ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଚଢାଉ ; ୩ଶହ ଲିଟର ଚୋରା ଦେଶିମଦ ଜବତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୩ଶହ ଲିଟର ଚୋରା ଦେଶିମଦ ଜବତ କରାଯାଇଥିବା ସୂଚନା ମିଳିଛି । ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିର୍ଦେଶ କ୍ରମେ ଅବକାରୀ ଅଧିକ୍ଷକ ରଜତ କୁମାର ପ୍ରହରାଜଙ୍କ ନେତୃତ୍ୱରେ ଅବକାରୀ ସବ୍‌ଇନିସପେକ୍ଟର ସରୋଜ କୁମାର ବାଗ୍‌ଙ୍କ ଦ୍ୱାରା ଚଢାଉ କରାଯାଇ କେନ୍ଦ୍ରାପଡା ଟାଉନ ଥାନା ଅନ୍ତର୍ଗତ ବଡହାଟ ଗ୍ରାମର ସ୍ୱର୍ଗତ ସୁବଳ ମହାରଣାଙ୍କ ପୁଅ ମାନା ମହାରଣାଙ୍କ ଠାରୁ ୧୫୦ଲିଟର ଚୋରା ଦେଶିମଦ ଜବତ କରାଯିବା ସହ ତାଙ୍କୁ ଗିରଫ କରାଯାଇଛି । ସେହପରି କେନ୍ଦ୍ରାପଡା ଟାଉନ ଥାନା ଅନ୍ତର୍ଗତ ବଡହାଟ ଗ୍ରାମର ସ୍ୱର୍ଗତ ସୁବଳ ମହାରଣାଙ୍କ ପୁଅ ଗେଲା ମହାରଣାଙ୍କ ଠାରୁ ୧୫୦ଲିଟର ଚୋରା ଦେଶୀମଦ ଅବକାରୀ ବିଭାଗ ଜବତ କରି ତାଙ୍କୁ ଗିରଫ କରିଥିବା ଅବକାରୀ ବିଭାଗ ସବଇନସପେକ୍ଟର ଶ୍ରୀ ବାଗ ସୂଚନା ଦେଇଛନ୍ତି । ଏହି ଚଢାଉରେ ଅବକାରୀ ବିଭାଗ ଇନିସପେକ୍ଟର କାଳନ୍ଦି ଚରଣ ବେହେରା, ଏ.ଏସ.ଆଇ ନୁରୁଲ ରହିମ, କନେଷ୍ଟବଳ ଟୁକୁନା ପ୍ରଧାନ, ଜଗନ୍ନାଥ ବେସ୍ରା, ପ୍ରଶାନ୍ତ ଘଡାଇ, ଧର୍ମେନ୍ଦ୍ର ପ୍ରଧାନ, ମହିଳା କନେଷ୍ଟବଳ ନିରୂପମା ସାହୁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ