ବନ୍ତରେ ଜିମ୍ ସେଣ୍ଟର ଏକେ-୪୭ ଉଦ୍ଘାଟିତ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ପୁରୁଣା ବଜାର ହାଇସ୍କୁଲ୍ ଛକ ଠାରେ ଅତ୍ୟାଧୁନିକ ବ୍ୟାୟାମ ଯନ୍ତ୍ରପାତି ବିଶିଷ୍ଟ ଜିମ୍ ସେଣ୍ଟର ଏକେ-୪୭ ଉଦ୍ଘାଟିତ ହୋଇଯାଇଛି । ବନ୍ତର ହୋମିଓପାଥିକ ଡାକ୍ତର ଡଃ. ମୁରଲୀଧର ସୂତାରଙ୍କ ଏକମାତ୍ର ପୁତ୍ର ମୃତ୍ୟୁଞ୍ଜୟ ସୂତାର ଉକ୍ତ ଜିମ୍ ସେଣ୍ଟରଟିକୁ ପ୍ରତିଷ୍ଠା କରିଥିବା ବେଳେ ତାହାକୁ ବଜରଙ୍ଗ ଦଳ ଭଦ୍ରକ ଜିଲ୍ଲା ସଂଯୋଜକ ବିପିନ ବିହାରୀ ପଣ୍ଡା ଓ ଘଷିପୁରା ଥାନା ଏ.ଏସ.ଆଇ ବିଶ୍ୱଜିତ ବେହେରା ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଉଦ୍ଘାଟନୀ ଉତ୍ସବରେ ବରେଣ୍ୟ ଅତିଥି ଭାବେ ଡାକ୍ତର ମୁରଲୀଧର ସୂତାର, ବନ୍ତ ଥାନାଧିକାରିଣୀ ମୀନା ବିନ୍ଧାଣୀ ଓ ସମାଜସେବୀ ଲାଲା ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ । ସର୍ବପ୍ରଥମେ ଅତିଥିମାନଙ୍କୁ ଶତାଧିକ ଗ୍ରାମବାସୀ ଏକ ଭବ୍ୟ ଶୋଭାଯାତ୍ରାରେ ସ୍ୱାଗତ କରି ଜିମ୍ ସେଣ୍ଟର ପରିସରକୁ ଆଣିଥିଲେ । ଏ.ଏସ.ଆଇ. ବିଶ୍ୱଜିତ୍ ବେହେରା ଯୋଗ ଦେଇ ଆଜିର ସମାଜରେ ଅସୁରକ୍ଷିତ ମହିଳାମାନଙ୍କୁ ଆତ୍ମରକ୍ଷା ପାଇଁ ଅଧିକ ମଜବୁତ ତଥା ଶକ୍ତିଶାଳୀ ହେବାର ସମୟ ଆସିଛି । ଏହି କ୍ଷେତ୍ରରେ ଜିମ୍ ସେଣ୍ଟରର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ ବୋଲି କହିଥିଲେ । ଥାନାଧିକାରୀ ମୀନା ବିନ୍ଧାଣୀ ଯୋଗ ଦେଇ ଯୁବପିଡୀକୁ ଅଧିକ ଶକ୍ତିଶାଳୀ ଏବଂ ନିରୋଗ ହେବା ସହ ଯୁବଶକ୍ତିକୁ ସମାଜ ସେବାରେ ନିୟୋଜିତ କରିବା ଉଚିତ ବୋଲି କହିଥିଲେ । ସମସ୍ତ କାର୍ଯ୍ୟରେ ସୂରଜ ଗୋସ୍ୱାମୀ, ବିଶ୍ୱନାଥ ସେଠୀ, ଗଣେଶ ସେଠୀ, ଚନ୍ଦନ ମହାନ୍ତି, କ୍ଷୀରୋଦ ନାୟକ, ସାଇପ୍ରସାଦ ସାହୁ, ପ୍ରଭଞ୍ଜନ ପ୍ରସାଦ, ବଳରାମ ଜେନା, ପ୍ରଶାନ୍ତ ଆନନ୍ଦ, ପୂର୍ଣ୍ଣଚନ୍ଦ୍ର ସାହୁ, ମନୋରଞ୍ଜନ ଶତପଥୀ, ବନ୍ଧନ ଜେନା, ପ୍ରିୟରଞ୍ଜନ ଦାସ, ଅବିନାଶ ନାୟକ ପ୍ରମୁଖ ସହଯୋଗ କରିଥିଲେ ।


