ଗାଇକୁ ଧକ୍କା ଦେଲା ବାଇକ ; ବାଇକ ଆରୋହୀ ଗୁରୁତର
ଛତ୍ରପୁର,(ଦେବଦତ୍ତ ମହାରଣା) : ଛତ୍ରପୁର ଅଗ୍ନୀଶମ ବିଭାଗ କାର୍ଯ୍ୟାଳୟ ସମ୍ମୁଖ ନିକଟ ଜାତୀୟ ରାଜପଥରେ ଏକ ବାଇକ ଧକ୍କା ଦେଲା ଗାଇକୁ । ଯାହା ଫଳରେ ବାଇକ ଆରୋହୀ ଜଣକ ଗୁରୁତର ଆହାତ ହୋଇଥିବା ବେଳେ ଗାଇଟି ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିଲା । ଗୁରୁତର ଆହାତ ଜଣକ ଗଞ୍ଜାମ ସହର ସାନ ବଜାର ର ରବି ବେହେରା ବୋଲି ଜଣାପଡିଛି । ମିଳିଥିବା ସୂଚନା ମୁତାବକ ସେ କୌଣସି କାର୍ଯ୍ୟରେ ଛତ୍ରପୁର ଆସି ଘରକୁ ବାଇକ ଯୋଗେ ଫେରୁଥିବା ବେଳେ ଜାତୀୟ ରାଜପଥ ରେ ଗାଇଟି ହଠାତ୍ ପାର ହେଉଥିବା ବେଳେ ବାଇକଟି ଗାଇକୁ ଧକ୍କା ଦେଇଥିଲା । ଯାହାଫଳରେ ବାଇକ୍ ଆରୋହୀ ରବି ଗୁରୁତର ଅବସ୍ଥାରେ ତଳେ ପଡିଯାଇଥିଲେ । ଏହାର ଖବର ପାଇ ଅଗ୍ନିଶ୍ରମ ବିଭାଗର କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ଛତ୍ରପୁର ମେଡିକାଲ ରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ ।