ନବଦୁର୍ଗା ପୂଜ : ଚନ୍ଦ୍ରଘଣ୍ଟା

ମା’ ଦୁର୍ଗାଙ୍କର ତୃତୀୟ ସ୍ୱରୂପକୁ ଚନ୍ଦ୍ରଘଣ୍ଟା କୁହାଯାଏ । ନବରାତ୍ରି ପୂଜାର ତୃତୀୟ ଦିବସରେ ତାଙ୍କୁ ଏହି ରୂପରେ ପୂଜା ଏବଂ ଆରଧନା କରାଯାଏ । ତାଙ୍କର ଏହି ରୂପଟି ପରମଶକ୍ତି ଦାୟକ ଓ କଲ୍ୟାଣୀକାରୀ ଅଟେ । ଏହି ରୂପରେ ମା’ଙ୍କର ମସ୍ତକରେ ଘଣ୍ଟାକାରର ଅର୍ଦ୍ଧଚନ୍ଦ୍ରଥାଏ; ଏଣୁ ତାଙ୍କୁ ଚନ୍ଦ୍ରଘଣ୍ଟା କୁହନ୍ତି । ଶରୀର ରଙ୍ଗ ସୁବର୍ଣ୍ଣର ଚମକଧରି ଚହଟୁଥାଏ; ଏହି ରୂପରେ ତାଙ୍କର ଦଶଟି ହା. ଏବଂ ଏହି ହସ୍ତମାନଙ୍କରେ ଖଡ଼ଗ ଆଦି ଶାସ୍ତ୍ର, ବାଣ ଆଦି ଅସ୍ତ୍ର ବିଭୂଷିତ ଥାଏ । ଏଠି ତାଙ୍କର ବାହନ ସିହ ଅଟେ । ଦେବୀ ଯୁଦ୍ଧ ମୁଦ୍ରାରେ ବିରାଜମାନ ଥାଆନ୍ତି । ମା’ଙ୍କର ଘଣ୍ଟର ଭୟାନକ ଚଣ୍ଡଧ୍ୱନିରେ ଅତ୍ୟାଚାରୀ ଦାନବ-ଦୈତ୍ୟ-ରାକ୍ଷସ ଓ ଦେବତାମାନେ ପ୍ରକମ୍ପିତ ହୋଇ ଉଠନ୍ତି ।
ତୃତୀୟ ଦିବସରେ ଦୁର୍ଗାପୂଜା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ । ଏହିଦିନ ସାଧକର ମନ ମଣିପୁର ଚକ୍ରରେ ପ୍ରବେଶ କରେ ଏବଂ ଦେବୀଙ୍କ କୃପାରୁ ସାଧକ ଆଲୌକିକ ବସ୍ତମାନଙ୍କୁ ଦର୍ଶନକରେ । ଦିବ୍ୟ ସୁଗନ୍ଧ ଅନୁଭବ କରେ; ବିବିଧ ପ୍ରକାର ଦିବ୍ୟ ଧ୍ୱନିମାନ ମ୍ମ ଶୁଣେ । ଏହା ସାଧକଙ୍କ ପାଇଁ ସାବଦାନ କହିବା ବେଳ ।
ଏହି ପ୍ରକାର କୃପା ‘ଳରେ ସାଧକର ସମସ୍ତ ପାପ ଓ ବାଧମାନ ଦୂରୀଭୂତ ହୁଏ; ଆରାଧନା ‘ଳପ୍ରାପ୍ତି ହୁଏ; କଷ୍ଟ ନିବାରଣ ହୁଏ; ସିଂହପରି ସାଧକ ନିର୍ଭୟ ଓ ଶକ୍ତିଶାଳୀ ହୁଏ । ଶରଣାଗତକୁ ରକ୍ଷା ନିମନ୍ତେ ଘଣ୍ଟର ଧ୍ୱନି ସଦାବେଳେ ନିନାଦିତ ଥାଏ ।
ଦୁଷ୍ଟମାନଙ୍କ ଦମନ ଓ ବିନାଶ କରିବା ସହ, ଏହାଙ୍କ ସ୍ୱରୂପ ଆରାଧନା ପାଇଁ ସୌମ୍ୟ ଓ ଶାନ୍ତି ପ୍ରଦାୟକ ଅଟେ । ଏହା ତାକୁ ବୀରତା, ନିର୍ଭୟତା, ବିନମ୍ରତା ଇତ୍ୟାଦି ବିକାଶରେ ସହାୟକ ହୁଏ । ତାହାର ସୁଖ, ନେତ୍ର ତଥା ଶରୀରର ସର୍ବାଙ୍ଗରେ କାନ୍ତି ଗୁଣର ବୃଦ୍ଧିଘଟାଏ । ସ୍ୱରରେ ଦିବ୍ୟ ଓ ମାଧୁର୍ଯ୍ୟତା ପ୍ରକାଶ ହୁଏ । ସେ ସାଧକର ଦର୍ଶନରେ ଯେ କୌଣସି ବ୍ୟକ୍ତି ଶାନ୍ତି ଓ ସୁଖ ଅନୁଭବ କରେ; ତା’ ଶରୀରକୁ ଅଦଶ୍ୟଗୁଣର ବିକିରଣ ଘଟେ ।
ଏସବୁ ଦିବ୍ୟକ୍ରିୟା ସାଧାରଣ ଚକ୍ଷୁରେ କେହି ଦେଖିପାରନ୍ତି ନାହିଁ । ତେବେ ସାଧକ ଏବଂ ତା’ ସଂପର୍କରେ ଆସୁଥିବା ଲୋକେ ଅନୁଭବ ନେଇପାରିବେ ।
ଏହି ରୂପରେ ମା’ର କୃପା ଭାଷାତୀତ । ଆମେ ଶୁଦ୍ଧ, ପବିତ୍ର ଏବଂ ବିଧି ବିଧାନ ପୂର୍ବକ ମା’ ଚନ୍ଦ୍ରଘଣ୍ଟାର ଶରଣାପନ୍ନ ହେଲେ, ସେ ଆମକୁ ସମସ୍ତ ସାଂସାରିକ, କଷ୍ଟରୁ ମୁକ୍ତି କରି ତା’ ପରିମପାଦରେ ଆମକୁ ଆଶ୍ରୟ ଦେବ । ଏଣୁ ସେ ପବିତ୍ର ବିଗ୍ରହ ନିରନ୍ତର ଆମ ୍ମାନରେ ଓ ମାନସ ପଟରେ ଥାଉ । ସେ ଆମ ଇହଲୋକ ଓ ପରଲୋକ କାଳର ସଦ୍ଗତି ପାଇଁ ଏକମାତ୍ର ମାର୍ଗ ।
ତୋର ଚରଣତଳେ ଏ ମନ ଥାଉ ମା’…. ।ା
ପିଣଡଜପ୍ରବରାରଢ଼ା ଚଣ୍ଡକୋପାସ୍ତ୍ରକୈର୍ନ୍ଦୁତା
ଅଧ୍ୟକ୍ଷ
ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ,
ବିପିନ ବିହାରୀ ପାଠାଗାର,ଜଟଣୀ
ଦୂରଭାଷ : ୯୯୩୮୩୪୪୧୩୮


