ପୁଣି ଫେରିଲା ଚକଡା ପୋକ ; ଚିନ୍ତାରେ ଚାଷୀ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ):ସମଗ୍ର କନ୍ଧମାଳ ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ଏବେ ଧାନ ଚାଷ କରିଥିବା ଚାଷୀମାନଙ୍କୁ ଚକଡା ପୋକର ଚିନ୍ତା ଘାରିଛି। ଧାନ ବିଲ ମାନଙ୍କରେ ଧାନ ଗଛ ଠିକ୍ ପାକଳ ହେବା ସମୟରେ ଚକଡା ପୋକ ଲାଗି ଧାନ ଗଛ ସବୁ ନଷ୍ଟ କରିବାରେ ଲାଗିଛି। ଯାହାଫଳରେ ଅଞ୍ଚଳର  ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। ଫିରିଙ୍ଗିଆ ବ୍ଲକ ଏକ ଆଦିବାସୀ ବହୁଳ ବ୍ଲକ ହୋଇଥିବା ବେଳେ ଏଠିକାର ଅଧିବାସୀମାନେ ପ୍ରାୟତଃ ଧାନ ଚାଷ କରିଥାନ୍ତି। ବିଶେଷ କରି ନାହାଣାଗାଁ, ଖଜୁରିପଡା, ଗୋଛାପଡା, କେଳାପଡା, ସାଡିଙ୍ଗିଆ, ପାହିରୁଜୁ ଜାଜେସପାଙ୍ଗା, ଉପରପାଙ୍ଗ, ଶ୍ରୀପଲ୍ଲା ଅଞ୍ଚଳର ଚାଷ ହୋଇଥିବା ବିଲରେ ଏହି ଚକଡା ପୋକ ବିଶେଷ ଭାବରେ କ୍ଷତିକରି ଚାଲିଥିବା ଦେଖିବାକୁ ମିଳିଛି। ଏହି ଚକଡା ପୋକକୁ ଦମନ କରିବା ପାଇଁ ଆସୁଥିବା ଔଷଧ ମଧ୍ୟ କାମ କରୁନଥିବା ଅଭିଯୋଗ କରିଛନ୍ତି ଚାଷୀମାନେ। କିଛି ମାସ ହେଲା କୋରେନା ମାହାମାରୀ ପାଇଁ ଚାଷ ବାସରେ ବାଧା ସୃଷ୍ଟି ହୋଇଥିବା ବେଳେ ବର୍ତ୍ତମାନ ଅନ୍ନ ମୁଠାଏ ପାଇଁ ଚାଷି କୂଳ ସଜବାଜ ହେଉଥିବା ବେଳେ ଚକଡା ପୋକ ଚାଷୀମାନଙ୍କ ମୁଣ୍ଡ ବ୍ୟଥାର କାରଣ ସାଜିଛି। ଗୋଟେ ପଟେ ଚକଡା ପୋକ ଅନ୍ୟପଟେ ଜଙ୍ଗଲୀ ବାରାହା ଏକର ଏକର ଧାନ ଫସଲ ନଷ୍ଟ କରି ଦେଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଏତିକିରେ ଚାଷୀଙ୍କ ଦୁଃଖ ସରିନି । ଜଙ୍ଗଲୀ ବାରାହା ମଧ୍ୟ ଆସି ବହୁତ କ୍ଷୟକ୍ଷତି କଲେଣି। ଅଂଚଳର ଚାଷୀମାନେ ପ୍ରଧାନ ମନ୍ତ୍ରୀ ଫସଲ ବୀମା ମଧ୍ୟ କରିଛନ୍ତି। ଋଣ ନେଇ ଚାଷୀମାନେ ଚାଷ କରୁଥିଲେ। ତେବେ ଅନେକଙ୍କର ସେହି ଚାଷ ବୁଡିବାକୁ ବସିଲାଣି। ଋଣ ପରିଶୋଧ ଚିନ୍ତା ମଧ୍ୟ ବଢାଇଛି। ତେଣୁ ସରକାର ଏଦିଗରେ ପଦକ୍ଷେପ ନେବା ନିତାନ୍ତ ଆବଶ୍ୟକ ହୋଇ ପଡିଛି ବୋଲି ଚାଷୀମାନେ ଦାବି କରିଛନ୍ତି। କୃଷିବିଭାଗ ଚାଷୀମାନଙ୍କ ପାଖରେ ପହଁଚି ଏହି ଚକଡା ପୋକକୁ କିଭଳି ଭାବେ ଦମନ କରାଯାଇ ପାରିବ ସେ ବିଷୟରେ ପଦକ୍ଷେପ ନେବାକୁ ଚାଷୀମାନେ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ