ଧର୍ମପରାୟଣା ମହିଳାଙ୍କ ପରଲୋକ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ରହିଣାଆ ଗ୍ରାମର ଧର୍ମ ପରାୟଣା ମହିଳା ତଥା ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ନାୟକଙ୍କ ପତ୍ନୀ ଜାନକୀ ନାୟକଙ୍କ ପରଲୋକ ଘଟିଛି | ସେ ଅସୁସ୍ଥ ଥିବାରୁ ପରିବାର ଲୋକେ ତାଙ୍କୁ ଭଦ୍ରକ ମୁଖ୍ୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ | ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା | ମୃତ୍ୟୁ ଶର୍ଯ୍ୟା ନିକଟରେ ପୁଅ ଲଳିତ ନିର୍ମଳ ,ଜ୍ୱାଇଁ ଚକ୍ରଧର , ଚିତ୍ତରଞ୍ଜନ ଉପସ୍ଥିତ ଥିଲେ | ପାର୍ଥିବ ଶରୀର ବାସ ଭବନରେ ପହଞ୍ଚିବା ପରେ ଆତ୍ମୀୟ ଜନ ଶେଷ ଦର୍ଶନ କରିଥିଲେ | ଗାଁ ମଶାଣିରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ସାନ ପୁଅ ବିମଳ ମୁଖାଗ୍ନି ଦେଇଥିଲେ |