ସ୍ୱଚ୍ଛ ସାଥୀ ତାଲିମ ଶିବିର
ହିଞ୍ଜିଳିକାଟୁ , (ଶେଷଦେବ ସାହୁ) : ହିଞ୍ଜିଳିକାଟୁ ପୌର ପରିଷଦ କାର୍ଯ୍ୟାଳୟ ପରିସରରେ ସୋମବାର ହିଞ୍ଜିଳିକାଟୁ ପୌରାଂଚଳ ସମେତ ,ଆସିକା,ଚିକିଟି,ଦିଗପହଣ୍ଡି ଏନଏସିର ସ୍ୱଚ୍ଛ ସାଥୀ ଓ ସୁପର ଭାଇଜର ମାନଙ୍କୁ ନେଇ ଏକ ତାଲିମ ଶିବିର ଅନୁÂିତ ହୋଇଯାଇଛି । ହିଞ୍ଜିଳିକାଟୁ ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଶୋକ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଅନୁÂିତ ଏହି ତାଲିମ ଶିବିରରେ ପୌରାଚଂଳ ପ୍ରକଳ୍ପ ଅଧିକାରୀ ସୁଦାମ ମଣ୍ଡଳ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ଏହି ଶିବିରରେ ହିଞ୍ଜିଳି ପୌର ପରିଷଦର ୧୦ ଜଣ ସ୍ୱଚ୍ଛ ସାଥି ଓ ୨ ଜଣ ସୁପର ଭାଇଜର, ଆସିକା ଏନଏସିର ୯ଜଣ ସ୍ୱଚ୍ଛ ସାଥୀ ଓ ୨ଜଣ ସୁପରଭାଇଝର,ଦିଗପହଣ୍ଡି ଏନଏସିର ୫ଜଣ ସ୍ୱଚ୍ଛ ସାଥୀ ଓ ଜଣେ ସୁପର ଭାଇଜର,ଚିକିଟି ଏନଏସିର ୫ଜଣ ସ୍ୱଚ୍ଛ ସାଥୀ ଓ ଜଣେ ସୁପର ଭାଇଜର ଏହି ତାଲିମ ଶିବିରରେ ଯୋଗଦାନ କରିଥିଲେ । ଏହି ଶିବିରରେ ସ୍ୱଛ ଭାରତ ମିଶନର ପ୍ରଶିକ୍ଷକ ଭାବେ ଜଲକ ଦାଶ,ସବ୍ୟସାଚୀ ସାହୁ ଓ ଦୀପକ ଯୋଗଦାନ କରି ସ୍ୱଚ୍ଛ ସାଥୀ ଓ ସୁପରଭାଇଜର ମାନଙ୍କୁ ତାଲିମ ଦେଇଥିଲେ । ଘରକୁ ଘର ବୁଲି କିପରି ଅଳିଆ ସଂଗ୍ରହ କରାଯିବ, ବଜ୍ୟ ବସ୍ତୁ କୁ କିପରି ପୃଥକି କରଣ କରାଯିବ ସେ ସମ୍ବନ୍ଧୀୟ ତାଲିମ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ କନିÂ ଯନ୍ତ୍ରୀ ମାନଓ ରଂଜନ ଦାଶ, ଦିଲ୍ଲିପ କୁମାର ମିଶ୍ର, କୈଳାସ ଚନ୍ଦ୍ର ସାବ. ବିବେକାନନ୍ଦ ମହାପାତ୍ର ,ସନ୍ଧ୍ୟାରାଣୀ ପଟ୍ଟନାୟକ,ଅରୁଣ କୁମାର, ସୁବାଷ ଚନ୍ଦ୍ର ପଟ୍ଟନାୟକ, ରବି ଗୌଡ଼ ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟପକ୍ଷରେ ହିଂଜିଳିକାଟୁ ପୌରାଂଚଳରେ ସ୍ୱଛ ଭାରତ ମିଶନ ଫେଲ୍ ମାରିଥିବା ଏବଂ ପୌର କାର୍ଯ୍ୟାଳୟ ପକ୍ଷରୁ ସଂପୃକ୍ତ ଯୋଜନାରେ ବଡ଼ ଧରଣର ଘୋଟଲା ହୋଇଥିବା ନେଇ ସହରରେ ଚର୍ଚ୍ଚା ଜୋର ଧରିଛି । ଘଟଣା ପଦାରେ ପଡ଼ିଯିବା ଭୟରେ ସ୍ୱଛ ଭାରତ ମିଶନ ଯୋଜନା ସମ୍ପର୍କରେ ସ୍ଥାନୀୟ ପୌର କାର୍ଯ୍ୟାଳୟ ପକ୍ଷରୁ କୌଣସି ବୈଠକ କିମ୍ବା ତାଲିମ ଶିବିର ଅନୁÂିତ ହେଲେ ଦୁର୍ନିତିର ଫର୍ଦ୍ଧାଫାସ ହୋଇଯିବା ଭୟରେ ଗଣମାଧ୍ୟମ ପ୍ରତିନିଧିଙ୍କୁ କୌଣସି ପ୍ରକାର ସୂଚନା ପ୍ରଦାନ କରାଯାଉନାହିଁ ।