ଦୁର୍ନିତୀ ନିବାରଣ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ସରକାରୀ କର୍ମଚାରୀଙ୍କ ମଧ୍ୟରେ ବକ୍ତୃତା ପ୍ରତିଯୋଗୀତା ନଭେମ୍ବର ୨ରେ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :ଦୁର୍ନିତୀ ନିବାରଣ ସଚେତନତା ସପ୍ତାହ-୨୦୨୦ ପାଳନ ଉପଲକ୍ଷେ ସରକାରୀ କର୍ମଚାରୀମାନଙ୍କ ମଧ୍ୟରେ ଏକ ବକ୍ତୃତା ପ୍ରତିଯୋଗୀତା ନଭେମ୍ବର ମାସ ୨ତାରିଖରେ ଅନୁଷ୍ଠିତ ହେବ । ଆସନ୍ତା ନଭେମ୍ବରମାସ ୨ତାରିଖ ପୂର୍ବାହ୍ନ ୧୧ଘଟିକା ସମୟରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ କେନ୍ଦ୍ରୀୟ ଦୁର୍ନିତୀ ନିବାରଣ କମିଶନ ପ୍ରଦତ୍ତ ବିଷୟ “ଭିଜିଲାଂଟ ଇଣ୍ଡିଆ-ପ୍ରସପରସ ଇଣ୍ଡିଆ” “ସତର୍କ ଭାରତ-ସମୃଦ୍ଧ ଭାରତ” ଉପରେ ଏହି ପ୍ରତିଯୋଗୀତା ଅନୁଷ୍ଠିତ ହେବ । ଜିଲ୍ଲାର ପ୍ରତ୍ୟେକ ସରକାରୀ କାର୍ଯ୍ୟାଳୟର ଜଣେ ଜଣେ ଇଛୁକ ସରକାରୀ କର୍ମଚାରୀ ନିଜ କତ୍ତୃପକ୍ଷଙ୍କ ଠାରୁ ଉପଯୁକ୍ତ ପ୍ରମାଣପତ୍ର ଧରି ଆସନ୍ତା ନଭେମ୍ବରମାସ ୨ତାରିଖରେ ବକ୍ତୃତା ପ୍ରତିଯୋଗୀତାରେ ଅଂଶଗ୍ରହଣ କରିବା ପାଇଁ ସକାଳ ସାଢେ ୧୦ଟା ସମୟରେ ଉପସ୍ଥିତ ହେବେ । ଏଠାରେ ସୂଚନାଯୋଗ୍ୟ କି ଏହି ପ୍ରତିଯୋଗୀତାରେ ଭାଗନେବା ପାଇଁ କର୍ମଚାରୀମାନେ କୋଭିଡ-୧୯ ନିୟମାବଳୀକୁ କଡାକଡି ଭାବେ ପାଳନ ପୂର୍ବକ ମାସ୍କ,ସାନିଟାଇଜର ବ୍ୟବହାର କରିବା ସହ ସାମାଜିକ ଦ୍ୱରତ୍ୱ ବଜାୟ ରଖିବେ । ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ୱାରା ଏହା ଜିଲ୍ଲା କାର୍ଯ୍ୟାଳୟର ସମସ୍ତ ଉପବିଭାଗୀୟ ଅଧିକାରୀ,କର୍ମଚାରୀ ଓ ଜିଲ୍ଲାର ସମସ୍ତ ସରକାରୀ ବିଭାଗର ଅଧିକାରୀ ଏବଂ କର୍ମଚାରୀମାନଙ୍କ ଅବଗତି ନିମନ୍ତେ ଜଣାଇ ଦିଆଗଲା ।


