କୋଭିଡ କଟକଣାକୁ ଅମାନ୍ୟକରି ଶ୍ରୀବଳଦେବଜୀଉଙ୍କ ମନ୍ଦିରରେ ପଶିଥିବା ୨ଭକ୍ତ ଗିରଫ

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): କୋଭିଡ କଟକଣାକୁ ଅମାନ୍ୟକରି ଇଛାପୁରସ୍ଥିତ ଶ୍ରୀବଳଦେବଜୀଉଙ୍କ ମନ୍ଦିର ଭିତରେ ପ୍ରବେଶ କରିଥିବା ୨ଜଣ ଭକ୍ତଙ୍କୁ ରବିବାର ଟାଉନଥାନା ପୋଲିସ ଗିରଫ କରିଥିବା ସୂଚନା ମିଳିଛି । ଗତ ଶନିବାର ଶତାଧିକ ଭକ୍ତ ଓ ଶ୍ରଦ୍ଧାଳୁ ଶ୍ରୀଜୀଉଙ୍କ ମନ୍ଦିର ଭିତରକୁ ପ୍ରବେଶ କରି ଶ୍ରୀଜୀଉଙ୍କୁ ଦର୍ଶନ କରିଥିଲେ । ଗତମାର୍ଚ୍ଚମାସ ୧୭ତାରିଖରୁ ମନ୍ଦିର ଭିତରକୁ ପ୍ରବେଶ ଉପରେ କୋଭିଡ -୧୯ ଜନିତ କଟକଣା ଲାଗୁ ହୋଇଥିବା ବେଳେ ଏବଂ ଏବେ ସୁଦ୍ଧା ସେହି କଟକଣା ବଳବତ୍ତର ରହିଥିବା ବେଳେ ସରକାରଙ୍କ କଟକଣାକୁ ଅମାନ୍ୟ କରି ମନ୍ଦିର ଭିତରକୁ ପ୍ରବେଶ କରିବା ଉଚିତ ନିହେଁ । ସରକାରଙ୍କ କୋଭିଡ କଟକଣାକୁ ଉଲ୍ଲଙ୍ଘନ କରି ରବିବାର ଶ୍ରୀଜୀଉଙ୍କ ମନ୍ଦିର ଭିତରକୁ ପ୍ରବେଶ କରିଥିବା ଯୋଗୁଁ ୨ଜଣଙ୍କୁ ଟାଉନ ଥାନା ପୋଲିସ ଗିରଫ କରିନେଇଛି । ସେମାନଙ୍କ ନାମରେ ମାମଲା ରୁଜୁ କରାଯାଇଥିବା ପୋଲିସ ସୁତ୍ରରୁ ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ