତା ପୁଅ ପାଇଁ ସବୁବେଳେ ସମାନ । ସବୁ ବାପାମାନେ ତ ଏମିତି!! ଖାଇବା କମୁଥିଲା ତାଙ୍କର ଓ କ୍ରମଶଃ ଦୁର୍ବଳ ହେଉଥିଲେ ସେ । ହସ୍ପିଟାଲରେ ରଖିବାକୁ ହେଲା ବାପାଙ୍କୁ । ସେଠି ବି ସେ ଔଷଧ ଛଡ଼ା ନିଜ ପିଲାମାନଙ୍କ ଉପସ୍ଥିତି ଅଧିକ •ହୁଁଥିଲେ ଯାହା ସମ୍ପୂର୍ଣ୍ଣ ସମ୍ଭବ ହେଉନଥିଲା । ସାମାନ୍ୟ ସୁସ୍ଥ ହୋଇ ଘରକୁ ଫେରିବା ପରେ ଖାଦ୍ୟ ଗ୍ରହଣ ଅଧାଅଧି କମିଯିବା ଫଳରେ ଦିନକୁ ଦିନ ତାଙ୍କ ସ୍ୱାସ୍ଥ୍ୟରେ ଅବନତି ଘଟି ଶଯ୍ୟାଶାୟୀ ହେଉଥିଲେ ସେ । ନିଜ ପ୍ରିୟ ଟିଭି ଚ୍ୟାନେଲ୍ ପ୍ରାର୍ଥନାକୁ ମଧ୍ୟ ପାଶୋରି ଦେଇଥିଲେ । ଶଯ୍ୟାଶୟୀ ହେବା ଦିନଠାରୁ ମୁଁ ତାଙ୍କ ସେବାରେ କିଛି ଅଧିକ ସମୟ ଦେଉଥିଲି, ଯାହାକି ବହୁ ଆଗରୁ ଦେବାର ଥିଲା । ସେହି ସମୟରେ ତାଙ୍କ ଭୂମିକାକୁ ମୁଁ ବୋଧହୁଏ କିଛି ସମୟ ପାଇଁ ଜାହରି କରିଥିଲି । ଅବୁଝା ଓ ଦୁଷ୍ଟ ପୁଅରୁ ସୁନା ପୁଅ ବୋଲି ପଛରେ ଶୁଣିବାକୁ ମିଳୁଥିଲା ତାଙ୍କ ଠାରୁ ପରିବାରବର୍ଗଙ୍କ ସାମ୍ନାରେ । ଲଗାତର ୩ଦିନ ଖାଇବା ବନ୍ଦ ହେବା ପରେ ଡ଼ାକ୍ତରଙ୍କ ସମସ୍ତ ପ୍ରଚେଷ୍ଟା ଫେଲ୍ ମାରିଥିଲା । ବାହାରେ ଥିବାବେଳେ ପୁତୁରାଠାରୁ ଖବର ପାଇ ଘରକୁ ଫେରୁଥିଲି, କିନ୍ତୁ ଆଶ୍ଚର୍ଯ୍ୟର କଥା ବାପା ଯେମିତି ମୋତେ ଅପେକ୍ଷା କରିଥିଲେ । ଓଠ ସାମାନ୍ୟ ଥରିଉଠିଥିଲା ତାଙ୍କର ଓ ସବୁଦିନ ପାଇଁ ବିଦାୟ ନେଇଥିଲେ ସେ । ମୋକ୍ଷ ପାଇଁ ଶରୀରକୁ ମୋଡ଼ାମୋଡ଼ି ଓ ଭଙ୍ଗାଭଙ୍ଗୀ କରି ପୋଡ଼ିବାକୁ ବିରୋଧ କରି ସ୍ୱର୍ଗଦ୍ୱାର ନ ନେଇ ବିଦ୍ୟୁତ୍ ଚୁଲାରେ ଅନ୍ତ୍ୟେଷ୍ଟି କରିବା ନିମନ୍ତେ ମୋର ପ୍ରସ୍ତାବକୁ ଘରେ ବିରୋଧ ହେବାରୁ ବାଧ୍ୟ ହୋଇ ସ୍ୱର୍ଗଦ୍ୱାର ଯାଇଥିଲୁ । ଗୋରା ତକ୍ ତକ୍ ଚେହରା କ୍ରମଶଃ ଲାଲ ପଡ଼ି କଳା ହୋଇଯାଉଥିଲା ନିଆଁର ଧାସରେ । ଲୁଚେଇ ଲୁଚେଇ କାନ୍ଦୁଥିଲି ମୁଁ ମୋର ଦାମ୍ଭିକତା ପ୍ରମାଣ କରିବା ପାଇଁ । ସବୁ ଶେଷ ହୋଇଯାଇଥିଲା । ତାଙ୍କୁ ବୁଝିବା ଆଗରୁ ସବୁଦିନ ପାଇଁ •ଲି ଯାଇ, ଛାଡ଼ି ଯାଇଥିଲେ ଏହି ସଂସାରରେ, ତାଙ୍କର ସ୍ନେହ, ଶ୍ରଦ୍ଧା, ଭଲପାଇବାକୁ ନେଇ ଆମକୁ ବାପା ହେବା ନିମନ୍ତେ ।

ପ୍ରକାଶ ରଥ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ