ବ୍ୟାରେଜରେ ନିଖୋଜ ଶତୃଘ୍ନ ଦାସଙ୍କୁ ଉଦ୍ଧାର ଦାବିରେ ରାସ୍ତାରୋକ 

ହାଟଡ଼ିହି, (ବିକାଶ ବିଶ୍ୱାଳ) : ଗତକାଲି ବିଦ୍ୟାଧରପୁର ବ୍ୟାରେଜରେ ବୁଡିଯାଇ ନିଖୋଜ ଥିବା ସୋସୋ ଗ୍ରାମର ଶତୃଘ୍ନ ଦାସଙ୍କୁ ଉଦ୍ଧାର କରିବା ଦାବିରେ ଆଜି ସୋସୋ ଗ୍ରାମର ଶତାଧିକ ମହିଳା ବିଦ୍ୟାଧରପୁର ବଜାରରେ ରାସ୍ତାରୋକ କରିଥିଲେ । ସେମାନଙ୍କ ଅଭିଯୋଗ ଅନୁଯାଇ ଗତକାଲି ଠାରୁ ସୋସୋ ଗ୍ରାମର ଶତୃଘ୍ନ ନିଖୋଜ ହୋଇଯାଇଥିଲେ ମଧ୍ୟ ପୁଲିସ, ପ୍ରଶାସନ କିମ୍ବା ଦମକଳ ବିଭାଗ କେହି ଏଥିପ୍ରତି ଗୁରୁତ୍ୱ ଦେଇ ନଥିଲେ । ଫଳରେ ଲୋକମାନଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇବା ସହ ଆଜି ବେଣୁଧର ବିନ୍ଧାଣୀ, ମାମି ଦେହୁରୀ, ସୁନା ଦେହୁରୀ, ରେଣୁବାଳା ପୁହାଣ, ମଧୁସ୍ମିତା ରାଉତ, ଚମ୍ପା ଜେନା, ମମତା ଜେନା, ଲକ୍ଷ୍ମୀପ୍ରୀୟା ପତି, ପଦ୍ମା ଦେହୁରୀ, ସୁଶିଳା ଦେହୁରୀ, ଆରୁଣ ଜେନା, ସୁଶିଳା ଦେହୁରୀ, ଝରଣା ଦେହୁରୀ, ଗେଡି ନାହାକ, ବେଙ୍ଗ ନାହାକ, ପ୍ରଭାତି ରାଉତ, ଜାନକୀ ଦେହୁରୀ, ଶାନ୍ତି ନାହାକ, ଶାନ୍ତି ଜେନା, ଅହଲ୍ୟା ନାହାକ, କବିତା ନାହାକ, ବୈଲୋଚନ ନାୟକ, ବିନୋଦ କୁମାର ସିଂ, ଅଜୟ କୁମାର ମହାନ୍ତି, ଅଜୟ କୁମାର ଦାସ, ପ୍ରଶାନ୍ତ ମାଝୀ, ଅଭିଜିତ ରାଉତଙ୍କ ସମେତ ଶତାଧିକ ଗ୍ରାମବାସୀ ରାସ୍ତା ଅବରୋଧ କରି ବସିରହିଥିଲେ । ଫଳରେ ବଉଳା ବିଦ୍ୟାଧରପୁର ରାସ୍ତାରେ ଜାନବାହାନ ଚଳାଚଳ ସମ୍ପୁର୍ଣ୍ଣ ବନ୍ଦ ହୋଇଯାଇଥିଲା । ପରେ ସୋସୋ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଳେଶକମାନଙ୍କ ସହ ଆଲୋଚନା କରିବାପରେ ଦମକଳ ବାହିନୀକୁ ଡକାଇ ଖୋଜାଖୋଜି କରିବାପରେ ଶତୃଘ୍ନଙ୍କ ମୃତଦେହକୁ ଉଦ୍ଧାର କରି ପୋଷ୍ଟମଟମ ପାଇଁ ଆନନ୍ଦପୁର ଡାକ୍ତରଖାନାକୁ ପଠାଇଥିଲେ । ଏଠାରେ ସୁଚନାଯୋଗ୍ୟ ଯେ ସୋସୋ ଗ୍ରାମର ଶତୃଘ୍ନ ଦାସ(୬୫) ଜଣେ ଗରିବ ଶ୍ରେଣୀର ବ୍ୟକ୍ତି । ଏବେ କାମଦାମ ମିଳୁନଥିବାରୁ ସେ ନିୟମିତ ଘାସ କାଟି ବିକ୍ରୀକରି ପରିବାର ଚଳାଉଥିଲେ । ଗତକାଲିି ଘାସ କାଟି ବିକିବା ଉଦ୍ଦେଶ୍ୟରେ ଗୋହିରାବଣି ପଟକୁ ଯାଇ ଦିନ ଦୁଇଟାବେଳେ ଘାସକାଟି ଫେରିବାବେଳେ ସାଳନ୍ଦୀନଦୀର ବିଦ୍ୟାଧରପୁର ବ୍ୟାରେଜରେ ଗାଧୋଇବାକୁ ଯାଇଥିଲେ । କିଛି ସମୟପରେ ସ୍ଥାନୀୟ ଲୋକମାନେ ଶତୃଘ୍ନଙ୍କ ଘାସ ବୋଝଇ ସାଇକେଲ ଓ ତାଙ୍କ ଯୋତା ବ୍ୟାରେଜ କୁଳରେ ଥୁଆ ହୋଇଥିବା ଦେଖିବାପରେ ଖୋଜାଖୋଜି ଆରମ୍ଭ କରିଥିଲେ ମଧ୍ୟ କିଛି ସନ୍ଧାନ ମିଳିପାରି ନଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ