ଫିମି ପକ୍ଷରୁ ରୁଙ୍ଗଟା ସନ୍ସ ଖଣିର ସାନିନ୍ଦପୁର ଲୌହ ଓ ବକ୍ସାଇଟ୍ ଖଣିକୁ ଏନ୍‌ଏମ୍‌ଡିସି ପୁରସ୍କାର ପ୍ରଦାନ

ଯୋଡା, (ସମୀର କୁମାର ଦାସ): ସୁୁନ୍ଦରଗଡ ଜିଲ୍ଲା କୋଇଡା ଖଣି ମଣ୍ଡଳ ଅଧିନସ୍ଥ ରୁଙ୍ଗ୍‌ଟା ସନ୍ସ ପ୍ରାଇଭେଟ୍ ଲିମିଟେଡ୍‌ର ସାନିନ୍ଦପୁର ଲୌହ ଓ ବକ୍ସାଇଟ୍ ଖଣିକୁ ସାମାଜିକ ମଙ୍ଗଳ କାର୍ଯ୍ୟ, ପାଶ୍ୱର୍ବର୍ତୀ ଗ୍ରାମୀଣ ସଂପ୍ରଦାୟର ମଙ୍ଗଳ ଓ ଉତ୍‌ଥାନ କାର୍ଯ୍ୟ ନିମନ୍ତେ ଫିମି ପକ୍ଷରୁ ୨୦୧୯-୨୦ର ରାଷ୍ଟ୍ରୀୟ ଖଣି ଉନ୍ନୟନ ସଂସ୍ଥା(ଏନ.ଏମ.ଡି.ସି) ସାମାଜିକ ସଚେତନତା ପୁରସ୍କାର ପ୍ରଦାନ କରାଯାଇଛି । ନୂଆଦିଲ୍ଲୀ ସ୍ଥିତ ଚଳିତ ଅକ୍ଟୋବର ମାସରେ ଫିମି ଗୃହରେ ଅନୁଷ୍ଠିତ ଏକ ଭବ୍ୟ ସମାରୋହରେ ରୁଙ୍ଗ୍‌ଟା କମ୍ପାନୀର ସିଜିଏମ୍ (ସଂଘୀୟ ମିଳିତ ବ୍ୟାପାର ବିଭାଗ)ର କର୍ପୋରଟ୍ ଆଫାୟାର୍ସ୍ କମଲେସ ରାୟ, ଭାରତ ସରକାରଙ୍କ ଖଣି ଓ କୋଇଲା ମନ୍ତ୍ରଣାଳୟର ସମ୍ପାଦକ ଅନିଲ କୁମାର ଜୈନଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ଉକ୍ତ ସମାରୋହରେ ଫିମିର ସଭାପତି ସୁନିଲ ଦୁଗଲ ଏବଂ ସାଧାରଣ ସମ୍ପାଦକ ଆର୍‌.କେ. ଶର୍ମା ମଧ୍ୟ ଉପସ୍ଥିତ ଥିଲେ । ଏହି ପରିପ୍ରେକ୍ଷୀରେ ରୁଙ୍ଗ୍‌ଟା କମ୍ପାନୀର ମାନବ ସମ୍ବଳ ଓ ପ୍ରଶାସନର ଯୁଗ୍ମ ଉପସଭାପତି ରାମ ଅଗ୍ରୱାଲଙ୍କୁ ଖଣିରେ ଉନ୍ନତ ମାନର କାର୍ଯ୍ୟ କଳାପ ଅବଦାନ ନିମନ୍ତେ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା । ଏଥି ନିମନ୍ତେ ରୁଙ୍ଗ୍‌ଟା କମ୍ପାନୀର ଖଣି ପ୍ରବନ୍ଧକ ବିଭିନ୍ନ କାର୍ଯ୍ୟାଳୟ ଓ ମୁଖ୍ୟ କାର୍ଯ୍ୟାଳୟରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କୁ ସେମାନଙ୍କ ଯଥାସାଧ୍ୟ ଅବଦାନ ନିମନ୍ତେ ଅଭିନନ୍ଦନ ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ