ଦେଢଶୂର ଭାଇବୋହୂକୁ ଆକ୍ରମଣ ଅଭିଯୋଗ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା):ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ମଂଜୁରୀରୋଡ ଫାଣ୍ଡି ଅଧିନ ବଳୀପୁର ଠାରେ ଦେଢଶୂର ଭାଇଵୋହୂକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଜମିଜମା ଵିଵାଦକୁ କେନ୍ଦ୍ର କରି ପୂର୍ବ ଶତ୍ରୁତା ଅନୁଯାୟୀ ଦେଢଶୂର ଗଂଗା ତରାଇ ଭାଇଵୋହୂ ତିଳୋତମା ତରାଇ ଙ୍କୁ ଆକ୍ରମଣ କରିଥିଲେ । ଗଂଗା ଙ୍କ ପତ୍ନୀ ରାନୁ ମଧ୍ୟ ଆକ୍ରମଣ ରେ ସହଯୋଗ କରିଥିବା ଜଣାଯାଇଛି। ଏନେଇ ତିଳୋତମା ଥାନାରେ ଦେଢଶୂର ଓ ଯା ରାନୁ ତରାଇଙ୍କ ନାମରେ ଏତଲା ଦେଇଛନ୍ତି। ପୋଲିସ ଅଭିଯୋଗ କୁ ଭିତିକରି ୨୧୪/୨୦ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।


