ନିମପଲ୍ଲୀ ୟୁ.ପି ସ୍କୁଲ ବନ୍ଦ ନିଷ୍ପତ୍ତିକୁ ବିରୋଧ;ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର ପ୍ରଦାନ

ଛତ୍ରପୁର, (ଦେବଦତ୍ତ ମହାରଣା) : ଛତ୍ରପୁର ବ୍ଲକ ବଉଳଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନିମପଲ୍ଲୀ ଗ୍ରାମରେ ଚାଲୁଥିବା ୟୁ.ପି ସ୍କୁଲ କୁ ବନ୍ଦ କରିବା ନିମନ୍ତେ ସରକାର ନିଷ୍ପତ୍ତି ନେଇଛନ୍ତି । ଏହି ସ୍କୁଲ କୁ ନେଇ ଦିବ୍ୟସିଂହପୁର ସ୍କୁଲକୁ ମିଶ୍ରଣ ଲାଗି ସ୍ଥିର ହୋଇଛି । ଏହାକୁ ବିରୋଧ କରି ଗ୍ରାମ୍ୟ କମିଟି , ସ୍କୁଲ କମିଟି ଓ ଗ୍ରାମବାସୀମାନେ ସୋମବାର ଗଂଜାମ ଜିଲ୍ଲପାଳଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ଏହାସହ ଛତ୍ରପୁର ବିଇଓଙ୍କୁ ମଧ୍ୟ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ସେମାନଙ୍କ ସମସ୍ୟା ଉପରେ ଜିଲ୍ଲାପ୍ରଶାସନ ନଗୁରୁତ୍ୱ ଦେଲେ ଆଗାମୀ ଦିନରେ ଆନ୍ଦୋଳନ ପନ୍ଥା ଗ୍ରହଣ କରାଯିବ ବୋଲି ମଧ୍ୟ ଗ୍ରାମବାସୀ ମାନେ କହିଛନ୍ତି । ଏହି ସ୍ମାରକ ପତ୍ର ପ୍ରଦାନ ବେଳେ ପଞ୍ଚାନନ ଦାସ, ଅଜୟ ଦାସ , ବାବୁଲା ଦାସ, କରୁଣାକର ଦାସ, ମହେନ୍ଦ୍ର ଦାସ , ରୀତା ଦାସ, କୁନା ଦାସ, ଅଶୋକ କୁମାର ଦାସ, କୀର୍ତ୍ତନ ଦାସଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ