ଅଶ୍ୱିନୀ ଦାସ କେନ୍ଦ୍ରାପଡାର ନୂତନ ବିଡିଓ ଭାବେ ଯୋଗଦେଲେ
କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): ଟାଙ୍ଗିର ପୂର୍ବତନ ତହସିଲଦାର ଅଶ୍ୱିନୀ କୁମାର ଦାସ କେନ୍ଦ୍ରାପଡା ବ୍ଲକର ନୂତନ ବିଡିଓ ଭାବେ ଯୋଗଦେଇଥିବା ଜଣାପଡିଛି । ଗତ ଅକ୍ଟୋବରମାସ ୧୮ତାରିଖରେ ତାଙ୍କୁ କେନ୍ଦ୍ରାପଡା ବ୍ଲକର ବିଡିଓ ଭାବେ ରାଜ୍ୟ ସରକାର ନିଯୁକ୍ତି ପ୍ରଦାନ କରିଥିଲେ । ପୂର୍ବତନ ବିଡିଓ ସୁଧିର କୁମାର ସିଂ ନୂତନ ବିଡିଓ ଶ୍ରୀ ଦାସଙ୍କୁ ଦାୟୀତ୍ୱ ହସ୍ତାନ୍ତର କରି ଏଠାରୁ ଚାଲିଯାଇଥିବା ସୂଚନା ମିଳିଛି । ପୂର୍ବତନ ବିଡିଓ ଶ୍ରୀ ସିଂ ରାଜ୍ୟ ପଂଚାୟତିରାଜ ବିଭାଗରେ ଯୋଗଦେବେ । ନୂତନ ବିଡିଓ ଶ୍ରୀ ଦାସଙ୍କୁ ବ୍ଲକର କର୍ମଚାରୀମାନଙ୍କ ପକ୍ଷରୁ ପୁଷ୍ପଗୁଛ ପ୍ରଦାନ କରାଯାଇ ସ୍ୱାଗତ କରାଯାଇଛି ।


