୨୩୨ତମ “ମିଟ୍ ଦ ଆର୍ଟିଷ୍ଟ” କାର୍ଯ୍ୟକ୍ରମ ଅତ ିଥି : ଶ୍ରୀ ରବି ନାରାୟଣ ସାହୁ ବିଷୟ : “କଥାକୁହା ପଥର”

ଭୁବନେଶ୍ୱର, : ଜେ.ଡି.ସି.ଏ. ଭୁବନେଶ୍ୱର ତରଫରୁ ପ୍ରତ୍ୟେକ ମାସ ଦ୍ୱିତୀୟ ଶନିବାର ଦିନ ଆୟୋଜନ କରାଯାଉଥିବା “କଳାକାରଙ୍କ ସାଙ୍ଗେ” (ମିଟ୍ ଦ ଆର୍ଟିଷ୍ଟ)ର ୨୩୨ତମ କାର୍ଯ୍ୟକ୍ରମ ଆଜି ଏହାର କାର୍ଯ୍ୟାଳୟ, ଏ/୨୦, ଭି.ଆଇ.ପି. କଲୋନୀ, ନୟାପଲ୍ଲୀ, ଭୁବନେଶ୍ୱରଠାରେ ଅନୁÂିତ ହୋଇଯାଇଅଛି । ଏଥରର ବିଷୟବସ୍ତୁ ଥିଲା “କଥାକୁହା ପଥର” । ସର୍ବ ପ୍ରଥମେ ଶ୍ରୀ ଏଲ୍.ଆଇ.ପରିଜାଙ୍କ ବିୟୋଗରେ ଜେ.ଡ଼ି.ସି.ଏ. ତରଫରୁ ତାଙ୍କ ଆତ୍ମାର ସଦ୍ଗତି ନିମନ୍ତେ ନିରବ ପ୍ରାର୍ଥନା କରାଯାଇଥିଲା । ସେଣ୍ଟରର ଟ୍ରଷ୍ଟି ରୂପେ ସେ ବିଭିନ୍ନ ସମୟରେ ଦିଗ୍ଦର୍ଶନ ଦେଇ ଆସୁଥିଲେ । ଆନୁÂାନିକ ଭାବେ ପ୍ରଫେସର ପ୍ରେମାନନ୍ଦ ଦାସ ଓ ଶ୍ରୀମତୀ ପୂର୍ଣ୍ଣିମା ଉପାଧ୍ୟାୟ ମୁଖ୍ୟ ଅତିଥି ରବିନାରାୟଣ ସାହୁଙ୍କୁ ପାରମ୍ପରିକ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରିଥିଲେ । ଶ୍ରୀ ରବିନାରାୟଣ ସାହୁ ୧୫ ବର୍ଷ ବୟସରୁ ତାଙ୍କ ପିତା ପଦ୍ମଶ୍ରୀ ସୁଦର୍ଶନ ସାହୁଙ୍କ ଠାରୁ ପାରମ୍ପରିକ ପଥର ଖୋଦେଇ ଶିକ୍ଷାଲାଭ କରିଥିଲେ । ଏହି କଳାର ବିଭିନ୍ନ ସ୍ତର ଯେମିତି କି ଖୋଳା, ଗଡ଼ିଆ, ମଠା, କମ ଏବଂ ପରିଶେଷରେ ଆଖି, ମୁହଁ, ହାତ, ଗୋଡ଼ ନିର୍ମାଣ କରିବାର କଳା ଓ କୌଶଳ ଶିକ୍ଷା କରିଥିଲେ । ପରବର୍ତ୍ତୀ ସମୟରେ ସେ କାଠ, ବ୍ରୋଞ୍ଜ ଆଦିରେ ମଧ୍ୟ କଳାକୃତି ନିର୍ମାଣ କରିଥିଲେ । ନିଜ ପିତାଙ୍କ ପଦାଙ୍କ ଅନୁସରଣ କରି ସେ ଜାତକ, ବୁଦ୍ଧକଳା ନିର୍ମାଣରେ ସିଦ୍ଧହସ୍ତ ହୋଇଯାଇଥିଲେ । ସେ ଜାପାନ, ଅଷ୍ଟ୍ରିଆ, ଥାଇଲାଣ୍ଡ, କାମ୍ବୋଡିଆ ଆଦି ଦେଶ ଭ୍ରମଣ କରି ସେ ଦେଶମାନଙ୍କର ବିଭିନ୍ନ ଶିଳ୍ପୀମାନଙ୍କ ସହିତ ମିଶି ତାଙ୍କ କଳାକୃତିକୁ ଅଧ୍ୟୟନ କରି ସେ ନିଜ କଳାକୁ ଶାଣିତ ଓ ପରିପୁଷ୍ଟ କରିଛନ୍ତି । ତାଙ୍କ ନିର୍ମିତ ପାରମ୍ପରିକ କଳାକୃତି ସମେତ ବୌଦ୍ଧ, ଜୈନ ବିଶେଷ କରି ରିଲିଫ୍ କଳାକୃତି ନିର୍ମାଣ କରିଛନ୍ତି ଓ ଦେଶର ବିଭିନ୍ନ ସହରରେ ଏ କଳାକୃତିଗୁଡ଼ିକ ଶୋଭାମଣ୍ଡନ କରିଛନ୍ତି । ବର୍ତ୍ତମାନ ଓଡ଼ିଶାର କଳାକୃତିର •ହିଦା ଦେଶ ତଥା ବିଦେଶରେ ଅନେକ ଗୁଣରେ ବୃଦ୍ଧି ପାଉଥିବା ସମୟରେ ଆମ ରାଜ୍ୟର ଯୁବ ତଥା ନୂତନ ପିଢ଼ିର କଳାକାରମାନଙ୍କ ସଂଖ୍ୟା ହ୍ରାସ ପାଉଛି । କଞ୍ଚାମାଲ୍ର ଅଭାବ ଏହାର ଗୋଟିଏ କାରଣ ବୋଲି ନିଆଯାଇପାରେ । ଆମ ରାଜ୍ୟରେ ଉନ୍ନତ ଧରଣର ପଥରର ଘୋର ଅଭାବ ଏହି ପାରମ୍ପରିକ ଶିଳ୍ପକଳା ପ୍ରତି ବିପଦ ଦେଖାଦେଇଛି । ବର୍ତ୍ତମାନ ସ୍ଥାନୀୟ ପଥର ସଂଗ୍ରହ କରିବା ବେଆଇନ କାର୍ଯ୍ୟ ବୋଲି ବିବେଚିତ ହେଉଛି । ଏହି ପଥର ସଂଗ୍ରହ କରିବା ନିମନ୍ତେ ଶିଳ୍ପୀମାନଙ୍କୁ ବହୁ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ୁଛି । ଏ ଦିଗରେ କର୍ତ୍ତୃପକ୍ଷ କୌଣସି ଠୋସ୍ ପଦକ୍ଷେପ ନନେବା କ୍ଷୋଭର ବିଷୟ । ଆମ ରାଜ୍ୟର ଅଧିକାଂଶ ପାରମ୍ପରିକ ଶିଳ୍ପୀ ଓଡ଼ିଶା ବାହାରକୁ ଯାଇ ନିଜର ଗୁଜୁରାଣ ମେଣ୍ଟାଉଛନ୍ତି । ଏହି କାର୍ଯ୍ୟକ୍ରମରେ ଜି.ଉପାଧ୍ୟାୟ, ଜଗଦାନନ୍ଦ, ସୁଦଶନ ସାହୁ, ଅରୁଣ କୁମାର ବେହେରା, ମଙ୍ଗଳା ପ୍ରସାଦ ମହାନ୍ତି, ବିରେନ୍ ଦାସ, ରନôମାଳା ମିଶ୍ର, ରାଜୀବ ଷଡ଼ଙ୍ଗୀ, ସୁଦର୍ଶନ ସାହୁ, କିରଣ ଶଙ୍କର ସାହୁ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମର ପରିଚାଳନାରେ ବିଶ୍ୱଜିତ ରାଉତ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ