ରାଜେନ୍ଦ୍ରପୁର-ଚୁଡାକୁଟି ରାସ୍ତା ପାର୍ଶ୍ବରେ ନିଶା ଦ୍ରବ୍ୟ କାରବାର ଵୃଦ୍ଧି 

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ତଥା ଧାମନଗର ଥାନା ଵାରିକପୁର ଅଂଚଳରେ ଦିନକୁ ଦିନ ଵିଭିନ୍ନ ନିଶା ଦ୍ରବ୍ୟ କାରବାର ଵୃଦ୍ଧି ପାଇବାରେ ଲାଗିଛି। ସ୍ଥାନୀୟ ରାଜେନ୍ଦ୍ରପୁର ଛକ ଠାରେ ଦେଶୀ ଓ ବିଦେଶୀ ମଦ କାରବାର ହେଉଥିବା ସୂଚନା ମିଳିଛି । ନିକଟ ଜାତୀୟ ରାଜପଥର ଠାରୁ ଚୁଡାକୁଟି କୁ ସଂଯୋଗ କରୁଥିବା ରାସ୍ତା ପାର୍ଶ୍ବରେ ଥିଵା ନିର୍ଦିଷ୍ଟ ପାନ ଚା ଦୋକାନ ରେ ମଦ ସହିତ ଗଞେଇ ଓ ଅଫିମ ଅଵାଧରେ ବିକ୍ରୟ ହେଉଥିବା ରୁ ଅଂଚଳରେ ଆଇନଶୃଙ୍ଖଳା ପରିସ୍ଥିତି ଜଟିଳ ହେବାକୁ ବସିଲାଣି। ରାସ୍ତା ର ପିରିଜିପୁର, ଇଛଦା, ଗୋପାଳ ସାହି ଆଦି ଛକ ଠାରେ ଦୀର୍ଘ ଦିନ ଧରି ଦେଶୀ ଓ ଵିଦେଶୀ ମଦ ବିକ୍ରି ହେଉଛି । ଦିବାରାତ୍ର ଅଵାଧ ନିଶା କାରବାର ଯୋଗୁଁ ରାସ୍ତା ଘାଟରେ ଝିଅ ଵୋହୂ ମାନେ ଯାତାୟତ କରିବାକୁ ସୁରକ୍ଷିତ ମଣୁନାହାନ୍ତି । ଏପରିକି ଦୈନଦିନ ମଦ ଜନିତ ଗଣ୍ଡଗୋଳ ହେଉଥିବା ସୂଚନା ମିଳିଛି । ଏଥିପ୍ରତି ଧାମନଗର ଥାନା ଓ ଅବକାରୀ ବିଭାଗ ଦୃଷ୍ଟି ଦେବାକୁ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ