୨୪ କେଜି ଗଞ୍ଜେଇ ସହ ଦୁଇ ଗିରଫ

ମୋହନା,(ଅଂଶୁମାନ ପଣ୍ଡା): ଏସପି ତପନ କୁମାର ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ଆଗରୁ ବହୁ ଚୋରା ଚାଳଣ ଗଞ୍ଜେଇ ସହ ଗାଡ଼ି ଜବତ ହୋଇଛି | ଏପରି ଏଥିରେ ସାମିଲି ଥିବା ବାହାର ଦେଶର ଗଞ୍ଜେଇ ମାଫିଆଙ୍କୁ ଗିରଫ କରାଯାଇଛି | ଗତ କାଲି ଏସପିଙ୍କ ନିର୍ଦେଶ କ୍ରମେ ମୋହନା ଥାନା ଏସ.ଆଇ ପିଙ୍କି ମୁରୁମ ଓ ତାଙ୍କ ଟିମ କମଳାପୁର ଗେଟ ନିକଟରେ ଗାଡ଼ି କାଗଜ ପତ୍ର ଯାଞ୍ଚ କରିବା ସମୟରେ ଏକ ସ୍କରପିଅ ଗାଡ଼ି ଦୃତ ଗତିରେ ଯାଉଥିବା ଦେଖି ଅଟକାଇ ଯାଞ୍ଚ କରିଥିଲେ | ଯାଞ୍ଚ ସମୟରେ ଗାଡ଼ିର ସିଟ ତଳେଏକ ଅଖାରେ ଗଞ୍ଜେଇ ଥିବା ଦେଖି ଥାନା ଅଧିକାରୀଙ୍କୁ ସୂଚନା ଦେଇଥିଲେ | ଘଟଣା ସ୍ଥଳେ ମାଜିଷ୍ଟ ଦୈତ୍ୟାରେ ବିଡ଼ିଓ ବଂଶୀଧର ଖୁସଲା ପହଞ୍ଚି ଉକ୍ତ ଗଞ୍ଜେଇ କୁ ଓଜନ କରିବାରୁ ତାହା୨୬ କେଜି ହୋଇଥିଲା | ଉକ୍ତ ଗାଡ଼ିଟି ଝାଡ଼ଖଣ୍ଡ ଅଞ୍ଚଳର ବୋଲି ଜଣା ପଡ଼ିଛି | ଏହା ସହ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ ସେମାନେ ହେଲେ ଦିନେଶ୍ ରାମ ଓ ନିଖିଳ କୁମାର ସିଂ ଏମାନେ ଝାଡ଼ଖଣ୍ଡ ଅଞ୍ଚଳକୁ ନେଉଥିବା ଜଣା ପଡ଼ିଛି | ଉକ୍ତ ଗଞ୍ଜେଇ ୨୪ କେଜି ଗଂଜେଇ ମିଳିଲା । ଯାହାର ଆନୁମାନିକ ମୂଲ୍ୟ ୧.୨ ଲକ୍ଷ ହେବ ବୋଲି ଥାନା ଅଧିକାରୀ ସୁଜିତ କୁମାର ନାୟକ କହିଛନ୍ତି | ମୋହନା ଥାନା କେଶ ନମ୍ବର ୧୮୮/୨୦ ରୁଜୁ କରିବା ସହ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ