ମୋତେ ତମେ ଚିହ୍ନିନ, ମୁଁ ତୁମର ଜ୍ୱର ଛଡେଇଦେବି ପାଟନା

ନୂଆ ଟ୍ରାଫିକ ନିୟମ ଲାଗୁ ହେବା ଦିନରୁ ପ୍ରତ୍ୟେକ ଦିନ କିଛି ନା କିଛି ଏପରି ଘଟଣା ଦେଖିବାକୁ ମିଳୁଛି, ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କିମ୍ବା ଚକିତ କରୁଥିବ । ଏପରି ଏକ ଘଟଣା ବିହାରର ପାଟନାରେ ଦେଖିବାକୁ ମିଳିଛି । ସୂଚନା ମୁତାବକ, ଜଣେ ପୁଲିସ ଅଧିକାରୀ କାର ଚଳାଇ ଯାଉଥିବା ଜଣେ ମହିଳାଙ୍କୁ ସିଟ୍ ବେଲ୍ଟ ନ ବାନ୍ଧିଥିବାରୁ ପୋଲିସ ରାକିଥିଲା । କିନ୍ତୁ ମହିଳା ଜଣକ ପୁଲିସ ଅଧିକାରୀଙ୍କ ସହିତ ମଝି ରାସ୍ତାରରେ ଯୁକ୍ତିତର୍କ କରିଥିଲେ । ମହିଳା ଜଣଙ୍କ କହିଥିଲେ, ମାତେ ଚିହ୍ନିନ, ମୁଁ ତୁମର ଜ୍ୱର ଛଡେଇଦେବି । ଉକ୍ତ ମହିଳା ଜଣକ ସିଟ ବେଲ୍ଟ ବାନ୍ଧି ନଥିବାରୁ ପୋଲିସ ତାଙ୍କର ଚାଲାଣ କଟିବା ପାଇଁ କହିଥିଲେ । ପୋଲିସର ଏତିକି କଥାରେ ମହିଳା ଜଣକ ରାଗି ଯାଇଥିଲେ ଏବଂ କହିଥିଲେ, ମୁଁ ସିଟ ବେଲ୍ଟ ପିନ୍ଧିଥିଲି ତେବେ କ’ଣ ପାଇଁ ପଇସା ଦେବି । ପୋଲିସକୁ ନିଜ କ୍ୟାମେରା ଅନ୍ କରିକି ଦେଖିବା ପାଇଁ କହିଥିଲେ । ପୋଲିସକୁ ଭଲ ଭାବେ କଥାବାର୍ତ୍ତା କରିବା ପାଇଁ କହିଥିଲେ । କିନ୍ତୁ ମହିଳାଙ୍କୁ ପୋଲିସ ଅଧିକାରୀ ଜେବ୍ରା କ୍ରସିଂ କରିଥିବାର ଫାଇନ ମାଗିଥିଲେ । କିନ୍ତୁ ପରେ ସଂପୂର୍ଣ୍ଣ ଘଟଣା ଜାଣିବାକୁ ମିଳିଥିଲା । ମହିଳା ଜଣକ ସଫେଇରେ କହିଥିଲେ, ମୁଁ ସିଧା ଯାଉଥିଲି କିନ୍ତୁ ପୋଲିସ ଅଧିକାରୀ ଜଣକ ଗାଡି ବୁଲାଇବା ପାଇଁ କହିଥିଲେ । ମୁଁ ଗାଡି ବୁଲାଇ ଆସୁଥିବା ବେଳେ ପାଲିସ ମୋତେ ସିଟ୍ ବେଲ୍ଟ ନାହିଁ ବୋଲି କହିଥିଲେ । କିନ୍ତୁ ମୁଁ ସେହି ସମୟରେ ସିଟ୍ ବେଲ୍ଟ ପିନ୍ଧିଥିଲି କିନ୍ତୁ ପୋଲିସ ଅଧିକାରୀ ହାତ ଯୋଡି ପଇସା ମାଗିଥିଲେ । ମୁଁ ପଇସା ଦେବା ପାଇଁ ମନା କରିବାରୁ ପଇସା ଦେବ ନ ହେଲେ ଗାଡିର ଚାଲାଣ କାଟି ଦେବି ପୋଲିସ ଅଧିକାରୀ କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ