କୋଭିଡ୍-୧୯ ନିୟମ ଉଲ୍ଲଂଘନ;୩ ଘରୋଇ ଶିକ୍ଷାନୁଷ୍ଠାନକୁ ନୋଟିସ୍ ଜାରିକଲା ଛତ୍ରପୁର ଏନଏସି
ଛତ୍ରପୁର,(ଦେବଦତ୍ତ ମହାରଣା) : କୋଭିଡ୍-୧୯ ନିୟମ ଉଲ୍ଲଂଘନ ନେଇ ଗଂଜାମ ଜିଲ୍ଲା ଛତ୍ରପୁର ସହରର ତିନୋଟି ଘରୋଇ ଶିକ୍ଷାନୁଷ୍ଠାନକୁ ଏନ୍ଏସି ପ୍ରଶାସନ ପକ୍ଷରୁ ନୋଟିସ୍ ଜାରି ହୋଇଛି । ଗଂଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଏନ୍.ଗଣେଶ ବାବୁ ଛତ୍ରପୁର ସହରର ତିନୋଟି ଘରୋଇ ଶିକ୍ଷାନୁଷ୍ଠାନକୁ ପରିଦର୍ଶନ କରିଥିଲେ । ସରକାରଙ୍କ ଠାରୁ କୌଣସି ଅନୁମତି ନ ଆଣି ଶିକ୍ଷାନୁଷ୍ଠାନ ଖୋଲିବା ଏବଂ କୋଭିଡ୍-୧୯ ନିୟମକୁ ଅବମାନନା କରିବା କାରଣରୁ ତିନୋଟି ଅନୁଷ୍ଠାନକୁ ତାଗିଦ୍ କରାଯିବା ସହ ସେମାନଙ୍କୁ ଏନ୍ଏସି ପ୍ରଶାସନ ପକ୍ଷରୁ ୨୪ ଘଣ୍ଟା ମଧ୍ୟ ସେମାନଙ୍କୁ ଜରିମାନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ବାବୁ ସୂଚନା ଦେଇଛନ୍ତି । ସେହିପରି ଛତ୍ରପୁର ସହରର ଭିଆଇପି ରୋଡ ର ରାସ୍ତାପାଶ୍ୱର୍ରେ ଥିବା ଉଠା ଦୋକାନୀମାନେ ଡଷ୍ଟବିନ୍ ନ ରଖିଥିବା ନେଇ ସେମାନଙ୍କ ଠାରୁ ଏନ୍ଏସି ପ୍ରଶାସନ ପକ୍ଷରୁ ୨୫ ଶହ ଟଙ୍କା ଜରିମାନା ଆଦାୟ କରାଯାଇଛି ।