ଜିଲ୍ଲାରେ ଦ୍ବିତୀୟ ପ୍ରବାହ ସଂକ୍ରମଣକୁ ରୋକିବା ନେଇ ଜିଲ୍ଲା ସ୍ତରୀୟ ବୈଠକ

ଛତ୍ରପୁର,(ଦେବଦତ୍ତ ମହାରଣା): ଭାରତର କିଛି ଜିଲ୍ଲାରେ ଦ୍ବିତୀୟ ପ୍ରବାହ କରୋନା ସଂକ୍ରମଣ ଆରମ୍ଭ ହୋଇଛି  । ଏହି ଦ୍ବିତୀୟ ପ୍ରବାହ ସଂକ୍ରମଣ ଅନେକ ବ୍ୟକ୍ତିଙ୍କୁ ସଂକ୍ରମିତ କରିପାରେ  । ସଂକ୍ରମିତ ହୋଇ ସୁସ୍ଥ ହୋଇଥିବା ବ୍ୟକ୍ତି ମଧ୍ୟ ଏଥିରେ ସଂକ୍ରମିତ ହେବାର ସମ୍ଭାବନା ରହିଛି  । ଯଦି ଏବେ ଠାରୁ ଜିଲ୍ଲାବାସୀ ସତର୍କ ହେବେନାହିଁ ତେବେ ଶୀତଋତୁ ସମୟ ରେ ଦ୍ବିତୀୟ ପ୍ରବାହ ( ସେକେଣ୍ଡ ଓ୍ବେଭ୍) ବଢିବାର ସମ୍ଭାବନାକୁ ଏଡାଇ ଯାଇପାରିବ ନାହିଁ  । ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବଢିବା ଆଶା ନେଇ ଜିଲ୍ଲା ପ୍ରଶାସନ ଦ୍ବାରା ଏଥି ପୂର୍ବରୁ କରାଯାଇଥିବା ସମସ୍ତ ବ୍ୟବସ୍ଥାକୁ ପୁନଃ ପ୍ରଚଳନ କରିବା ନେଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସମସ୍ତ ଉପ ଜିଲ୍ଲାପାଳ ଏବଂ ଜିଲ୍ଲାର ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କୁ ଏକ ଜୁମ୍ ଭିଡିଓ କନଫରେନ୍ସିଂ ଜରିଆରେ ସତର୍କ କରାଇ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି  । ଅନଲକ୍ ହେବା ପରେ ଲକ୍ ଡାଉନ୍ କରି ଲୋକଙ୍କ ଜୀବନ ଜୀବୀକାକୁ ବାଧକ ସୃଷ୍ଟି କରିବାକୁ ସରକାର ଚାହାନ୍ତି ନାହିଁ  । ବର୍ତ୍ତମାନ ଜୀବନ ଜୀବୀକା ମଧ୍ୟରେ ସତର୍କତାକୁ ହିଁ ପ୍ରାଧାନ୍ୟ ଦିଆଯିବ । ସ୍ବାବ୍ ସଂଗ୍ରହ କରି ନମୁନା ପରୀକ୍ଷା କାର୍ଯ୍ୟକୁ ବ୍ୟାପକ କରିବାକୁ ହେବ  । ବର୍ତ୍ତମାନ ସମୟରେ ସଂକ୍ରମଣ କିଭଳି ବ୍ୟାପୁଛି ତାକୁ ତଦାରଖ କରିବାକୁ ପଡିବ  । ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା କମ୍ ଦେଖାଯାଉଥିଲା  । ବର୍ତ୍ତମାନ ପୁଣି ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟରେ ଚିକିତ୍ସା ନିମନ୍ତେ ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି  । ଏହାର କାରଣ ଖୋଜିବା ସକାଶେ ସଂକ୍ରମିତ ବ୍ୟକ୍ତିଙ୍କର ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇ ସେହି ଅନୁଯାୟୀ କାର୍ଯ୍ୟପନ୍ଥା ସ୍ଥିର କରିବାକୁ କହିଛନ୍ତି  । ଜିଲ୍ଲାରେ କରୋନା ସଂକ୍ରମିତ ହୋଇ କେହି ଯେପରି ମୃତ୍ୟୁ ମୁଖରେ ପଡିବେ ନାହିଁ, ସେହି ଲକ୍ଷ୍ୟ ନେଇ କାର୍ଯ୍ୟ କରିବାକୁ ପଡିବ  । ସଚେତନତା କାର୍ଯ୍ୟକ୍ରମକୁ ଜୋରଦାର କରିବା ସହିତ “ଆମ ସ୍ବାସ୍ଥ୍ୟ ଆମ ଦାୟୀତ୍ବ”  ଯୋଜନାକୁ ବ୍ୟାପକ କରି ଶିକ୍ଷକ, ଅଙ୍ଗନଓ୍ବାଡି କର୍ମୀ ଓ ଆଶାକର୍ମୀ ଙ୍କୁ ନେଇ ଗଠିତ ଟିମ୍ ଜରିଆରେ ମେଗାସ୍ବାସ୍ଥ୍ୟ ସ୍କ୍ରିନିଂ କରି ପ୍ରତି ଘରେ ତଥ୍ୟ ଥାଇ ପୋଷ୍ଟକାର୍ଡ ସାଇଜର ଷ୍ଟିକର ଲଗାଯିବ  । କୌଣସି ବାସଗୃହ ଯେପରି ବାଦ୍ ପଡିବେ ନାହିଁ ସେଦିଗରେ ସୁନିଶ୍ଚିତ କରି ନଭେମ୍ବର ପହିଲାରୁ ଏହି କାର୍ଯ୍ୟ ଆରମ୍ଭ କରାଯିବ  । ସାଇକେଲ ରାଲି, ଜୁମ୍ ମିଟିଙ୍ଗ୍, ପଞ୍ଚସୂତ୍ରୀ ନିୟମ, ଟୁଇଟ୍ ଦ୍ବାରା ସଚେତନତା ବାର୍ତ୍ତା, ହୋମ୍ ଆଇସୋଲ୍ସନ୍ ରେ ରହିଥିବା ବ୍ୟକ୍ତିଙ୍କୁ କିଟ୍ ପ୍ରଦାନ, ସଂକ୍ରମିତ ବ୍ୟକ୍ତିଙ୍କ କଣ୍ଟାକ୍ଟ ଟ୍ରେସିଂ ଇତ୍ୟାଦି କାର୍ଯ୍ୟକୁ ବ୍ୟାପକ କରାଯିବା ନେଇ ଆଲୋଚନା କରିଥିଲେ  । ପଞ୍ଚସୂତ୍ରୀ ନିୟମକୁ କଡାକଡି କରି ଟିମ୍ ଦ୍ବାରା ଯାଂଚ୍ କରାଯାଇ ପ୍ରତି ଦୋକାନକୁ କୋଭିଡ୍ ନିରାପତ୍ତା (କୋଭିଡ୍ ସେଫ୍ ) ପ୍ରମାଣ ପତ୍ର ପ୍ରଦାନ କରାଯିବ  । ନିୟମ ଖିଲାପ ଦୋକାନକୁ ବନ୍ଦ କରାଯିବ  । ସ୍ଥାନେ ସ୍ଥାନେ ମାସ୍କ ଚେକ୍ ପଏଣ୍ଟ କରି ଲୋକଙ୍କ ମାସ୍କ ପରିଧାନକୁ ସୁନିଶ୍ଚିତ କରାଯିବ  । ପ୍ଲାଜମା ଦାନ ସଂଖ୍ୟା ବୃଦ୍ଧି କରିବାକୁ ପଡିବ  । ସମସ୍ତ ସଚେତନତା କାର୍ଯ୍ୟ ପରେ ଚଢାଉ କରିବା ନିମନ୍ତେ ଜିଲ୍ଲାପାଳ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି  । ଉପଜିଲ୍ଲାପାଳ ଗଣ ନୋଡାଲ୍ ଅଧିକାରୀ ଭାବେ ସମସ୍ତ କାର୍ଯ୍ୟ ସଂପାଦନ କରିବେ  । ବ୍ରହ୍ମପୁର ସହରକୁ ଅଧିକ ଫୋକସ୍ ଦେବା ସକାଶେ ମହାନଗର ନିଗମ କମିଶନର୍ କଡା ଦୃଷ୍ଟି ଦେବେ  । ହୋମ୍ ଆଇସୋଲେସନ୍ ଏବଂ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ସଂକ୍ରମିତ ବ୍ୟକ୍ତିଙ୍କୁ ଅଧିକ ଧ୍ୟାନ ଦେବାକୁ କହିବା ସହିତ ଶ୍ବାସଜନୀତ ସମସ୍ୟା ରୋଗୀ ଓ ଗୁରୁତ୍ବପୂର୍ଣ୍ମ ରୋଗୀଙ୍କୁ ସ୍ବତନ୍ତ୍ର ଭାବେ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି  ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ