ଜିଲ୍ଲା ଅବକାରୀ ବିଭାଗ ଦ୍ୱାରା ୭ଲିଟର ଚୋରା ଦେଶିମଦ ଜବତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): ଜିଲ୍ଲା ଅବକାରୀ ବିଭାଗ ଦ୍ୱାରା ଆସନ୍ତା ତିର୍ତୋଲ ଉପନିର୍ବାଚନକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡା ଜିଲ୍ଲାର ବର୍ଡରରେ ଜଗତସିଂହପୁର ଜିଲ୍ଲାକୁ ଲାଗିଥିବା ବିଭିନ୍ନ ସ୍ଥାନରୁ ୭ ଲିଟର ୩୮୦ମିଲି ଲିଟର ଚୋରା ବିଦେଶିମଦ ଜବତ କରାଯାଇଥିବା ସୂଚନା ମିଳିଛି । ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିର୍ଦେଶ କ୍ରମେ ଅବକାରୀ ଅଧିକ୍ଷକ ରଜତ କୁମାର ପ୍ରହରାଜଙ୍କ ନେତୃତ୍ୱରେ ଅବକାରୀ ସବ୍‌ଇନିସପେକ୍ଟର ସରୋଜ କୁମାର ବାଗ୍‌ଙ୍କ ଦ୍ୱାରା ଚଢାଉ କରାଯାଇ ପାଟକୁରା ଥାନା ଅନ୍ତର୍ଗତ ଅନ୍ଧାଳ ଗ୍ରାମର ସ୍ୱର୍ଗତ ଭୋଳି ନାଥଙ୍କ ପୁଅ ବିଜୟ କୁମାର ନାଥଙ୍କ ଠାରୁ ୩ଲିଟର ୬୦ମିଲି ଚୋରା ବିଦେଶି ମଦ ଜବତ କରାଯିବା ସହ ତାଙ୍କୁ ଗିରଫ କରାଯାଇଛି । ସେହି ଥାନା ଅନ୍ତର୍ଗତ ବରହମପୁର ଗ୍ରାମର ବାବାଜୀ ଚରଣ ମଲ୍ଲିକଙ୍କ ପୁଅ କୁଅଁର ମଲ୍ଲିକଙ୍କ ଠାରୁ ୪ଲିଟର ୩୨୦ମିଲି ବିଦେଶୀ ଚୋରାମଦ ଅବକାରୀ ବିଭାଗ ଜବତ କରି ତାଙ୍କୁ ଗିରଫ କରିଥିବା ଅବକାରୀ ବିଭାଗ ସବଇନସପେକ୍ଟର ଶ୍ରୀ ବାଗ ସୂଚନା ଦେଇଛନ୍ତି । ଏହି ଚଢାଉରେ ଅବକାରୀ ବିଭାଗର ଏ.ଏସ.ଆଇ ନୁରୁଲ ରହିମ, କନେଷ୍ଟବଳ ସୁନିଲ କୁମାର ମିଶ୍ର , ଜଗନ୍ନାଥ ବେସ୍ରା, ଧର୍ମେନ୍ଦ୍ର ପ୍ରଧାନ, ମହିଳା କନେଷ୍ଟବଳ ଲୁଲୁ ସାହୁ ଓ ବବିତା ନାୟକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ