ପୂର୍ବ ଶତ୍ରୁତାରୁ ମରଣାତ୍ମକ ଆକ୍ରମଣ

ପୋଲସରା, (ଅନିଲ କୁମାର ମହାରଣା):ଗଞ୍ଜାମଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ପୋଲସରା ସହରର ଅଇରାଣୀ ପୋଖରୀ ନିକଟ ତ୍ରିନାଥ ମନ୍ଦିର ପରିସରରେ ଅକ୍ଟୋବର ୨୫ ତାରିଖ ଦିନ ପ୍ରାୟ ଦିବା ୧୨ ଘଣ୍ଟାରୁ ୧ ଘଣ୍ଟା ମଧ୍ୟରେ ପୋଲସରା କାଳୀ ମନ୍ଦିର ସାହିର ସୁଶାନ୍ତ ସାହୁଙ୍କୁ ପୂର୍ବ ଶତ୍ରୁତାରୁ ଭୀମ ପ୍ରଧାନ ଧାରୁଆ ଅସ୍ତରେ ମରଣାତ୍ମକ ଆକ୍ରମଣ କରିଥିବା ଜଣାପଡ଼ିଛି। ପୂର୍ବରୁ ସୁଶାନ୍ତ କୌଣସି କାରଣରୁ ଭୀମ ପ୍ରଧାନଙ୍କୁ ଗାଳି କରିଥିଲେ। ତାହାର ପ୍ରତିଶୋଧ ନେବା ପାଇଁ ଭୀମ ତ୍ରିନାଥ ମନ୍ଦିରରେ ସୁଶାନ୍ତ ସାହୁଙ୍କୁ ଦେଖି ଆକ୍ରମଣ କରିଥିଲେ। ତ୍ରିନାଥ ମନ୍ଦିର ପରିସରରେ ଗୁରୁତର ଆହତ ହୋଇ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସୁଶାନ୍ତ ପଡିଥିବା ଖବର ପାଇ ପୋଲସରା ପୋଲିସ ପହଞ୍ଚି ପୋଲସରା ମେଡିକାଲକୁ ନେଇଥିଲେ। ଅବସ୍ଥା ଗୁରୁତର ଥିବାରୁ ସୁଶାନ୍ତଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏଣେ ସୁଶାନ୍ତଙ୍କୁ ଆକ୍ରମଣ କରିଥିବା ଭୀମ ପ୍ରଧାନ ପୋଲସରା ଥାନାରେ ଆତ୍ମସମର୍ପଣ କରିଛନ୍ତି। ଏନେଇ ଥାନାରେ ଅଭିଯୋଗ ପଞ୍ଜୀକୃତ ହୋଇନଥିବା ଯୋଗୁଁ ମାମଲା ରୁଜୁ ହୋଇନଥିବା ପୋଲସରା ଥାନା ଆରକ୍ଷୀ ନିରୀକ୍ଷକ ଜିତେନ୍ଦ୍ର କୁମାର ମଲ୍ଲିକ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ