କର୍କଟ ରୋଗରେ ଚାଲି ଗଲେ ବାବାଜୀ ;ଜିଲ୍ଲାପାଳଙ୍କ ମଂଜୁରୀ ପରେ ବି ମିଳୁନି ଆର୍ଥିକ ସହାୟତା

ନାଉଗାଁ,(ଓ୍ବାଇଏନ୍ଏସ୍):ନାଉଗାଁ ବ୍ଳକ ଅନ୍ତର୍ଗତ ଅଲଣା ପଂଚାୟତସ୍ଥିତ କୁଣ୍ଡେଶ୍ୱର ଗ୍ରାମର ବାବାଜୀ ଚରଣ ଲେଙ୍କାଙ୍କ ମୁଣ୍ଡ ଉପରେ ଏକ ଫୁଲା ହୋଇଥିବାରୁ ବାବାଜୀଙ୍କୁ ଅସହ୍ୟ ଯନ୍ତ୍ରଣା ହେଉଥିଲା । ଚିକିତ୍ସା ପାଇଁ କଟକ ବଡ ମେଡିକାଲ ଯାଇଥିଲେ ମଧ୍ୟ ଅର୍ଥ ଅଭାବରୁ ଘରକୁ ଫେରି ଆସିଥିଲେ । ଦିନକୁ ଦିନ ମୁଣ୍ଡରେ ଯନ୍ତ୍ରଣା ବୃଦ୍ଧି ପାଉଥିଲେ ମଧ୍ୟ ଘରେ ପଡି ଛଟପଟ ହେବା ବ୍ୟତିତ ତାଙ୍କ ପାଖରେ ଅନ୍ୟ କିଛି ଉପାୟ ନଥିଲା । ଏପରିକି ବାବାଜୀ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ହୋଇଥିବାରୁ ଦିନକୁ ଦିନ ଘରର ଆର୍ଥିକ ସ୍ଥିତ ମଧ୍ୟ ଅତ୍ୟନ୍ତ ଦୁର୍ବଳ ହେବାରେ ଲାଗିଥିଲା । ବାବାଜୀଙ୍କର ଚିକିତ୍ସା ପାଇଁ ସରକାରୀଙ୍କ ପକ୍ଷରୁ ସାହାର୍ଯ୍ୟ ଯୋଗାଇ ଦେବା ପାଇଁ ବାବାଜୀଙ୍କର ପତ୍ନୀ ରୁନୁ ଆକୁଳ ନିବେଦନ କରିଥିଲେ । ଯାହାକୁ ନେଇ ଖବର ପ୍ରକାଶ ପାଇଥିଲା । ଉକ୍ତ ଖବରକୁ ପୁରୀ ଜିଲ୍ଲା ଅସ୍ତରଂଗ ବ୍ଲକ ଯୁବ ସମାଜସେବୀ ଅମୀୟ ରଂଜନ ବାରିକ ସଂଗ୍ରହ କରି ଓଡିଶାର ମୁଖ୍ୟମନ୍ତ୍ରୀ, ମୋ ସରକାର ୫ଟି ସଚିବ,ସ୍ୱାସ୍ଥ୍ୟ ବିଭାଗ ଠାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଟୁଇଟ୍ ମାଧ୍ୟମରେ ଜଣାଯାଇଥିଲେ । ଏହା ସହିତ ଉକ୍ତ ଖବରର ସତ୍ୟତା ଅନୁସନ୍ଧାନ କରି ଅସହାୟ ବ୍ୟକ୍ତିଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଅନୁରୋଧ କରିଥିଲେ । ଉକ୍ତ ଟୁଇଟ୍‌କୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଇମେଲ ମାଧ୍ୟମରେ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକ୍ଷକଙ୍କୁ ପଠାଇବା ସହିତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଉକ୍ତ ନିର୍ଦ୍ଦେଶ ଅନୁସାରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକ୍ଷକ ଡାକ୍ତର ସୁନନ୍ଦନ ମହାନ୍ତି ବାବାଜୀଙ୍କ ଘରେ ପହଁଚି ଖବର ସତ୍ୟାସତ୍ୟ ଅନୁସନ୍ଧାନ କରିବା ସହିତ ବାବାଜୀଙ୍କୁ ଚିକିିତ୍ସା ଲାଗି ମେଡିକାଲ ଗାଡି ସାହାର୍ଯ୍ୟରେ କଟକ ବଡ ମେଡିକାଲକୁ ନିଆଯାଇଥିଲା ।ଏହା ସହିତ ବାବାଜୀଙ୍କର ଚିକିତ୍ସା ଲାଗି ଜିଲ୍ଲାପାଳ ୫ ହଜାର ଟଙ୍କା ମଂଜୁର କରିଥିବା ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକ୍ଷକ ପତ୍ର ସଂଖ୍ୟା-୧୦୦୮ ତା୧ା୧୦ା୨୦୨୦ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଜଣାଇଥିଲେ । ଉକ୍ତ ପତ୍ରକୁ ଜଗତିସଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଟୁଇଟ୍‌ରେ ଜଣାଇଥିଲେ । କିନ୍ତୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଟୁଇଟ ହେବାର ୨୫ ଦିନରୁ ଉର୍ଦ୍ଧ ସମୟ ଅତିବାହିତ ହୋଇଥିଲେ ମଧ୍ୟ ଅଦ୍ୟାବଧି ଜିଲ୍ଲାପାଳଙ୍କ ଦ୍ୱାରା ମଂଜୁର ଅର୍ଥ ବାବାଜୀଙ୍କ ପରିବାରକୁ ମିଳିପାରିନାହିଁ । ମେଡିକାଲ ପକ୍ଷରୁ ବାବାଜୀଙ୍କ ପୁଅ ସନାତନ ଲେଙ୍କାଙ୍କ ବ୍ୟାଙ୍କ ଆକାଂଉଟର ନକଲ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦାଖଲ କରାଯାଇଥିଲା । କିନ୍ତୁ ଆଜି ସକାଳ ୧୦ଟା ସୁଦ୍ଧା ବ୍ୟାଙ୍କ ଆକାଂଇଟକୁ ଜିଲ୍ଲାପାଳଙ୍କ ମଂଜୁର ଅର୍ଥ ଆସିନଥିବା ବାବାଜୀଙ୍କ ପୁଅ ସନାତନ ଅଭିଯୋଗ କରିଛନ୍ତି । ଉଚ୍ଚ କତୃପକ୍ଷ ଏଥିପ୍ରତି ଦୃଷ୍ଠି ଦେଇ ମଂଜୁର ଅର୍ଥ ବିଳମ୍ବ ହେବାର କାରଣ ତଦନ୍ତ କରିବାକୁ ସାଧାରଣରେ ଦାବି ହେଉଛି । ଅନ୍ୟପଟରେ ବାବାଜୀ କର୍କଟ ରୋଗରେ ପୀଡିତ ଥିବା ପରିବାର ଲୋକ ମେଡିକାଲରୁ ଜାଣିବା ପରେ ଅର୍ଥର ଅଭାବ ସହିତ କରୋନା ସଂକ୍ରମଣ ଭୟ ପାଇଁ ଅଧିକ ଚିିକିତ୍ସା ଲାଗି ମେଡକାଲକୁ ନେଇ ପାରିନଥିଲେ । ଫଳରେ ବାବାଜୀଙ୍କର ଗତ ମଙ୍ଗଳବାର ସଂଧ୍ୟାରେ ପରଲୋକ ଘଟିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ