ରୋଷେୟାଙ୍କୁ ମିଳୁନି ମାସିକ ଦରମା ବିତିଲାଣି ଏକ ବର୍ଷ

ମୋହନା,(ଅଂଶୁମାନ ପଣ୍ଡା): ସରକାରୀ କର୍ମଚାରୀ ମାନେ ମହାମାରୀ କୋରନାରେ ନିଜ ପରିବାରକୁ ଛାଡି ଲୋକଙ୍କ ସେବାରେ ରାତି ଦିନ ଏକ କରୁଥିବା ବେଳେ ସେମାନଙ୍କ ମାସିକ ଦରମା ବନ୍ଦ ନକରି ଦେବା ପାଇଁ ସରକାର ଘୋଷଣା କରୁଛନ୍ତି | କିନ୍ତୁ ବର୍ତମାନ ସମୟରେ ଦେଖିବାକୁ ମିଳିଛି କାମ କରି ମଧ୍ୟ ରୋଷେୟା ମାନେ ମାସିକ ଦରମା ପାଇପାରୁନାହାନ୍ତି | ସରକାରଙ୍କ ପକ୍ଷରୁ ଜାତି ଜନଜାତି ସରକାରୀ ଆବଶ୍ୟକ ବିଦ୍ୟାଳୟ ଗୁଡ଼ିକରେ ଥିବା ଛାତ୍ର ଛାତ୍ରୀ ଅବସରେ ରୋଷାଇ କରି ଦେବା ପାଇଁ ଗଜପତି ଜିଲ୍ଲାରେ ନିଯୁକ୍ତି ପାଇଥିଲେ ୨୮୦ ଜଣ ମହିଳା ଓ ପୁରୁଷ ସେଥି ମଧ୍ୟରୁ ମୋହନା ବ୍ଲକରେ ୧୩୦ ଜଣ ନିଯୁକ୍ତି ପାଇଛନ୍ତି | ଏମାନେ ଛାତ୍ର ଛାତ୍ରୀ ମାନଙ୍କୁ ଠିକ ସମୟରେ ଦୁଇ ବେଳା ଭଲ ଖାଇବା ରୋଷାଇ କରି ଯୋଗାଇଥାନ୍ତି | ଛାତ୍ର ଛାତ୍ରୀ ମାନେ ଠିକ ସମୟରେ ଖାଇଲେ ବିଦ୍ୟାଳୟ ଯିବେ ପାଠ ପଡିବେ ଏପରିକି ନିଜ ପରିବାରକୁ ନ ଦେଖି ପ୍ରଥମେ ଛାତ୍ର ଛାତ୍ରୀଙ୍କୁ ଦେଖିଥାନ୍ତି ଏମାନେ ହେଲେ ଦୁଃଖର ବିଷୟ ଏଭଳି ମହାମାରୀ କୋରନା ସମୟରେ ସାଧାରଣ ଲୋକେ ଚଳିବା ବଡ଼ କାଠିକର ପାଠ ତେଲ ଥିଲେ ନୁଣ ନଥାଉଛି ବାକି କରି ନିଜର ପରିବାର ଚଳାଉଛନ୍ତି ଏମାନେ ତାଙ୍କର ଏହି ପରିସ୍ଥିତି ପାଇଁ ଦାୟୀ କିଏ ? ଜିଲ୍ଲା ପ୍ରଶାସନ ନା ସରକାର ଦାୟୀ ? ଏହି ରୋଷେୟା ମାନଙ୍କୁ କାମ କରିବାର ଦୁଇ ବର୍ଷ ରୁ ଅଧିକ ହୋଇଗଲାଣି କିନ୍ତୁ ଏମାନଙ୍କର ଦରମା ସରକାର ଏମାନଙ୍କୁ ଦେଇ ନାହିଁ | ସେଠି ମଧ୍ୟରୁ କିଛି ରୋଷେୟାଙ୍କୁ ଦୁଇ ମାସ ଓ ଚାରି ମାସର ଦରମା ମିଳିଛି ଅନ୍ୟ ମାନଙ୍କୁ ମିଳିନି ଜାଫଳରେ ସେମାନେ ଭାଙ୍ଗି ପଡିଛନ୍ତି | ସରକାର ଓ ଜିଲ୍ଲା ପ୍ରଶାସନଙ୍କୁ ନେହୁରା ହେଉଛନ୍ତି ନିଜର ଦରମା ପାଇଁ, ଏହି ବିଷୟରେ ଜିଲ୍ଲା ସଂଘର ଅଧିକାରୀ ସୁଶାନ୍ତ କୁମାର ରଥଙ୍କୁ ପଚାରିବାରୁ ସେ କହିଛନ୍ତି ଏହି ବିଷୟରେ ଉପସ୍ଥିତ ଅଧିକାରୀଙ୍କୁ ଅବଗତ କରାଯାଇଛି ଏବଂ ଏହି ମାସ ଶେଷ ସୁଦ୍ଧା ସେମାନଙ୍କୁ ବାକି ଦରମା ଦିଆଯିବ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ