ଗାଁ ସାଥୀ (ମେଟ)ସଙ୍ଘ ମିଳିତ କ୍ରୀୟାନୁଷ୍ଠାନ କମିଟି ପକ୍ଷରୁ ଡିଆରଡିଏ ପିଡିଙ୍କୁ ଦାବୀପତ୍ର ପ୍ରଦାନ
କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): ଗାଁ ସାଥୀ(ମେଟ)ସଙ୍ଘ ମିଳିତ କ୍ରୀୟାନୁଷ୍ଠାନ କମିଟି କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ ସୋମବାର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକଙ୍କୁ ଏକ ସମ୍ବଳିତ ଦାବୀପତ୍ର ପ୍ରଦାନ କରାଯାଇଛି । ସେହି ଦାବୀ ଗୁଡିକ ମଧ୍ୟରେ ଜିଲ୍ଲାର ସମସ୍ତ ଗାଁ ସାଥୀ(ମେଟ)ମାନଙ୍କ ନିର୍ଭୁଲ ଡାଟାବେସ ପ୍ରସ୍ତୁତ କରାଯାଇ ପଂଚାୟତରାଜ ବିଭାଗ ୱେବସାଇଟରେ ସ୍ଥାନିତ ହେବା,ବ୍ଲକ ଏବଂ ସବୁ ଲାଇନ ଡିପାର୍ଟମେଂଟର ସମସ୍ତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ମନରେଗା)ରେଗାଁ ସାଥୀ ବା ମେଟ ମାନଙ୍କୁ ସଂଶ୍ଳିଷ୍ଟ କରାଯିବା ସହ ସେମାନଙ୍କ ନାମରେ ସଂପୃକ୍ତ ପ୍ରକଳ୍ପର କାର୍ଯ୍ୟାଦ୍ଦେଶ ପ୍ରଦାନକୁ ବାଧ୍ୟତା ମୂଳକ କରିବା, ଜିଲ୍ଲାର ସମସ୍ତ ଗାଁ ସାଥୀମାନଙ୍କୁ ପରିଚୟ ପ୍ରମାଣପତ୍ର ପ୍ରଦାନ କରାଯାଇ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯିବା ଏବଂ ସମସ୍ତ ଗାଁସାଥୀମାନଙ୍କୁ ମଷ୍ଟର ରୋଲ ମାଧ୍ୟମରେ ପ୍ରାପ୍ୟ ପ୍ରଦାନ ବାଧ୍ୟତା ମୂଳକ କରାଯିବା ପ୍ରଭୃତି ଦାବି ରହିଛି । ଏହିସବୁ ଦାବୀରେ ଗାଁ ସାଥୀ(ମେଟ)ସଙ୍ଘ ମିଳିତ କ୍ରୀୟାନୁଷ୍ଠାନ କମିଟି କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମୁଖରେ ପ୍ରତିବାଦ କାର୍ଯ୍ୟକ୍ରମ ସୂରପ ବିକ୍ଷୋଭ ପ୍ରଦର୍ଶନ କରାଯିବା ପରେ ଗାଁ ସାଥୀ(ମେଟ)ସଙ୍ଘ ମିଳିତ କ୍ରୀୟାନୁଷ୍ଠାନ କମିଟି କେନ୍ଦ୍ରାପଡା ଜିଲ୍ଲା ଶାଖା ସଭାପତି କନକଲତା ଜେନା ଓ ସମ୍ପାଦକ ଅନିଲ କୁମାର ଜେନାଙ୍କ ନେତୃତ୍ୱରେ ଡିଆରଡିଏର ପିଡିଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଥିଲା । ଏହି ଦାବୀପତ୍ର ପାଇବା ପରେ ପିଡି ଜିଲ୍ଲାର ସମସ୍ତ ବ୍ଲକର ବିଡିଓଙ୍କୁ ପତ୍ର ସଂଖ୍ୟା – ୩୩୦୪ ତା ୨.୧୧.୨୦୨୦ରିଖରେ ଗାଁସାଥୀମାନଙ୍କ ଏକ ସମ୍ପୂର୍ଣ୍ଣ ଡାଟାବେସ ପ୍ରସ୍ତୁତ କରିବା,ସମସ୍ତ ମନରେଗା ପ୍ରକଳ୍ପ କାର୍ଯ୍ୟରେ ଗାଁସାଥୀମାନଙ୍କୁ ନିଯୁକ୍ତ କରି ସେମାନଙ୍କ ଦ୍ୱାରା ସଂପୃକ୍ତ ପ୍ରକଳ୍ପ କାର୍ଯ୍ୟର ତଦାରଖ କରାଇବା,ସେମାନଙ୍କ କାର୍ଯ୍ୟକୁ ତଦାରଖ କରାଯାଇ ମଷ୍ଟର ରୋଲରେ ସେମାନଙ୍କ ମଜୁରୀ ପ୍ରଦାନ କରାଯିବା ଓ ସେମାନଙ୍କୁ ପରିଚୟପତ୍ର ପ୍ରଦାନ କରିବାକୁ ନିର୍ଦେଶ ଦେଇଥିବା ଜଣାପଡିଛି । ଏଥିସହିତ ସମସ୍ତ ଲାଇନ ଡିପାର୍ଟମେଂଟର ଅଧିକାରୀମାନଙ୍କୁ ମଧ୍ୟ ପିଡି ଏହି ପତ୍ରର କପି ପ୍ରଦାନକରି ଏହି ପତ୍ର ପାଇବାର ୭ଦିନ ମଧ୍ୟରେ କିକି ପଦକ୍ଷେପ ଗ୍ରହଣ କଲେ ତାହାର ସଂପୂର୍ଣ୍ଣ ବୀବରଣୀ ତାଙ୍କୁ ପ୍ରଦାନ କରିବାକୁ ନିର୍ଦେଶ ଦେଇଛନ୍ତି । ସଙ୍ଘର ଏହି କାର୍ଯ୍ୟକ୍ରମରେ ଶୁଶାନ୍ତ କୁମାର ବିଶ୍ୱାଳ, ଦେବାଶିଷ ମଲ୍ଲିକ, ବିଜୟ କୁମାର ସାହୁ, ନବଘନ ସାହୁ, ମୀନତୀ କୁମାରୀ ଲେଙ୍କା, କବି ପ୍ରସାଦ ମଲ୍ଲିକ, ଜୟନ୍ତି ମଲ୍ଲିକ, ନିରୋଦନଳିନୀ ମଲ୍ଲିକ, ଅନନ୍ତ କୁମାର ବାରିକ, ସୁଜାତା ସ୍ୱାଇଁ ପ୍ରମୁଖ ଶତାଧିକ ଗାଁସାଥୀ ଅଂଶଗ୍ରହଣ କରିଥିଲେ ।


