ବାଜରଙ୍ଗୀ ଦଳ ପକ୍ଷରୁ ରକ୍ତଦାନ ଶିବିର

ମୋହନା,( ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଚାନ୍ଦିପୁଟ ଶିଶୁମନ୍ଦିର ଠାରେ ଆଜି ବାଜରଙ୍ଗୀ ଦଳ ପକ୍ଷରୁ ୬୦ଜଣ ରକ୍ତଦାନ କରିଛନ୍ତି | ଏହାର ମୁଖ୍ୟ ଉଦେଶ ହେଲା ରାମଜନ୍ମ ଭୂମି ଆନ୍ଦୋଳନର ହୃତାତ୍ମା ସେବକଙ୍କ ସ୍ମୃତି ଉଦେଶ୍ୟ ରେ ପ୍ରତେକ ବର୍ଷ ବିଶ୍ବହିନ୍ଦୁ ପରିଷଦ ବାଜରଙ୍ଗୀ ଦଳପକ୍ଷରୁ ସମଗ୍ର ଭାରତ ବର୍ଷରେ ନଭେମ୍ବର ମାସ୨ ତାରିଖ ଦିନ ରାଷ୍ଟ୍ରୀୟ କଲ୍ୟାଣ ରକ୍ତହୀନତା ଦୂର କରିବା ନେଇ ରକ୍ତ ଦାନ ଶିବିର ଅନୁଷ୍ଠିତ କରାଯାଉଛି | ଏହି ବର୍ଷ ଗଜପତି ଜିଲ୍ଲା ଚାନ୍ଦିପୁଟ ରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘର ଅଶୋକ ରଣଜିତ ଯୋଗ ଦେଇ ଦୀପ ପ୍ରଜ୍ୱଳନ କରି ଥିଲେ |ଏଥିରେ ସଙ୍ଘର ତରଣୀ ଦାଶ, ଭାସ୍କର ଜାନୀ, ନରେନ୍ଦ୍ର ଜାନୀ,ରମାକାନ୍ତ ରଥ, ଅମ୍ଳୟ ପାତ୍ର,ଶିବରାମ ସୁଆର, ପ୍ରଶାନ୍ତ ସୁବୁଦ୍ଧି,ବଙ୍ଗାଳି ଜାନୀ ପ୍ରମୁଖ ଯୋଗ ଦେଇଥିଲେ ଏବଂ ସଙ୍ଘର ବିଭିନ କର୍ମକର୍ତା ଉପସ୍ଥିତ ରହି ୬୦ଜଣ ରକ୍ତ ଦାନ କରିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ