କୋରନା ଯୋଦ୍ଧାଙ୍କୁ ସମ୍ମାନିତ କଲେ ଅବସର ପ୍ରାପ୍ତ ଇଂ.ଅଭିମନ୍ୟୁ ପ୍ରଧାନ

ବ୍ରହ୍ମପୁର,(ଅନିଲ କୁମାର): ମାନବ ସେବା ହିଁ ମାଧବ ସେବା ଭଳି କାର୍ଯ୍ୟ କରିଆସୁଛନ୍ତି କୁର୍ମି ସମାଜର ସଭାପତି ତଥା ନୂଆଦିଲ୍ଲୀ ସ୍ତିତ ଭାରତ କୃଷକର ସମାଜର ଆଜୀବନ ସଦସ୍ୟ ଏବଂ ଅବସର ପ୍ରାପ୍ତ ଇଂଞ୍ଜିନିୟର ପ୍ରଧାନ କୋରନା ମହାମାରୀରୁ କିପରି ଲୋକମାନେ ସୁରକ୍ଷିତ ଏବଂ ସଂକ୍ରମଣରୁ ଦୁରେଇ ରହିବେ ସେଥି ନିମନ୍ତେ ଅବସର ପ୍ରାପ୍ତ ଇଂ.ଅଭିମନ୍ୟୁ ଅହରହ କାର୍ଯ୍ୟ କରି ଆସୁଛନ୍ତି | ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରାୟ ୧୦ ହଜାରରୁ ଉର୍ଦ୍ଧ ମାସ୍କ ବଣ୍ଟନ କରିଛନ୍ତି | ଗଂଜାମ ଜିଲ୍ଲାପାଳ,ଗଂଜାମ ଏସପି,ଡି.ଆର.ଡି.ଏ ପିଡି, ଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ସମାଜ ସେବି ମାନଙ୍କୁ ଅବସର ପ୍ରାପ୍ତ ଇଂ.ଅଭିମନ୍ୟୁ ସମ୍ବର୍ଧନା କରିବା ସହ କାର୍ଯ୍ୟକୁ ଭୁୟସୀ ପ୍ରଶଂସା କରିଛନ୍ତି | ତାଙ୍କର ସୁରକ୍ଷା ନିମନ୍ତେ ମାସ୍କ ଫେସ ସିଲ ପ୍ରଦାନ କରିଛନ୍ତି | ଏହି ପରିପ୍ରେକ୍ଷୀରେ ରବିବାର ବ୍ରହ୍ମପୁର ଠାରେ ଅବସର ପ୍ରାପ୍ତ ଇଂ.ଅଭିମନ୍ୟୁ ଓ ତାଙ୍କ ସୁପୁତ୍ର ରାକେଶ ପ୍ରଧାନ ୟୁଗାଦ୍ଧ ଗଣମାଧ୍ୟମର ସମସ୍ତ କର୍ମକର୍ତା ମାନଙ୍କୁ କୋରନା ଯୋଦ୍ଧା ଭାବରେ ସମ୍ବର୍ଧନା କରିଥିଲେ | ଏହା ପୂର୍ବରୁ ସେ ବାଗ୍ଦେବୀ ମନ୍ଦିରର ଯଜ୍ଞ ମଣ୍ଡପ,ଭଞ୍ଜନଗର ଗାୟତ୍ରୀ ମଣ୍ଡପ ଗୁଡିକ ପୁନରୁଦ୍ଧାର କରିବା ସହ ଅସହାୟ ଓ ଗରିବ ଶ୍ରେଣୀରେ ପରିବାର ଲୋକଙ୍କୁ ସହାୟତା ପ୍ରଦାନ କରି ଆସୁଛନ୍ତି | ତାଙ୍କର ଏହି ମହତ କାର୍ଯ୍ୟକୁ ବୁଦ୍ଧିଜୀବୀ ମହଲରେ ଭୁୟସୀ ପ୍ରଶଂସା କରାଯାଇଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ